News Room Odisha
BREAKING
Odia

ଆଜିଠୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ରୀତିନୀତି ଆରମ୍ଭ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ସାତ ଦିନ ବ୍ୟାପୀ ପ୍ରାଣ ପ୍ରତିଷ୍ଠା ରୀତିନୀତି ଆଜିଠାରୁ ଆରମ୍ଭ ହୋଇଛି । ଜାନୁଆରୀ ୨୨ରେ ଏହି ମନ୍ଦିରର ଉଦଘାଟନ ହେବ । ମନ୍ଦିର ଟ୍ରଷ୍ଟ ଦ୍ୱାରା ନିଯୁକ୍ତ ଯଜମାନ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ପ୍ରାଣ ପ୍ରତିଷ୍ଠା ନୀତି ସମ୍ପାଦନ କରିବେ। ଆଜି ସରାୟୁ ନଦୀ କୂଳରେ ଦଶାବିଧ ସ୍ନାନ, ବିଷ୍ଣୁ ପୂଜା ଏବଂ ଗୋ ତର୍ପଣ ଆଦି ଅନୁଷ୍ଠିତ ହେବ। [...]

Admin•January 16, 2024
Share Article:

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ସାତ ଦିନ ବ୍ୟାପୀ ପ୍ରାଣ ପ୍ରତିଷ୍ଠା ରୀତିନୀତି ଆଜିଠାରୁ ଆରମ୍ଭ ହୋଇଛି । ଜାନୁଆରୀ ୨୨ରେ ଏହି ମନ୍ଦିରର ଉଦଘାଟନ ହେବ । ମନ୍ଦିର ଟ୍ରଷ୍ଟ ଦ୍ୱାରା ନିଯୁକ୍ତ ଯଜମାନ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ପ୍ରାଣ ପ୍ରତିଷ୍ଠା ନୀତି ସମ୍ପାଦନ କରିବେ। ଆଜି ସରାୟୁ ନଦୀ କୂଳରେ ଦଶାବିଧ ସ୍ନାନ, ବିଷ୍ଣୁ ପୂଜା ଏବଂ ଗୋ ତର୍ପଣ ଆଦି ଅନୁଷ୍ଠିତ ହେବ।

ବିଧି ମୁତାବକ ପ୍ରାକ୍ ରୀତିନୀତି ପରେ ଜାନୁଆରୀ ୨୨ରେ ମୁଖ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ୧୨.୩୦ ରେ ଆରମ୍ଭ ହେବ। ଏହା ପରେ ରାମ ଲାଲାଙ୍କ ଅଭିଷେକ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ତ୍ତା ଭାବେ ଏହି ଉତ୍ସବରେ ଯୋଗଦେବେ। ଏହି ସମାରୋହରେ ୧୫୦ ଦେଶର ଭକ୍ତ ସାମିଲ ହେବେ ।

ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ମନ୍ଦିର ଟ୍ରଷ୍ଟ ୭,୦୦୦ରୁ ଅଧିକ ଆମନ୍ତ୍ରଣ କରିଛି | ଏମାନଙ୍କ ମଧ୍ୟରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର, ବିରାଟ କୋହଲି, ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ଅଛନ୍ତି।

#Odia#Odisha#News
Share Article:

Related Articles