News Room Odisha
BREAKING
Odia

ବାଲ୍ଟିମୋର ବ୍ରିଜ୍ ଭୁଶୁଡ଼ିବା ଘଟଣା, ନିଖୋଜ ୬ ବ୍ୟକ୍ତି ମୃତ ଘୋଷିତ

ୱାଶିଂଟନ: ମାଲବାହୀ ଜାହାଜ ଧକ୍କା ପରେ ଆମେରିକାର ମେରିଲ୍ୟାଣ୍ଡ ପ୍ରଦେଶ ବାଲ୍ଟିମୋର ସହରର ଏକ ପ୍ରମୁଖ ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ନିଖୋଜ ୬ ଜଣ ଲୋକଙ୍କୁ ମୃତ ଘୋଷଣା କରାଯାଇଛି। କୋଷ୍ଟଗାର୍ଡ ଅଧିକାରୀ ଆଡମିରାଲ ଶାନନ ଗିଲ୍ରାଥ ମଙ୍ଗଳବାର ସନ୍ଧ୍ୟାରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ‘ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍’ ଭୁଶୁଡିବା ପରେ ପେଟାପ୍ସକୋ ନଦୀରେ ବହୁ ଘଣ୍ଟା ଧରି ସର୍ଚ୍ଚ ଅପରେସନ କରାଯାଇଥିଲା। ପାଣିର ତାପମାତ୍ରା ଏବଂ ଅନ୍ୟାନ୍ୟ କାରଣ ଆଧାରରେ ନଦୀରେ [...]

Admin•March 27, 2024
Share Article:

ୱାଶିଂଟନ: ମାଲବାହୀ ଜାହାଜ ଧକ୍କା ପରେ ଆମେରିକାର ମେରିଲ୍ୟାଣ୍ଡ ପ୍ରଦେଶ ବାଲ୍ଟିମୋର ସହରର ଏକ ପ୍ରମୁଖ ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ନିଖୋଜ ୬ ଜଣ ଲୋକଙ୍କୁ ମୃତ ଘୋଷଣା କରାଯାଇଛି। କୋଷ୍ଟଗାର୍ଡ ଅଧିକାରୀ ଆଡମିରାଲ ଶାନନ ଗିଲ୍ରାଥ ମଙ୍ଗଳବାର ସନ୍ଧ୍ୟାରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

‘ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍’ ଭୁଶୁଡିବା ପରେ ପେଟାପ୍ସକୋ ନଦୀରେ ବହୁ ଘଣ୍ଟା ଧରି ସର୍ଚ୍ଚ ଅପରେସନ କରାଯାଇଥିଲା। ପାଣିର ତାପମାତ୍ରା ଏବଂ ଅନ୍ୟାନ୍ୟ କାରଣ ଆଧାରରେ ନଦୀରେ ପଡ଼ିଥିବା ୬ ଜଣ ଲୋକଙ୍କ ଜୀବିତ ରହିବା ଅତ୍ୟନ୍ତ କଷ୍ଟକର ବୋଲି ଅନୁମାନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ସର୍ଚ୍ଚ ଅପରେସନ୍ ବନ୍ଦ କରାଯାଇଛି ବୋଲି ଆଡମିରାଲ ଶାନନ୍ କହିଛନ୍ତିି।

ବ୍ରିଜକୁ ଧକ୍କା ଦେଇଥିବା ‘ଡାଲି’ ନାମକ ଜାହାଜରେ ଥିବା ସମସ୍ତ ୨୨ ଜଣ କ୍ରୁ ସଦସ୍ୟ ଭାରତୀୟ । ତେବେ ସେମାନେ ସୁରକ୍ଷିତ ଅଛନ୍ତି | କିଛି ସମୟ ପାଇଁ ଜାହାଜର ପାଓ୍ବାର ବନ୍ଦ ହୋଇଯିବାରୁ ଏହା ନିୟନ୍ତ୍ରଣ ହରାଇ ‘ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍’ର ଏକ ସ୍ତମ୍ଭକୁ ଧକ୍କା ଦେଇଥିଲା । ଏହାର କିଛି ସେକେଣ୍ଡ ପରେ ବ୍ରିଜ ଭୁଶୁଡ଼ି ପଡ଼ିଥିଲା । ମେରିଲ୍ୟାଣ୍ଡ ଗଭର୍ଣ୍ଣର ୱେସ୍ ମୋର୍ କହିଛନ୍ତି ଯେ, ଜାହାଜ କର୍ମଚାରୀ ଠିକ୍ ସମୟରେ ସତର୍କ ସୂଚନା ଦେଇଥିଲେ। ଯାହା ଫଳରେ ବ୍ରିଜ ଉପରେ ଯାତାୟାତ ବନ୍ଦ କରାଯାଇ ଅନେକ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିଥିଲା।

#Odia#Odisha#News
Share Article:

Related Articles