News Room Odisha
BREAKING
Odia

ମାଓବାଦୀ ଲିଙ୍କ୍ ମାମଲାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ସାଇବାବା ଦୋଷମୁକ୍ତ

ନାଗପୁର: ମାଓବାଦୀ ଲିଙ୍କ୍ ମାମଲାରେ ବମ୍ବେ ହାଇକୋର୍ଟର ନାଗପୁର ଶାଖା ମଙ୍ଗଳବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଜିଏନ୍ ସାଇବାବାଙ୍କୁ ଦୋଷମୁକ୍ତ କରିଛନ୍ତିି । ତାଙ୍କ ଆଜୀବନ କାରାଦଣ୍ଡକୁ ମଧ୍ୟ ରଦ୍ଦ କରିଛନ୍ତି କୋର୍ଟ । ଜଷ୍ଟିସ୍ ବିନୟ ଯୋଶୀ ଏବଂ ଜଷ୍ଟିସ୍ ବାଲ୍ମୀକି ଏସ୍ ମେଞ୍ଜେସଙ୍କ ଖଣ୍ଡପୀଠଛ ଏହି ମାମଲାରେ ଅନ୍ୟ ପାଞ୍ଚଜଣ ଅଭିଯୁକ୍ତଙ୍କୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ କରିଛି। ବାଦୀ ପକ୍ଷ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ସାବ୍ୟସ୍ତ କରିବାରେ ବିଫଳ ହୋଇଛି ବୋଲି ହାଇକୋର୍ଟ [...]

Admin•March 5, 2024
Share Article:

ନାଗପୁର: ମାଓବାଦୀ ଲିଙ୍କ୍ ମାମଲାରେ ବମ୍ବେ ହାଇକୋର୍ଟର ନାଗପୁର ଶାଖା ମଙ୍ଗଳବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଜିଏନ୍ ସାଇବାବାଙ୍କୁ ଦୋଷମୁକ୍ତ କରିଛନ୍ତିି । ତାଙ୍କ ଆଜୀବନ କାରାଦଣ୍ଡକୁ ମଧ୍ୟ ରଦ୍ଦ କରିଛନ୍ତି କୋର୍ଟ ।

ଜଷ୍ଟିସ୍ ବିନୟ ଯୋଶୀ ଏବଂ ଜଷ୍ଟିସ୍ ବାଲ୍ମୀକି ଏସ୍ ମେଞ୍ଜେସଙ୍କ ଖଣ୍ଡପୀଠଛ ଏହି ମାମଲାରେ ଅନ୍ୟ ପାଞ୍ଚଜଣ ଅଭିଯୁକ୍ତଙ୍କୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ କରିଛି। ବାଦୀ ପକ୍ଷ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ସାବ୍ୟସ୍ତ କରିବାରେ ବିଫଳ ହୋଇଛି ବୋଲି ହାଇକୋର୍ଟ କହିଛନ୍ତି। ଏହାଛଡ଼ା ଅଭିଯୁକ୍ତଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ର ଧାରା ଅନୁଯାୟୀ ଚାର୍ଜସିଟ ଦାଖଲ ପାଇଁ ମଞ୍ଜୁରକୁ “ଅବୈଧ” ବୋଲି କହିଛନ୍ତି ହାଇକୋର୍ଟ ।

ଏହି ମାମଲାରେ ହାଇକୋର୍ଟର ଅନ୍ୟ ଏକ ଖଣ୍ଡପୀଠ ସାଇବାବାଙ୍କୁ ଅକ୍ଟୋବର ୧୪, ୨୦୨୨ରେ ଦୋଷମୁକ୍ତ କରିଥିଲେ। ତେବେ ମହାରାଷ୍ଟ୍ର ସରକାର ସେହି ଦିନ ହିଁ ହାଇକୋର୍ଟ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ସର୍ବୋଚ୍ଚ ନ୍ୟାୟାଳୟ ପ୍ରଥମେ ହାଇକୋର୍ଟ ଆଦେଶ ଉପରେ ରୋକ୍ ଲଗାଇଥିଲେ । ପରେ ସୁପ୍ରିମକୋର୍ଟ ଏପ୍ରିଲ୍ ୨୦୨୩ରେ ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରି ସାଇବାବାଙ୍କ ଦ୍ବାରା ଦାୟର ପିଟିସନର ଶୁଣାଣି ଏକ ନୂଆ ଖଣ୍ଡପୀଠରେ କରିବାକୁ ବମ୍ବେ ହାଇକୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ।

ଶାରୀରିକ ଅକ୍ଷମତା କାରଣରୁ ହ୍ୱିଲ ଚେୟାରରେ ସୀମିତ ସାଇବାବାଙ୍କୁ ମାଓବାଦୀ ଲିଙ୍କ୍ ଅଭିଯୋଗରେ ୨୦୧୪ ମସିହାରେ ଗିରଫ କରାଯିବା ପରଠାରୁ ନାଗପୁର କେନ୍ଦ୍ରୀୟ ଜେଲରେ ରଖାଯାଇଛି। ୨୦୧୭ରେ ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲା ସେସନ୍ କୋର୍ଟ ମାଓବାଦୀ ଲିଙ୍କ୍ ଓ ଦେଶ ବିରୋଧରେ ଯୁଦ୍ଧ ଆହ୍ବାନ ଅଭିଯୋଗରେ ସାଇବାବାଙ୍କ ସମେତ ଜଣେ ସାମ୍ବାଦିକ ଓ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଜଣେ ଛାତ୍ରଙ୍କ ସହ ଅନ୍ୟ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।

#Odia#Odisha#News
Share Article:

Related Articles