News Room Odisha
BREAKING
Odia

ଆଜିଠୁ ଦ୍ୱିତୀୟ ଟେଷ୍ଟ, ଚାପରେ ଭାରତ

ବିଶାଖାପଟନମ୍: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଏଠାରେ ଶୁକ୍ରବାର ଠାରୁ ଖେଳାଯିବ। ପ୍ରଥମ ମ୍ୟାଚରେ ନାଟକୀୟ ପରାଜୟ ପରେ ଭାରତ ପ୍ରବଳ ଚାପରେ ରହିଛି । ସିରିଜକୁ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ନିଜ ରଣନୀତିରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଆଘାତ ସମସ୍ୟା ଯୋଗୁଁ ରବୀନ୍ଦ୍ର ଜାଡେଜା ଓ କେଏଲ୍ ରାହୁଲଙ୍କ ଅନୁପସ୍ଥିତି ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ତିନି ବର୍ଷ ପୂର୍ବେ ମଧ୍ୟ ଭାରତ ପାଇଁ ସମାନ ପରିସ୍ଥିତି ଦେଖାଦେଇଥିଲା । [...]

Admin•February 2, 2024
Share Article:

ବିଶାଖାପଟନମ୍: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଏଠାରେ ଶୁକ୍ରବାର ଠାରୁ ଖେଳାଯିବ। ପ୍ରଥମ ମ୍ୟାଚରେ ନାଟକୀୟ ପରାଜୟ ପରେ ଭାରତ ପ୍ରବଳ ଚାପରେ ରହିଛି । ସିରିଜକୁ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ନିଜ ରଣନୀତିରେ ପରିବର୍ତ୍ତନ ଆଣିବାକୁ ପଡ଼ିବ।

ଆଘାତ ସମସ୍ୟା ଯୋଗୁଁ ରବୀନ୍ଦ୍ର ଜାଡେଜା ଓ କେଏଲ୍ ରାହୁଲଙ୍କ ଅନୁପସ୍ଥିତି ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ତିନି ବର୍ଷ ପୂର୍ବେ ମଧ୍ୟ ଭାରତ ପାଇଁ ସମାନ ପରିସ୍ଥିତି ଦେଖାଦେଇଥିଲା । ଚେନ୍ନାଇରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ହାରିବା ପରେ ଭାରତ ସଫଳ ପ୍ରତ୍ୟାବର୍ତ୍ତନ ସହ ସିରିଜ ଜିତିଥିଲା।

ଭାରତ ହାଇଦ୍ରାବାଦରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ୧୯୦ ରନର ଅଗ୍ରଣୀ ହାସଲ କରିବା ସତ୍ତ୍ୱେ ଭ୍ରମଣକାରୀ ଦଳ ଠାରୁ ହାରିଯାଇଥିଲା । ତିନି ଜଣ ବିଶ୍ବ ଶ୍ରେଣୀୟ ସ୍ପିନର ଥାଇ ସୁଦ୍ଧା ତାହାକୁ ବେଖାତିର କରି ଓଲି ପୋପ୍‌ଙ୍କ ନେତୃତ୍ବାଧୀନ ଇଂଲଣ୍ଡ ବ୍ୟାଟରମାନେ ଚମତ୍କାର ସୁଇପ୍ ଏବଂ ରିଭର୍ସ ସୁଇପ୍ ସଟ୍ ଖେଳି ଯେପରି ଅନାୟାସରେ ରନ ସଂଗ୍ରହ କରି ଭାରତ ହାତରୁ ବିଜୟ ଛଡ଼ାଇ ନେଇଥିଲେ । ରୋହିତ ଶର୍ମା ମଧ୍ୟ ପ୍ରଥମ ଟେଷ୍ଟରେ ପ୍ରଭାବହୀନ ଅଧିନାୟକତ୍ବ ପାଇଁ ସମାଲୋଚିତ ହୋଇଥିଲେ । ଭାରତ ଜାଡେଜାଙ୍କ ଭଳି ଦକ୍ଷ ସ୍ପିନରଙ୍କ ଅନୁପସ୍ଥିତି ଅନୁଭବ କରିବ। ତେବେ ୫୦୦ ଓ୍ବିକେଟ୍ ମାଇଲଖୁଣ୍ଟଠାରୁ ଆଉ ମାତ୍ର ୪ ଓ୍ବିକେଟ୍ ପଛରେ ରହିଥ‌ିବା ଅଶ୍ବିନଙ୍କଠାରୁ ଉନ୍ନତ ବୋଲିଂ ଆଶା କରାଯାଉଛି । ଇଂଲଣ୍ଡର ଆକ୍ରମଣାତ୍ମକ ବ୍ୟାଟରମାନଙ୍କ‌ଉପରେ କିପରି ଅଙ୍କୁଶ ଲଗାଇଯାଇପାରିବ ଅକ୍ଷର ସେ ନେଇ ଯୋଜନା ପ୍ରସ୍ତୁତି କରିବା ଆବଶ୍ୟକ। ଜାଡୋଜାଙ୍କ ସ୍ଥାନରେ ସମ୍ଭବତଃ ବାମହାତୀ ରିଷ୍ଟ ସ୍ପିନର‌ କୁଲଦୀପ ଯାଦବ ଖେଳିପାରନ୍ତି।

ବର୍ତ୍ତମାନ ପରିସ୍ଥିତିରେ ଭାରତ ଅନ୍ୟ ଜଣେ ସ୍ପିନର ସମ୍ଭବତଃ‌ ୱାଶିଂଟନ ସୁନ୍ଦରଙ୍କୁ ନେଇ କିମ୍ବା ଜଣେ ପେସ୍ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ନେଇ ଖେଳୁଛି ତାହା ଲକ୍ଷ୍ୟ କରିବାର କଥା। । ପ୍ରଥମ ଟେଷ୍ଟରେ ଇଂଲଣ୍ଡର ‘ବାଜବଲ୍’ ରଣନୀତି ସଫଳ ହୋଇଥିଲା । ଏବେ ଦ୍ବିତୀୟ ଟେଷ୍ଟରେ ଭାରତ ଭ୍ରମଣକାରୀ ଦଳର ଏହି ରଣନୀତିକୁ କିପରି କାଉଣ୍ଟର କରୁଛି ଦେଖିବାକୁ ରହିଲା । ଏହାଛଡ଼ା ବିପକ୍ଷ ଦଳର ନୂଆ ବାମହାତୀ ସ୍ପିନ ସେନ୍‌ସେଶନ ଟମ୍ ହାର୍ଟଲିଙ୍କୁ ଭାରତୀୟ ବ୍ୟାଟର କିପରି ସାମ୍ନା କରୁଛନ୍ତି ତାହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ।

#Odia#Odisha#News
Share Article:

Related Articles