News Room Odisha
BREAKING
Odia

ପୁଟିନଙ୍କ ବିରୋଧୀ ଆଲେକ୍ସୀ ନାଭାଲ୍ନିଙ୍କ ଜେଲରେ ରହସ୍ୟଜନକ ଭାବେ ମୃତ୍ୟୁ

ମସ୍କୋ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମାଲୋଚକ ତଥା ବିରୋଧୀ ଦଳ ନେତା ଆଲେକ୍ସୀ ନାଭାଲ୍ନିଙ୍କ ଜେଲରେ ରହସ୍ୟଜନକ ଭାବେ ମୃତ୍ୟୁ ହୋଇଛି। ୟାମାଲୋ-ନେନେଟ୍ସ ଅଞ୍ଚଳର ଜେଲ ବିଭାଗ ତରଫରୁ ନାଭାଲ୍ନିଙ୍କୁ ମୃତ ଘୋଷଣା କରାଯାଇଛି। କିଛି ଦିନ ପୂର୍ବରୁ ନାଭାଲନିଙ୍କୁ ଏହି ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ୟାମାଲୋ-ନେନେଟସ୍ ଜେଲ୍ ବିଭାଗ ଏହାର ୱେବସାଇଟରେ ଜାରି ଏକ ବିବୃତ୍ତିରେ କହିଛି, ଶୁକ୍ରବାର ବୁଲୁଥିବା ବେଳେ ନାଭାଲ୍ନି ଅସୁସ୍ଥ ଅନୁଭବ କରିଥିଲେ ଓ ବେହୋସ୍ ହୋଇଯାଇଥିଲେ। ତୁରନ୍ତ [...]

Admin•February 16, 2024
Share Article:

ମସ୍କୋ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମାଲୋଚକ ତଥା ବିରୋଧୀ ଦଳ ନେତା ଆଲେକ୍ସୀ ନାଭାଲ୍ନିଙ୍କ ଜେଲରେ ରହସ୍ୟଜନକ ଭାବେ ମୃତ୍ୟୁ ହୋଇଛି। ୟାମାଲୋ-ନେନେଟ୍ସ ଅଞ୍ଚଳର ଜେଲ ବିଭାଗ ତରଫରୁ ନାଭାଲ୍ନିଙ୍କୁ ମୃତ ଘୋଷଣା କରାଯାଇଛି। କିଛି ଦିନ ପୂର୍ବରୁ ନାଭାଲନିଙ୍କୁ ଏହି ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ୟାମାଲୋ-ନେନେଟସ୍ ଜେଲ୍ ବିଭାଗ ଏହାର ୱେବସାଇଟରେ ଜାରି ଏକ ବିବୃତ୍ତିରେ କହିଛି, ଶୁକ୍ରବାର ବୁଲୁଥିବା ବେଳେ ନାଭାଲ୍ନି ଅସୁସ୍ଥ ଅନୁଭବ କରିଥିଲେ ଓ ବେହୋସ୍ ହୋଇଯାଇଥିଲେ। ତୁରନ୍ତ ମେଡ଼ିକାଲ ଷ୍ଟାଫଙ୍କୁ ଡକାଯାଇଥିଲା, କିନ୍ତୁ ସେମାନେ ନାଭାଲ୍ନିଙ୍କୁ ମୃତ ଘୋଷଣା କରିଥିଲେ। ନାଭାଲ୍ନିଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ଆସନ୍ତା ମାସରେ ରୁଷରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ନାଭାଲ୍ନିଙ୍କ ଅଚାନକ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅନ୍ୟପକ୍ଷରେ ନାଭାଲ୍ନିଙ୍କ ମୃତ୍ୟୁର କାରଣ ସମ୍ପର୍କରେ କୌଣସି ସୂଚନା ନାହିଁ ବୋଲି କ୍ରେମଲିନ୍ ଦାବି କରିଛି। ତାଙ୍କ ମୃତ୍ୟୁ ଘଟଣାର ତଦନ୍ତ କରାଯାଉଛି ବୋଲି କ୍ରେମଲିନ୍ ଏକ ବିବୃତ୍ତିରେ କହିଛି। ରୁଷର ପ୍ରମୁଖ ବିରୋଧୀଦଳ ନେତା ତଥା ପୁଟିନଙ୍କ କଠୋର ସମାଲୋଚକ ଆଲେକ୍ସୀ ନାଭାଲ୍ନିଙ୍କୁ ଉଗ୍ରବାଦ ଅଭିଯୋଗରେ ଗତ ବର୍ଷ ଅଗଷ୍ଟରେ ରୁଷର ଏକ କୋର୍ଟ ୧୯ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ।

ଜାନୁଆରୀ ୨୦୨୧ ପରଠୁ ନାଭାଲ୍ନି ଜେଲରେ ଥିଲେ। ତାଙ୍କୁ ଜର୍ମାନୀରେ ମଧ୍ୟ ବିଷ ଦେଇ ହତ୍ୟା ଉଦ୍ୟମ ହୋଇଥିଲା। ଏଥିରୁ ସୁସ୍ଥ ହୋଇ ମସ୍କୋକୁ ଫେରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ନର୍ଭ ଏଜେଣ୍ଟ (ଏକ ପ୍ରକାର ବିଷ) ଆକ୍ରମଣ ପାଇଁ ନାଭାଲ୍ନି ପୁଟିନଙ୍କୁ ଦାୟୀ କରିଥିଲେ। ଗିରଫ ପୂର୍ବରୁ ସେ ରୁଷରେ ଚାଲିଥିବା ଦୁର୍ନୀତି ବିରୋଧରେ ଅଭିଯାନ ଚଳାଇବା ସହ ରୁଷ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ପରେ ତାଙ୍କୁ ୩ ଥର ଜେଲ ଦଣ୍ଡାଦେଶ ହୋଇଥିଲା । ନାଭାଲନି ତାଙ୍କ ବିରୋଧରେ ସମସ୍ତ ଅଭିଯୋଗକୁ ରାଜନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଥିଲେ ।

#Odia#Odisha#News
Share Article:

Related Articles