ଲୋକସଭା ନିର୍ବାଚନ: ଅମାନତ ହରାଇଥିବା ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ିଛି
ନୂଆଦିଲ୍ଲୀ: ଦେଶରେ ୧୯୫୧ ମସିହାରେ ଅନୁଷ୍ଠିତ ପ୍ରଥମ ଲୋକସଭା ନିର୍ବାଚନ ଠାରୁ ଆରମ୍ଭ କରି ୨୦୧୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ୭୧ ହଜାରରୁ ଅଧିକ ପ୍ରାର୍ଥୀ ନିଜ ଅମାନତ ବଞ୍ଚାଇବାରେ ବିଫଳ ହୋଇଛନ୍ତି । ନିର୍ବାଚନ କମିଶନଙ୍କ ତଥ୍ୟରୁ ଏହା ଜଣାପଡ଼ିଛି । ୨୦୧୯ ଲୋକସଭା ନିର୍ବାଚନରେ ୮୬ ପ୍ରତିଶତ ପ୍ରାର୍ଥୀ ଅମାନତ ହରାଇଥିଲେ । ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ, ଯେଉଁ ପ୍ରାର୍ଥୀମାନେ ମୋଟ ଭୋଟ୍ ର ଏକ ଷଷ୍ଠାଂଶ ହାସଲ କରିବାରେ ବିଫଳ ହୁଅନ୍ତି, [...]
ନୂଆଦିଲ୍ଲୀ: ଦେଶରେ ୧୯୫୧ ମସିହାରେ ଅନୁଷ୍ଠିତ ପ୍ରଥମ ଲୋକସଭା ନିର୍ବାଚନ ଠାରୁ ଆରମ୍ଭ କରି ୨୦୧୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ୭୧ ହଜାରରୁ ଅଧିକ ପ୍ରାର୍ଥୀ ନିଜ ଅମାନତ ବଞ୍ଚାଇବାରେ ବିଫଳ ହୋଇଛନ୍ତି । ନିର୍ବାଚନ କମିଶନଙ୍କ ତଥ୍ୟରୁ ଏହା ଜଣାପଡ଼ିଛି ।
୨୦୧୯ ଲୋକସଭା ନିର୍ବାଚନରେ ୮୬ ପ୍ରତିଶତ ପ୍ରାର୍ଥୀ ଅମାନତ ହରାଇଥିଲେ ।
ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ, ଯେଉଁ ପ୍ରାର୍ଥୀମାନେ ମୋଟ ଭୋଟ୍ ର ଏକ ଷଷ୍ଠାଂଶ ହାସଲ କରିବାରେ ବିଫଳ ହୁଅନ୍ତି, ସେମାନଙ୍କ ଅମାନତ ଜବତ କରାଯାଇ ରାଜକୋଷରେ ଜମା କରାଯିବ।
ପ୍ରଥମ ଲୋକସଭା ନିର୍ବାଚନ ଠାରୁ ଆରମ୍ଭ କରି ୨୦୧୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ୯୧,୧୬୦ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତିି । ସେଥିମଧ୍ୟରୁ ୭୧,୨୪୬ ପ୍ରାର୍ଥୀଙ୍କ ଅମାନତ ରାଶି ଜବତ ହୋଇଛି । ଏହି ସଂଖ୍ୟା ମୋଟ ପ୍ରାର୍ଥୀଙ୍କ ୭୫ ପ୍ରତିଶତ।
୧୯୫୧ ମସିହାରେ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ଅମାନତ ରାଶି ପରିମାଣ ୫୦୦ ଟଙ୍କା ଓ ଏସସି/ଏସଟି ପ୍ରାର୍ଥୀଙ୍କ ପାଇଁ ୨୫୦ ଟଙ୍କା ଥିଲା । ବର୍ତ୍ତମାନ ଏହି ରାଶି ସାଧାରଣ ବର୍ଗ ପାଇଁ ୨୫ ହଜାର ଟଙ୍କା ଏବଂ ଏସସି / ଏସଟି ବର୍ଗ ପାଇଁ ୧୨,୫୦୦ ଟଙ୍କାକୁ ବୃଦ୍ଧି ପାଇଛି।
ରାଜନୈତିକ ବିଶ୍ଳେଷକମାନଙ୍କ ମତରେ ଅମାନତ ବଞ୍ଚାଇବା ପ୍ରାର୍ଥୀଙ୍କ ପାଇଁ ସମ୍ମାନର ବିଷୟ ହୋଇଥାଏ। ଅନ୍ୟପକ୍ଷରେ ଅମାନତ ହରାଇବା ଲଜ୍ଜାଜନକ ବୋଲି ବିବେଚନା କରାଯାଏ।
୨୦୧୯ ଲୋକସଭା ନିର୍ବାଚନରେ ବହୁଜନ ସମାଜ ପାର୍ଟି (ବିଏସପି)ର ସର୍ବାଧିକ ପ୍ରାର୍ଥୀ ଅମାନତ ହରାଇଥିଲେ । ବିଏସପି ୩୮୩ଟି ଆସନରେ ପ୍ରାର୍ଥୀ ଦେଇଥିଲା, ସେଥିମଧ୍ୟରୁ ୩୪୫ ଜଣ ଅମାନତ ହରାଇଥିଲେ। ସେହିପରି କଂଗ୍ରେସ ୪୨୧ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ୧୪୮ଟି ଆସନରେ ଦଳର ପ୍ରାର୍ଥୀମାନେ ଅମାନତ ରାଶି ହରାଇଥିଲେ।
ସରକାରୀ ରେକର୍ଡ ଅନୁଯାୟୀ, ଗତ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି)ର ୫୧ ଜଣ ପ୍ରାର୍ଥୀ ସିପିଆଇର ୪୯ ପ୍ରାର୍ଥୀଙ୍କ ମଧ୍ୟରୁ ୪୧ ଜଣଙ୍କ ଅମାନତ ଜବତ କରାଯାଇଥିଲା।
୧୯୫୧-୫୨ ମସିହାରେ ପ୍ରଥମ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ପ୍ରାୟ ୪୦ ପ୍ରତିଶତ ପ୍ରାର୍ଥୀ ସେମାନଙ୍କ ଅମାନତ ରାଶି ହରାଇଥିଲେ। ସେହି ନିର୍ବାଚନରେ ସର୍ବମୋଟ ୧୮୭୪ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ଯେଉଁଥିରୁ ୭୪୫ ଜଣଙ୍କ ଅମାନତ ଜବତ ହୋଇଥିଲା ।
ପରବର୍ତ୍ତୀ ଲୋକସଭା ନିର୍ବାଚନରେ ଅମାନତ ହରାଇଥିବା ପ୍ରାର୍ଥୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିଲା । ଏକାଦଶ ଲୋକସଭା ପାଇଁ ୧୯୯୬ରେ ଅନୁଷ୍ଠିତ ନିର୍ବାଚନରେ ୯୧ ପ୍ରତିଶତ ଅର୍ଥାତ୍ ୧୩,୯୫୨ ପ୍ରାର୍ଥୀଙ୍କ ମଧ୍ୟରୁ ୧୨,୬୮୮ ଜଣ ଅମାନତ ବଞ୍ଚାଇବାରେ ବିଫଳ ହୋଇଥିଲେ । ଏହି ନିର୍ବାଚନରେ ସର୍ବାଧିକ ସଂଖ୍ୟକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
୧୯୯୧-୯୨ର ଲୋକସଭା ନିର୍ବାଚନରେ ୮୭୪୯ ପ୍ରାର୍ଥୀଙ୍କ ମଧ୍ୟରୁ ୭୫୩୯ ଜଣଙ୍କ ଅମାନତ ଜବତ କରାଯାଇଥିଲା ଯାହାକି ମୋଟ ପ୍ରାର୍ଥୀଙ୍କ ୮୬ ପ୍ରତିଶତ ଥିଲା।
୨୦୦୯ ସାଧାରଣ ନିର୍ବାଚନରେ ୮୦୭୦ ପ୍ରାର୍ଥୀଙ୍କ ମଧ୍ୟରୁ ୬୮୨୯ ର ଅମାନତ ଅର୍ଥାତ୍ ୮୫ ପ୍ରତିଶତ ଅମାନତ ଜବତ କରାଯାଇଥିଲା। ଅନ୍ୟପକ୍ଷରେ ୨୦୧୪ ଲୋକସଭା ନିର୍ବାଚନରେ ୮୨୫୧ ପ୍ରାର୍ଥୀଙ୍କ ମଧ୍ୟରୁ ୭,୦୦୦ ପ୍ରାର୍ଥୀ ଅମାନତ ହରାଇଥିଲେ। ଏହି ତଥ୍ୟରୁ ଜଣାପଡ଼ୁଛି ଯେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଲୋକଙ୍କ ଇଚ୍ଛା ଉପରେ ଅମାନତ ଜବତ ହେବା ପ୍ରତିକୂଳ ପ୍ରଭାବ ପକାଇବ ନାହିଁ।
ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର)ର ପ୍ରତିଷ୍ଠାତା ସଦସ୍ୟ ତଥା ଟ୍ରଷ୍ଟି ଜଗଦୀପ ଏସ୍ ଚୋକର କହିଛନ୍ତି, ସମାଜର କିଛି ବର୍ଗ ପାଇଁ ଟଙ୍କା ଆଉ ଗୁରୁତ୍ୱ ବହନ କରୁନି । ଧନୀ ଓ ଗରିବଙ୍କ ମଧ୍ୟରେ ବ୍ୟବଧାନ ଏତେ ଅଧିକ ଯେ ଅନେକ ଲୋକ ବିନା କୌଣସି କାରଣରେ ନିର୍ବାଚନ ଲଢ଼ୁଛନ୍ତି। ଲୋକଙ୍କ ପାଇଁ ଅମାନତ ହରାଇବା ଆଉ ସେଭଳି ଫରକ୍ ପଡ଼ୁନାହିଁ ବୋଲି ସେ କହିଛନ୍ତିି।
ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଇଡିଠୁ ଜବାବ ଲୋଡ଼ିଲେ ହାଇକୋର୍ଟ
Next ArticleDay Temperature in Odisha to Rise 8 to 10 Degree Celsius, However No Change in Next 24 Hours: IMD
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
