News Room Odisha
BREAKING
Odia

ସନରାଇଜର୍ସ-କେକେଆର୍ ଆଇପିଏଲ୍ ଫାଇନାଲ

ଚେନ୍ନାଇ: ହାଇନରିଚ୍ କ୍ଲାସେନଙ୍କ ଅର୍ଦ୍ଧଶତକ ପରେ ବାମହାତୀ ସ୍ପିନର ଶାହାବାଜ ଅହମ୍ମଦ ଏବଂ ଅଭିଷେକ ଶର୍ମାଙ୍କ ଯାଦୁକରୀ ପ୍ରଦର୍ଶନ ବଳରେ ଶୁକ୍ରବାର ଆଇପିଏଲର ଦ୍ୱିତୀୟ କ୍ବାଲିଫାୟରରେ ସନରାଇଜର୍ସ ହାଇଦ୍ରାବାଦ ୩୬ ରନରେ ରାଜସ୍ଥାନ ରୟାଲ୍ସକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ହାଇଦ୍ରାବାଦ ତୃତୀୟ ଥର ପାଇଁ ଫାଇନାଲରେ ପହଞ୍ଚିଛି। ରବିବାର ଖେଳାଯିବାକୁ ଥିବା ଫାଇନାଲରେ ସନରାଇଜର୍ସର ମୁକାବିଲା କୋଲକାତା ନାଇଟ୍ ରାଇଡର୍ସ ସହିତ ହେବ । ଧ୍ରୁବ ଜୁରେଲ (୩୫ ବଲରେ ୫୬ ନଟ୍ ଆଉଟ୍, ୭ [...]

Admin•May 25, 2024
Share Article:

ଚେନ୍ନାଇ: ହାଇନରିଚ୍ କ୍ଲାସେନଙ୍କ ଅର୍ଦ୍ଧଶତକ ପରେ ବାମହାତୀ ସ୍ପିନର ଶାହାବାଜ ଅହମ୍ମଦ ଏବଂ ଅଭିଷେକ ଶର୍ମାଙ୍କ ଯାଦୁକରୀ ପ୍ରଦର୍ଶନ ବଳରେ ଶୁକ୍ରବାର ଆଇପିଏଲର ଦ୍ୱିତୀୟ କ୍ବାଲିଫାୟରରେ ସନରାଇଜର୍ସ ହାଇଦ୍ରାବାଦ ୩୬ ରନରେ ରାଜସ୍ଥାନ ରୟାଲ୍ସକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ହାଇଦ୍ରାବାଦ ତୃତୀୟ ଥର ପାଇଁ ଫାଇନାଲରେ ପହଞ୍ଚିଛି। ରବିବାର ଖେଳାଯିବାକୁ ଥିବା ଫାଇନାଲରେ ସନରାଇଜର୍ସର ମୁକାବିଲା କୋଲକାତା ନାଇଟ୍ ରାଇଡର୍ସ ସହିତ ହେବ ।

ଧ୍ରୁବ ଜୁରେଲ (୩୫ ବଲରେ ୫୬ ନଟ୍ ଆଉଟ୍, ୭ ଚୌକା, ଦୁଇଟି ଛକା) ଏବଂ ଓପନର୍ ଯଶସ୍ବୀ ଜୈସୱାଲ (୪୨)ଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ବେ ୧୭୬ ରନ୍‌ର ଟାର୍ଗେଟ୍ ଜବାବରେ ରୟାଲ୍ସ ଦଳ ୭ ୱିକେଟ୍ ହରାଇ କେବଳ ୧୩୯ ରନ୍ କରିବାକୁ ସମର୍ଥ ହୋଇଥିଲା।

ସନରାଇଜର୍ସ ତରଫରୁ ଶାହବାଜ ୨୩ ରନ୍ ଦେଇ ୩ଟି ୱିକେଟ୍ ନେଇଥିବାବେଳେ ଅଭିଷେକ ୨୪ ରନ୍ ବ୍ୟୟ କରି ୨ଟି ୱିକେଟ୍ ହାସଲ କରିଥିଲେ।

ଏହା ପୂର୍ବରୁ ଟସ୍ ହାରି ବ୍ୟାଟିଂ କରିଥିବା ସନରାଇଜର୍ସ କ୍ଲାସେନ୍‌ (୩୪ ବଲରେ ୪ ଛକା ସହ ୫୦ ରନ୍)ଙ୍କ ଅର୍ଦ୍ଧଶତକ ସହାୟତାରେ ୯ ୱିକେଟ୍ ହରାଇ ୧୭୫ ରନ୍ କରିଥିଲା । କ୍ଲାସେନ୍ ଚତୁର୍ଥ ୱିକେଟ୍ ପାଇଁ ଓପନର ଟ୍ରାଭିସ୍ ହେଡ୍ (୩୪) ଏବଂ ସପ୍ତମ ୱିକେଟ୍ ପାଇଁ ଶାହବାଜ (୧୮)ଙ୍କ ସହ ୪୩ ରନ୍ ଯୋଡ଼ିଥିଲେ। ରାହୁଲ ତ୍ରିପାଠୀ (୩୭) ମଧ୍ୟ ଏକ ଉପଯୋଗୀ ଇନିଂସ୍ ଖେଳିଥିଲେ ।

ରୟାଲ୍ସ ତରଫରୁ ଆବେଶ ଖାନ (୨୭ ରନରେ ୩ ୱିକେଟ୍) ଏବଂ ଟ୍ରେଣ୍ଟ ବୋଲ୍ଟ (୪୫ ରନ୍ ବିନିମୟରେ ୩ ୱିକେଟ୍) ୩ଟି ଲେଖାଏଁ ୱିକେଟ୍ ନେଇଥିବାବେଳେ ସନ୍ଦୀପ ଶର୍ମା (୨୫ ରନରେ ୨ଟି ୱିକେଟ୍) ଦୁଇଟି ୱିକେଟ୍ ନେଇଥିଲେ।ରବିବାର ଏହି ଗ୍ରାଉଣ୍ଡରେ ହିଁ ଫାଇନାଲ ଖେଳାଯିବ |

#Odia#Odisha#News
Share Article:

Related Articles