News Room Odisha
BREAKING
Odia

ପତଞ୍ଜଳି ବିଜ୍ଞାପନ ମାମଲା: ରାମଦେବଙ୍କୁ ହାଜର ହେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ଔଷଧ ବିଜ୍ଞାପନ ମାମଲାରେ ପତଞ୍ଜଳିର ସହପ୍ରତିଷ୍ଠାତା ବାବା ରାମଦେବ ଏବଂ ତାଙ୍କ ସହଯୋଗୀ ତଥା ପତଞ୍ଜଳି ଏମଡି ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ କୋର୍ଟରେ ହାଜର ହେବାକୁ କହିଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ଜାରି ଅବମାନନା ନୋଟିସର ଜବାବ ଦାଖଲ ନ କରିବାରୁ କୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଜଷ୍ଟିସ ହିମା କୋହଲି ଏବଂ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପୀଠ ରାମଦେବଙ୍କ ବିରୋଧରେ ଅବମାନନା ମାମଲା କାହିଁକି ଆରମ୍ଭ ନ‌ କରାଯିବ ସେନେଇ [...]

Admin•March 19, 2024
Share Article:

ନୂଆଦିଲ୍ଲୀ: ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ଔଷଧ ବିଜ୍ଞାପନ ମାମଲାରେ ପତଞ୍ଜଳିର ସହପ୍ରତିଷ୍ଠାତା ବାବା ରାମଦେବ ଏବଂ ତାଙ୍କ ସହଯୋଗୀ ତଥା ପତଞ୍ଜଳି ଏମଡି ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ କୋର୍ଟରେ ହାଜର ହେବାକୁ କହିଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ଜାରି ଅବମାନନା ନୋଟିସର ଜବାବ ଦାଖଲ ନ କରିବାରୁ କୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଜଷ୍ଟିସ ହିମା କୋହଲି ଏବଂ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପୀଠ ରାମଦେବଙ୍କ ବିରୋଧରେ ଅବମାନନା ମାମଲା କାହିଁକି ଆରମ୍ଭ ନ‌ କରାଯିବ ସେନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତିି ।

ଏହା ପୂର୍ବରୁ ଫେବୃଆରୀ ୨୭ରେ ହୋଇଥିବା ଶୁଣାଣିରେ କୋର୍ଟ ରାମଦେବଙ୍କ କମ୍ପାନୀ ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ଔଷଧ ବିଜ୍ଞାପନ ଉପରେ ରୋକ୍ ଲଗାଇଥିଲେ। ଏହାଛଡ଼ା ଅଦାଲତ ଅବମାନନା ନେଇ ପତଞ୍ଜଳି ଆୟୁର୍ବେଦ କମ୍ପାନୀ ଏବଂ ଏହାର ଏମଡି ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ କୋର୍ଟ।

କୋଭିଡ ଭ୍ୟାକ୍ସିନ୍ ଓ ଏଲୋପାଥି ଚିକିତ୍ସା ପଦ୍ଧତି ବିରୋଧରେ ନକାରାତ୍ମକ ପ୍ରଚାର କରୁଥିବା ଅଭିଯୋଗ କରି ୨୦୨୨ରେ ରାମଦେବଙ୍କ ପତଞ୍ଜଳି ବିରୋଧରେ ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମ୍ଏ) ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା । ଏହାଛଡ଼ା ନିଜ ଆୟୁର୍ବେଦିକ ଔଷଧ ଦ୍ବାରା କିଛି ରୋଗ ଭଲ କରିବା ନେଇ ପତଞ୍ଜଳି ମିଛ ଦାବି କରୁଥିବା ଅଭିଯୋଗ କରିଥିଲା ଆଇଏମ୍ଏ।

ସେପ୍ଟେମ୍ବର ୨୦୨୩ ଓ ଜାନୁୟାରୀ ୨୦୨୪ରେ ଶୁଣାଣି ବେଳେ ପ୍ରିଣ୍ଟ ମିଡିଆରେ ପ୍ରକାଶିତ ପତଞ୍ଜଳି ବିଜ୍ଞାପନକୁ କୋର୍ଟରେ ଉପସ୍ଥାପନ କରିଥିଲା ଆଇଏମ୍ଏ | ପତଞ୍ଜଳି ଏହି ବିଜ୍ଞାପନ ଗୁଡ଼ିକରେ ମଧୁମେହ ଓ ଆଜମା ଭଳି ରୋଗକୁ ନିଜ ଆୟୁର୍ବେଦିକ ଔଷଧ ଦ୍ବାରା ସମ୍ପୂର୍ଣ୍ଣ ଭଲ କରିପାରୁଥିବା ଦାବି କରିଥିଲା ।

#Odia#Odisha#News
Share Article:

Related Articles