News Room Odisha
BREAKING
Odia

ଲାଞ୍ଚ ମାମଲାରେ ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକଙ୍କୁ ଜେଲ୍

ଭୁବନେଶ୍ୱର -ଜଗତସିଂହପୁର ଜିଲ୍ଲା କୁଜଙ୍ଗ ସର୍କଲର ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ସୁବାସ ଚନ୍ଦ୍ର ଦାସଙ୍କୁ ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ଦୁଇ ବର୍ଷ ସଶ୍ରମ ଜେଲ୍ ସହ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ଆଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଜୋରିମାନା ଦେଇନପାରିଲେ ତାଙ୍କୁ ୬ ମାସ ଅଧିକ ଦିନ ଜେଲରେ ରହିବାକୁ ପଡ଼ିବ। ୨୦୧୮ରେ ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ଭିଜିଲାନ୍ସ। ଏକ ମୁଟେସନ କେସରେ [...]

Admin•March 22, 2024
Share Article:

ଭୁବନେଶ୍ୱର -ଜଗତସିଂହପୁର ଜିଲ୍ଲା କୁଜଙ୍ଗ ସର୍କଲର ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ସୁବାସ ଚନ୍ଦ୍ର ଦାସଙ୍କୁ ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ଦୁଇ ବର୍ଷ ସଶ୍ରମ ଜେଲ୍ ସହ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ଆଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଜୋରିମାନା ଦେଇନପାରିଲେ ତାଙ୍କୁ ୬ ମାସ ଅଧିକ ଦିନ ଜେଲରେ ରହିବାକୁ ପଡ଼ିବ। ୨୦୧୮ରେ ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ଭିଜିଲାନ୍ସ। ଏକ ମୁଟେସନ କେସରେ ଜମି ପଟ୍ଟା ପ୍ରଦାନ ପାଇଁ ଭେରିଫିକେସନ ରିପୋର୍ଟ ଦାଖଲ ନିମନ୍ତେ ଜଣେ ବ୍ୟକ୍ତିଙ୍କଠାରୁ ସୁବାସ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଥିଲେ । ଏବେ ସେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାଙ୍କ ପେନସନ ରଦ୍ଦ କରିବାକୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଆବେଦନ କରାଯିବ ।

#Odia#Odisha#News
Share Article:

Related Articles