News Room Odisha
BREAKING
Odia

କେନ୍ଦ୍ରର ପ୍ରସ୍ତାବ ଖାରଜ କଲା ସଂଯୁକ୍ତ କିସାନ ମୋର୍ଚ୍ଚା

ନୂଆଦିଲ୍ଲୀ: ଏମ୍ଏସପି ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ସଂଯୁକ୍ତ କିସାନ ମୋର୍ଚ୍ଚା (ଏସକେଏମ୍) ଖାରଜ କରିଛି । କୃଷକ ନେତାଙ୍କ ସହ ଚଣ୍ଡିଗଡ଼ରେ ରବିବାର ଚତୁର୍ଥ ପର୍ଯ୍ୟାୟ ଆଲୋଚନା ବେଳେ ସରକାର ପାଞ୍ଚ ବର୍ଷ ପାଇଁ ପାଞ୍ଚଟି ପ୍ରମୁଖ ଫସଲ ଉପରେ ଏମଏସପି ଦେବାକୁ ପ୍ରସ୍ତାବ ଦେଇଥିଲେ । ତେବେ ଏହି ପ୍ରସ୍ତାବ ଉପରେ ଭାରତୀୟ କିସାନ ୟୁନିଅନ (ଅଣ ରାଜନୈତିକ) ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ। ସଂଯୁକ୍ତ କିସାନ ମୋର୍ଚ୍ଚା କହିଛି ଯେ ମକା, [...]

Admin•February 19, 2024
Share Article:

ନୂଆଦିଲ୍ଲୀ: ଏମ୍ଏସପି ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ସଂଯୁକ୍ତ କିସାନ ମୋର୍ଚ୍ଚା (ଏସକେଏମ୍) ଖାରଜ କରିଛି । କୃଷକ ନେତାଙ୍କ ସହ ଚଣ୍ଡିଗଡ଼ରେ ରବିବାର ଚତୁର୍ଥ ପର୍ଯ୍ୟାୟ ଆଲୋଚନା ବେଳେ ସରକାର ପାଞ୍ଚ ବର୍ଷ ପାଇଁ ପାଞ୍ଚଟି ପ୍ରମୁଖ ଫସଲ ଉପରେ ଏମଏସପି ଦେବାକୁ ପ୍ରସ୍ତାବ ଦେଇଥିଲେ । ତେବେ ଏହି ପ୍ରସ୍ତାବ ଉପରେ ଭାରତୀୟ କିସାନ ୟୁନିଅନ (ଅଣ ରାଜନୈତିକ) ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।

ସଂଯୁକ୍ତ କିସାନ ମୋର୍ଚ୍ଚା କହିଛି ଯେ ମକା, କପା, ହରଡ଼ / ମୁଗ, ମସୁର ଡାଲି ଏବଂ କପା ଫସଲ ଉପରେ ଏ୨ + ଏଫ୍ଏଲ୍ + ୫୦% ସୂତ୍ରରେ ସରକାର ଏମଏସପି ଦେବାକୁ କହିଛନ୍ତି । କିନ୍ତୁ ଏହା ଅସଲ ଦାବି ଗୁଡ଼ିକୁ ଦୁର୍ବଳ କରିବାକୁ ଏକ ଉଦ୍ୟମ। ସମସ୍ତ ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ ସି୨ + ୫୦% ସୂତ୍ରରେ ସ୍ଥିର କରାଯିବାକୁ କୃଷକମାନେ ଦାବି କରୁଛନ୍ତି।

ଏସକେଏମ୍ କହିଛି, ୨୦୧୪ ମସିହାରେ ବିଜେପି ଏମଏସପିରେ ଫସଲ କିଣିବା ପାଇଁ ନିଜ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା, ଯାହା ଦଳ ପୂରଣ କରୁନାହିଁ। ଚାଷୀଙ୍କ ସହ ହୋଇଥିବା ଆଲୋଚନାରେ ସରକାର କେଉଁ ଏମଏସପି ସୂତ୍ର କାର୍ଯ୍ୟକାରୀ କରିବେ ତାହା ଏପର୍ଯ୍ୟନ୍ତ କହି ନାହାଁନ୍ତି। ଏହାଛଡ଼ା କୃଷକମାନଙ୍କ ଋଣ ଛାଡ଼, ବିଦ୍ୟୁତ୍ ବୋର୍ଡର ଘରୋଇକରଣ, ୬୦ ବର୍ଷରୁ ଅଧିକ ଚାଷୀଙ୍କୁ ୧୦,୦୦୦ ଟଙ୍କା ପେନସନ୍ ଏବଂ ଲକ୍ଷ୍ମୀପୁର ଖେରୀ ଘଟଣାରେ ନ୍ୟାୟ ପ୍ରଦାନ ନେଇ କେନ୍ଦ୍ର ମନ୍ତ୍ରୀମାନେ ନିରବ ରହିଛନ୍ତି ବୋଲି ସଂଘ ଅଭିଯୋଗ କରିଛି ।

#Odia#Odisha#News
Share Article:

Related Articles