News Room Odisha
BREAKING
Odia

ପ୍ରଜ୍ବଳ ରେଭାନ୍ନାଙ୍କ ଡିପ୍ଲୋମାଟିକ୍ ପାସପୋର୍ଟ ରଦ୍ଦ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସିଦ୍ଧରମୈୟା

ବେଙ୍ଗାଲୁରୁ: କର୍ଣ୍ଣାଟକର ହାସନ ସାଂସଦ ତଥା ଜନତା ଦଳ (ସେକ୍ୟୁଲାର) ନେତା ପ୍ରଜ୍ବଳ ରେଭାନ୍ନାଙ୍କ ଯୌନ କେଳେଙ୍କେରୀ ଭିଡ଼ିଓ ସାମ୍ନାକୁ ଆସିବା ପରେ ଏହି ମାମଲାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ଏହି ମାମଲା ନେଇ କଂଗ୍ରେସ ଓ ଜେଡିଏସ୍-ବିଜେପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହି ମାମଲାରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ପ୍ରଜ୍ବଳ ରେଭାନ୍ନାଙ୍କ ଡିପ୍ଲୋମାଟିକ୍ ପାସପୋର୍ଟ ରଦ୍ଦ କରିବାକୁ କେନ୍ଦ୍ର ବୈଦେଶିକ [...]

Admin•May 1, 2024
Share Article:

ବେଙ୍ଗାଲୁରୁ: କର୍ଣ୍ଣାଟକର ହାସନ ସାଂସଦ ତଥା ଜନତା ଦଳ (ସେକ୍ୟୁଲାର) ନେତା ପ୍ରଜ୍ବଳ ରେଭାନ୍ନାଙ୍କ ଯୌନ କେଳେଙ୍କେରୀ ଭିଡ଼ିଓ ସାମ୍ନାକୁ ଆସିବା ପରେ ଏହି ମାମଲାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ଏହି ମାମଲା ନେଇ କଂଗ୍ରେସ ଓ ଜେଡିଏସ୍-ବିଜେପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହି ମାମଲାରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ପ୍ରଜ୍ବଳ ରେଭାନ୍ନାଙ୍କ ଡିପ୍ଲୋମାଟିକ୍ ପାସପୋର୍ଟ ରଦ୍ଦ କରିବାକୁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଛନ୍ତିି। ବିଦେଶ ପଳାଇଥିବା ପ୍ରଜ୍ବଳ ରେଭାନ୍ନାଙ୍କ ବିରୋଧରେ ଯେଭଳି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ସୁନିଶ୍ଚିତ କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତିି ସିଦ୍ଧରମୈୟା ।

ଇତି ମଧ୍ୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଅଭିଯୋଗ କରିଛନ୍ତିି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ହିଁ ତାଙ୍କ ନାତି ପ୍ରଜ୍ବଳ ରେଭାନ୍ନାଙ୍କୁ ଭାରତ ଛାଡ଼ି ପଳାଇବାରେ ସହାୟତା କରିଥିଲେ । ସେ ସାମ୍ବାଦିକମାନଙ୍କୁ କହିଛନ୍ତିି – ଦେଶ ବାହାରକୁ ଯିବା ପାଇଁ ପାସପୋର୍ଟ ଓ ଭିସା କିଏ ଦେଇଥାଏ? କେନ୍ଦ୍ର … ସେ କେନ୍ଦ୍ର ସରକାରଙ୍କୁ ନ ଜଣାଇ ବାହାରକୁ ଯାଇପାରିବେ କି? ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ହିଁ ଏନେଇ ପୂରା ପ୍ଲାନିଂ କରିଥିଲେ ଏବଂ ତାଙ୍କ ନାତିଙ୍କୁ ଭାରତ ବାହାରକୁ ପଠାଇ ଦେଇଥିଲେ।

ଯୌନ ନିର୍ଯାତନା ଭିଡ଼ିଓ ଭାଇରାଲ୍ ହେବା ପରେ ମଙ୍ଗଳବାର ପ୍ରଜ୍ବଳ ରେଭାନ୍ନାଙ୍କୁ ଜେଡିଏସ୍ ରୁ ନିଲମ୍ବିତ କରାଯାଇଥିଲା । ଅନ୍ୟପକ୍ଷରେ ଏହି ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ଗଠନ କରିଥିବା ‘ଏସ୍ଆଇଟି’ ବିଧାୟକ ଏଚଡି ରେଭାନ୍ନା ଏବଂ ତାଙ୍କ ସାଂସଦ ପୁଅ ପ୍ରଜ୍ବଳ ରେଭାନ୍ନାଙ୍କୁ ନୋଟିସ୍ ଜାରି କରିଛି । ଉଭୟଙ୍କୁ ଏସଆଇଟି ସମ୍ମୁଖରେ ହାଜର ହେବାକୁ କୁହାଯାଇଛି।

#Odia#Odisha#News
Share Article:

Related Articles