ସୁଖବୀର ସିଂହ ସାନ୍ଧୁ ଓ ଜ୍ଞାନେଶ କୁମାର ହେବେ ନୂଆ ନିର୍ବାଚନ କମିଶନର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ଗୁରୁବାର ଦୁଇ ନୂଆ ନିର୍ବାଚନ କମିଶନର ଭାବେ ପୂର୍ବତନ ଅମଲାତନ୍ତ୍ରୀ ସୁଖବୀର ସିଂହ ସାନ୍ଧୁ ଏବଂ ଜ୍ଞାନେଶ କୁମାରଙ୍କ ନାମ ଚୂଡ଼ାନ୍ତ କରିଛି। କମିଟିର ସଦସ୍ୟ ତଥା କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏପରି ଦାବି କରିଛନ୍ତିି । ଖାଲି ପଡ଼ିଥିବା ଦୁଇଟି ନିର୍ବାଚନ କମିଶନର ପଦ ପୂରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଉଚ୍ଚ କ୍ଷମତା ସମ୍ପନ୍ନ ଚୟନ କମିଟିର ବୈଠକ ଗୁରୁବାର ବସିଥିଲା [...]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ଗୁରୁବାର ଦୁଇ ନୂଆ ନିର୍ବାଚନ କମିଶନର ଭାବେ ପୂର୍ବତନ ଅମଲାତନ୍ତ୍ରୀ ସୁଖବୀର ସିଂହ ସାନ୍ଧୁ ଏବଂ ଜ୍ଞାନେଶ କୁମାରଙ୍କ ନାମ ଚୂଡ଼ାନ୍ତ କରିଛି। କମିଟିର ସଦସ୍ୟ ତଥା କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏପରି ଦାବି କରିଛନ୍ତିି ।
ଖାଲି ପଡ଼ିଥିବା ଦୁଇଟି ନିର୍ବାଚନ କମିଶନର ପଦ ପୂରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଉଚ୍ଚ କ୍ଷମତା ସମ୍ପନ୍ନ ଚୟନ କମିଟିର ବୈଠକ ଗୁରୁବାର ବସିଥିଲା । କମିଟି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ। ଏହି କମିଟିର ସୁପାରିସ କ୍ରମେ ରାଷ୍ଟ୍ରପତି ନୂଆ ନିର୍ବାଚନ କମିଶନରଙ୍କୁ ନିଯୁକ୍ତ କରିବେ ।
ଚୟନ କମିଟି ବୈଠକ ଶେଷ ହେବାର କିଛି ସମୟ ପରେ ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଚୌଧୁରୀ କହିଛନ୍ତି, ଦୁଇ ଜଣ ନିର୍ବାଚନ କମିଶନଙ୍କ ନିଯୁକ୍ତି ପାଇଁ ଚୟନ ପ୍ୟାନେଲକୁ ୬ଟି ନାମ ପଠାଇଥିଲା ସର୍ଚ୍ଚ କମିଟି। ତେବେ କମିଟିର ଥିବାରୁ ସାନ୍ଧୁ ଏବଂ କୁମାରଙ୍କ ନାମ ଚୂଡ଼ାନ୍ତ କରାଯାଇଛି।
ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ ମୋଦୀ ସରକାର ଆଣିଥିବା ନୂଆ ଆଇନ ଅନୁଯାୟୀ ଚୟନ କମିଟିରୁ ପ୍ରଧାନ ବିଚାରପତିଙ୍କୁ ବାଦ୍ ଦିଆଯାଇଛି । ଏହି କମିଟିରେ ଏଣିକି ପ୍ରଧାନମନ୍ତ୍ରୀ ଓ ତାଙ୍କ ଦ୍ବାରା ମନୋନୀତ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ସହ ଲୋକସଭାର ବିରୋଧୀ ଦଳ ନେତା ରହିବେ ।
ଚୌଧୁରୀ କହିଛନ୍ତି ଯେ ଦେଶର ପ୍ରଧାନ ବିଚାରପତି ମଧ୍ୟ ଚୟନ କମିଟିର ଅଂଶବିଶେଷ ହେବା ଉଚିତ । ଦୁଇ ନିର୍ବାଚନ କମିଶନର ପଦ ପାଇଁ ୨୦୦ ରୁ ଅଧିକ ପ୍ରାର୍ଥୀ ମଧ୍ୟରୁ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ଚ୍ଚ କମିଟି କେବଳ ୬ଟି ନାମ କିପରି ସର୍ଟଲିଷ୍ଟ କଲା ସେନେଇ କୌଣସି ସ୍ପଷ୍ଟତା ନଥିଲା ବୋଲି ସେ ଅଭିଯୋଗ କରିଛନ୍ତିି ।
ସର୍ଟଲିଷ୍ଟ ହୋଇଥିବା ୬ ଜଣ ପ୍ରାର୍ଥୀ ହେଲେ ଉତ୍ପଳ କୁମାର ସିଂହ, ପ୍ରଦୀପ କୁମାର ତ୍ରିପାଠୀ, ଜ୍ଞାନେଶ କୁମାର, ଇନ୍ଦେବର ପାଣ୍ଡେ, ସୁଖବୀର ସିଂ ସାନ୍ଧୁ, ସୁଧୀର କୁମାର ଗଙ୍ଗାଧର ରାହାତେ । ଏହି ସମସ୍ତ ପ୍ରାର୍ଥୀ ପୂର୍ବତନ ଅମଲାତନ୍ତ୍ରୀ ।
ସେ କହିଛନ୍ତି, ଏହି ୬ଟି ନାମ ମଧ୍ୟରୁ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁଙ୍କ ନାମ ନିର୍ବାଚନ କମିଶନର ଭାବରେ ନିଯୁକ୍ତି ପାଇଁ ଚୂଡ଼ାନ୍ତ ହୋଇଛି। ଉଭୟ ଅଧିକାରୀ ମୋଦୀ ସରକାର ଅଧୀନରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରିଥିଲେ ।
ଗୃହ ମନ୍ତ୍ରଣାଳୟରେ ତାଙ୍କ କାର୍ଯ୍ୟକାଳରେ ଜ୍ଞାନେଶ କୁମାର ଧାରା ୩୭୦ ରଦ୍ଦ ସମ୍ପର୍କିତ ନିଷ୍ପତ୍ତି କାର୍ଯ୍ୟକାରୀ ଦାୟିତ୍ଵ ତୁଲାଇଥିଲେ ।
ସୂଚନାଯୋଗ୍ୟ, ଫେବୃଆରୀ ୧୪ରେ ଅନୁପ ଚନ୍ଦ୍ର ପାଣ୍ଡେଙ୍କ ଅବସର ଏବଂ ମାର୍ଚ୍ଚ ୮ରେ ଅରୁଣ ଗୋଏଲଙ୍କ ଅଚାନକ ଇସ୍ତଫା ପରେ ଦୁଇଟି ନିର୍ବାଚନ କମିଶନର ପଦ ଖାଲି ପଡ଼ିଥିଲା।
ସ୍ୱାଭିମାନ ଅଞ୍ଚଳରେ ଶିକ୍ଷାର ନୂତନ ଆଲୋକବର୍ତ୍ତିକା : ବଡପଡାରେ ନୂତନ ଶିକ୍ଷା ସୌଧ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
Next Articleମୁମ୍ବାଇ ଜିତିଲା ରେକର୍ଡ ୪୨ତମ ରଣଜୀ ଟ୍ରଫି ଟାଇଟଲ୍
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
