News Room Odisha
BREAKING
Odia

ଦୁଇଟି ପିଡିଏଫ୍ ଫାଇଲରେ ରହିଛି ୨୨,୨୧୭ ନିର୍ବାଚନୀ ବଣ୍ଡର ତଥ୍ୟ, ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲା ଏସବିଆଇ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ମଙ୍ଗଳବାର ନିର୍ବାଚନ କମିଶନଙ୍କୁ ନିର୍ବାଚନୀ ବଣ୍ଡ୍ ତଥ୍ୟ ଦେଇଛି । ଏସବିଆଇ ଆଜି ଏହି ମାମଲାରେ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛି । ଏସବିଆଇ ଅଧ୍ୟକ୍ଷ ଦୀନେଶ ଖାରା ଏହି ସତ୍ୟପାଠ ଦାଖଲ କରିଛନ୍ତିି । ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ବିବରଣୀ ନିର୍ବାଚନ କମିଶନଙ୍କ ନିକଟରେ ଉପଲବ୍ଧ କରାଯାଇଛି ବୋଲି ଏସବିଆଇ ଏହି ସତ୍ୟପାଠ ଜରିଆରେ କୋର୍ଟଙ୍କୁ ଜଣାଇଛି। ଏସବିଆଇ ଅଧ୍ୟକ୍ଷ ଦୀନେଶ [...]

Admin•March 13, 2024
Share Article:

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ମଙ୍ଗଳବାର ନିର୍ବାଚନ କମିଶନଙ୍କୁ ନିର୍ବାଚନୀ ବଣ୍ଡ୍ ତଥ୍ୟ ଦେଇଛି । ଏସବିଆଇ ଆଜି ଏହି ମାମଲାରେ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛି । ଏସବିଆଇ ଅଧ୍ୟକ୍ଷ ଦୀନେଶ ଖାରା ଏହି ସତ୍ୟପାଠ ଦାଖଲ କରିଛନ୍ତିି । ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ବିବରଣୀ ନିର୍ବାଚନ କମିଶନଙ୍କ ନିକଟରେ ଉପଲବ୍ଧ କରାଯାଇଛି ବୋଲି ଏସବିଆଇ ଏହି ସତ୍ୟପାଠ ଜରିଆରେ କୋର୍ଟଙ୍କୁ ଜଣାଇଛି।

ଏସବିଆଇ ଅଧ୍ୟକ୍ଷ ଦୀନେଶ ଖାରା ସୁପ୍ରିମକୋର୍ଟଙ୍କୁ କହିଛନ୍ତି, ସେ କୋର୍ଟଙ୍କ ନିର୍ଦ୍ଦେଶ ପାଳନ ପୂର୍ବକ ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ସମସ୍ତ ତଥ୍ୟ ନିର୍ବାଚନ କମିଶନଙ୍କୁ ଦେଇଛନ୍ତି। ନିର୍ବାଚନୀ ବଣ୍ଡର କ୍ରୟ ଓ ବିକ୍ରୟ, କ୍ରେତାଙ୍କ ନାମ ସହ ସମସ୍ତ ଆନୁସଙ୍ଗିକ ସୂଚନା ସମ୍ବନ୍ଧରେ ଏସବିଆଇ ଏକ ରିପୋର୍ଟ ପ୍ରସ୍ତୁତ କରିଛି । ଏହା ଠିକ୍ ସମୟରେ କମିଶନଙ୍କୁ ପ୍ରଦାନ କରାଯାଇଛି।

ଏସବିଆଇ ସତ୍ୟପାଠରେ କହିଛି, ସିଲ୍ ହୋଇଥିବା ଲଫାପାରେ ଏକ ପେନ୍ ଡ୍ରାଇଭ୍ ଏବଂ ଦୁଇଟି ପିଡିଏଫ୍ ଫାଇଲ୍ ମାଧ୍ୟମରେ ନିର୍ବାଚନୀ ବଣ୍ଡ୍ ତଥ୍ୟ ଦିଆଯାଇଛି । ଏହା ପାସୱାର୍ଡ ଦ୍ବାରା ସୁରକ୍ଷିତ । କୌଣସି ଦଳ ଦ୍ବାରା ଭଙ୍ଗା ହୋଇନଥିବା ନିର୍ବାଚନୀ ବଣ୍ଡ୍ ରାଶି ପିଏମ ରିଲିଫ ପାଣ୍ଠିରେ ଜମା କରାଯାଇଛି।

ସତ୍ୟପାଠରେ ଏସବିଆଇ କହିଛି, ୧ ଏପ୍ରିଲ ୨୦୧୯ ରୁ ୧୬ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ମୋଟ ୨୨,୨୧୭ ନିର୍ବାଚନୀ ବଣ୍ଡ୍ ବିକ୍ରି ହୋଇଛି। ସେଥିମଧ୍ୟରୁ ୨୨,୦୩୦ ବଣ୍ଡ୍ ବିଭିନ୍ନ ରାଜନୈତିକ ଦଳ ଦ୍ବାରା ଭଙ୍ଗା ଯାଇଛି । କେବଳ ୧୮୭ ବଣ୍ଡ୍ ଭଙ୍ଗା ଯାଇନାହିଁ | ନିୟମ ଅନୁଯାୟୀ ସେଗୁଡିକ ପିଏମ୍ ରିଲିଫ ପାଣ୍ଠିରେ ଜମା କରାଯାଇଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏସବିଆଇ ଦେଇଥିବା ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ତଥ୍ୟକୁ ମାର୍ଚ୍ଚ ୧୫ ଅପରାହ୍ନ ୫ଟା ସୁଦ୍ଧା ନିର୍ବାଚନ କମିଶନ ନିଜ ୱେବସାଇଟରେ ସାର୍ବଜନୀନ କରିବ ।

#Odia#Odisha#News
Share Article:

Related Articles