News Room Odisha
BREAKING
Odia

‘ଟାଇମ୍’ ମାଗାଜିନର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ସାକ୍ଷୀ ମଲିକ, ଆଲିଆ ଭଟ୍ଟ

ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ଭାରତୀୟ କୁସ୍ତି ଖେଳାଳି ସାକ୍ଷୀ ମଲିକ ‘ଟାଇମ୍’ ମାଗାଜିନର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି । କୁସ୍ତିରେ ଭାରତର ଏକମାତ୍ର ମହିଳା ଅଲିମ୍ପିକ୍ ପଦକ ବିଜେତା ସାକ୍ଷୀଙ୍କୁ ମହିଳା ରେସଲରଙ୍କ ଯୌନ ନିର୍ଯାତନା ନେଇ ଭାରତୀୟ କୁସ୍ତି ସଂଘ (ଡବ୍ଲୁଏଫ୍ଆଇ)ର ପୂର୍ବତନ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଲଢ଼େଇ ପାଇଁ ଏହି ତାଲିକାରେ ସାମିଲ କରାଯାଇଛି। ‘ଟାଇମ୍’ ମାଗାଜିନର ଏହି ତାଲିକାରେ [...]

Admin•April 17, 2024
Share Article:

ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ଭାରତୀୟ କୁସ୍ତି ଖେଳାଳି ସାକ୍ଷୀ ମଲିକ ‘ଟାଇମ୍’ ମାଗାଜିନର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ।

କୁସ୍ତିରେ ଭାରତର ଏକମାତ୍ର ମହିଳା ଅଲିମ୍ପିକ୍ ପଦକ ବିଜେତା ସାକ୍ଷୀଙ୍କୁ ମହିଳା ରେସଲରଙ୍କ ଯୌନ ନିର୍ଯାତନା ନେଇ ଭାରତୀୟ କୁସ୍ତି ସଂଘ (ଡବ୍ଲୁଏଫ୍ଆଇ)ର ପୂର୍ବତନ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଲଢ଼େଇ ପାଇଁ ଏହି ତାଲିକାରେ ସାମିଲ କରାଯାଇଛି।

‘ଟାଇମ୍’ ମାଗାଜିନର ଏହି ତାଲିକାରେ ଅନ୍ୟ ଭାରତୀୟଙ୍କ ମଧ୍ୟରେ ଅଭିନେତ୍ରୀ ଆଲିଆ ଭଟ୍ଟ, ବିଶ୍ବବ୍ୟାଙ୍କ ସଭାପତି ଅଜୟ ବାଙ୍ଗା, ଇଣ୍ଡୋ-ବ୍ରିଟିଶ ଅଭିନେତା ଦେବ ପଟେଲ ଏବଂ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା ବି ସ୍ଥାନ ପାଇଛନ୍ତି।

ସାକ୍ଷୀ ମଲିକ ଦୁଇଥର ବିଶ୍ୱ ଚାମ୍ପିୟନସିପ୍ ବ୍ରୋଞ୍ଜ ପଦକ ବିଜେତା ବିନେଶ ଫୋଗେଟ୍ ଏବଂ ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ବଜରଙ୍ଗ ପୁନିଆଙ୍କ ସହ ମିଶି ଜନ୍ତର ମନ୍ତର ଠାରେ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ବିରୋଧ ପ୍ରଦର୍ଶନର ନେତୃତ୍ୱ ନେଇଥିଲେ। ସେମାନେ ଦେଶର ମହିଳା କୁସ୍ତିଯୋଦ୍ଧାମାନଙ୍କୁ ଭୟଭୀତ କରି ଯୌନ ନିର୍ଯାତନା ଦେବା ଅଭିଯୋଗରେ ବ୍ରିଜ ଭୂଷଣଙ୍କୁ ଗିରଫ କରିବାକୁ ଦାବି କରିଥିଲେ।

ଗତ ବର୍ଷ ଜାନୁଆରୀରେ ବ୍ରିଜ ଭୂଷଣଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା ଓ ଏହା ବର୍ଷେ ପର୍ଯ୍ୟନ୍ତ ଚାଲିଥିଲା। ସୁପ୍ରିମକୋର୍ଟ ନିର୍ଦ୍ଦେଶ କ୍ରମେ ବ୍ରିଜ ଭୂଷଣଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏକ ଚାର୍ଜସିଟ୍ ଦାଖଲ କରିଥିଲା । ତେବେ ତାଙ୍କ ବିରୋଧରେ ଅଭିଯୋଗକୁ ବ୍ରିଜ ଭୂଷଣ ଖଣ୍ଡନ କରିଥିଲେ।

ବ୍ରିଜ ଭୂଷଣ ପଦ ଛାଡ଼ିବା ପରେ ତାଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ ଡବ୍ଲୁଏଫ୍ଆଇ ସଭାପତି ଭାବେ ନିର୍ବାଚିତ ହୋଇଥିଲେ।

ଯେଉଁ ଦିନ ସଞ୍ଜୟ ସିଂହ ଡବ୍ଲୁଏଫ୍ଆଇ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ, ସେହି ଦିନ ସାକ୍ଷୀ କୁସ୍ତିରୁ ଅବସର ଘୋଷଣା କରିଥିଲେ।

#Odia#Odisha#News
Share Article:

Related Articles