News Room Odisha
BREAKING
Odia

‘ଡିଡ଼ି ନ୍ୟୁଜ୍’ର ନୂଆ ଲୋଗୋକୁ ନେଇ ବିବାଦ

ନୂଆଦିଲ୍ଲୀ: ସରକାରୀ ଚ୍ୟାନେଲ୍ ‘ଡିଡ଼ି ନ୍ୟୁଜ୍’ ଲୋଗୋର ରଙ୍ଗ ବଦଳିଛି। ପୂର୍ବରୁ ନାଲି ଥିବା ଏହି ଲୋଗୋ ଏବେ ଗେରୁଆ ରଙ୍ଗ ଧାରଣ କରିଛି | ଚ୍ୟାନେଲ ଲୋଗୋର ରଙ୍ଗ ବଦଳିବା ନେଇ ବିରୋଧୀ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତିି । ସରକାରୀ ଚ୍ୟାନେଲର ‘ଗୈରିକୀକରଣ’ କରାଯାଉଛି ବୋଲି ଅଭିଯୋଗ କରିଛନ୍ତିି ବିରୋଧୀ । ଯଦିଓ ଜାତୀୟ ପ୍ରସାରଣକାରୀ ଡିଡି ଏହାକୁ ହାଲକାରେ ନେଇଛି, ବିରୋଧୀ ଲୋକସଭା ନିର୍ବାଚନ ସମୟରେ ଲୋଗୋ ପରିବର୍ତ୍ତନ କରିବାର କ’ଣ ଆବଶ୍ୟକତା ଥିଲା [...]

Admin•April 20, 2024
Share Article:

ନୂଆଦିଲ୍ଲୀ: ସରକାରୀ ଚ୍ୟାନେଲ୍ ‘ଡିଡ଼ି ନ୍ୟୁଜ୍’ ଲୋଗୋର ରଙ୍ଗ ବଦଳିଛି। ପୂର୍ବରୁ ନାଲି ଥିବା ଏହି ଲୋଗୋ ଏବେ ଗେରୁଆ ରଙ୍ଗ ଧାରଣ କରିଛି | ଚ୍ୟାନେଲ ଲୋଗୋର ରଙ୍ଗ ବଦଳିବା ନେଇ ବିରୋଧୀ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତିି । ସରକାରୀ ଚ୍ୟାନେଲର ‘ଗୈରିକୀକରଣ’ କରାଯାଉଛି ବୋଲି ଅଭିଯୋଗ କରିଛନ୍ତିି ବିରୋଧୀ । ଯଦିଓ ଜାତୀୟ ପ୍ରସାରଣକାରୀ ଡିଡି ଏହାକୁ ହାଲକାରେ ନେଇଛି, ବିରୋଧୀ ଲୋକସଭା ନିର୍ବାଚନ ସମୟରେ ଲୋଗୋ ପରିବର୍ତ୍ତନ କରିବାର କ’ଣ ଆବଶ୍ୟକତା ଥିଲା ବୋଲି ପ୍ରଶ୍ନ କରିଛନ୍ତି।

ମଙ୍ଗଳବାର ସନ୍ଧ୍ୟାରେ ଡିଡି ନ୍ୟୁଜ୍ ଏହାର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରେ ଏହାର ନୂଆ ଗେରୁଆ ଲୋଗୋର ଭିଡିଓ ପୋଷ୍ଟ କରିବା ପରେ ବିରୋଧୀ ଆପତ୍ତି ଉଠାଇଥିଲେ।

୨୦୧୨ ରୁ ୨୦୧୪ ପର୍ଯ୍ୟନ୍ତ ପ୍ରସାର ଭାରତୀର ସିଇଓ ଥିବା ଟିଏମସି ରାଜ୍ୟସଭା ସାଂସଦ ଜଓ୍ବାହର ସିର୍କାର କହିଛନ୍ତି, “ଜାତୀୟ ପ୍ରସାରଣକାରୀ ସଂସ୍ଥା ଦୂରଦର୍ଶନ ଏହାର ଐତିହାସିକ ଫ୍ଲାଗସିପ୍ ଲୋଗୋକୁ ଗେରୁଆ ରଙ୍ଗରେ ବଦଳାଇଛି ! ଏହାର ପୂର୍ବତନ ସିଇଓ ଭାବେ ମୁଁ ଚିନ୍ତା ଓ ଆଶଙ୍କା ସହିତ ଏହାର ଗୈରିକୀକରଣର ଅନୁଭବ କରୁଛି – ଏହା ଆଉ ପ୍ରସାର ଭାରତୀ ରହିନାହିଁ, ଏହା ପ୍ରଚାର ଭାରତୀ ପାଲଟି ଯାଇଛି।”

ଦୂରଦର୍ଶନ ଏବେ ଶାସକ ଦଳର ଏଜେଣ୍ଡା ଓ କାର୍ଯ୍ୟକ୍ରମର ପ୍ରସାର-ପ୍ରଚାରରେ ଅଧିକ ସମୟ ଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଡିଡି ନ୍ୟୁଜର ଲୋଗୋ ବଦଳିବା ନେଇ ସମାଲୋଚନାର ଜବାବରେ ବର୍ତ୍ତମାନର ପ୍ରସାର ଭାରତୀ ସିଇଓ ଗୌରବ ଦ୍ୱିବେଦ କହିଛନ୍ତି, ଏହି ନୂଆ ଲୋଗୋରେ ଆକର୍ଷଣୀୟ କମଳା ରଙ୍ଗ ରହିଛି। କିଛି ମାସ ପୂର୍ବରୁ ଅର୍ଥାତ୍ ଜି-୨୦ (ଶିଖର ସମ୍ମିଳନୀ) ପୂର୍ବରୁ ହିଁ ଆମେ ‘ଡିଡି ଇଣ୍ଡିଆ’ର ନବୀକରଣ କରିଥିଲୁ । ଚ୍ୟାନେଲ ପାଇଁ ଗ୍ରାଫିକ୍ସର ଏକ ସେଟ୍ ଉପରେ ନିଷ୍ପତ୍ତି ନେଇଥିଲୁ। ‘ଡିଡି ନ୍ୟୁଜ୍’ ର ଟେକ୍ନିକାଲ ନବୀକରଣ ଉପରେ ମଧ୍ୟ କାମ ଚାଲିଛି। ”

#Odia#Odisha#News
Share Article:

Related Articles