ଚଣ୍ଡିଗଡ଼ ମେୟର ନିର୍ବାଚନ ବିବାଦ: ବାଲଟ୍ ପେପର ଓ ଭୋଟ ଗଣତିର ଭିଡିଓ ରେକର୍ଡିଂ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ସୋମବାର ଚଣ୍ଡିଗଡ଼ ମେୟର ନିର୍ବାଚନ ଜାଲିଆତି ମାମଲାର ଶୁଣାଣି ହୋଇଛି । ଚଣ୍ଡିଗଡ଼ ମେୟର ନିର୍ବାଚନର ବାଲଟ୍ ପେପର ଓ ଭୋଟ୍ ଗଣତି ଦିନର ପୂରା ଭିଡିଓ ରେକର୍ଡିଂ ମଙ୍ଗଳବାର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ରେକର୍ଡଗୁଡିକ ସୁରକ୍ଷିତ ଭାବେ ଦିଲ୍ଲୀକୁ ଆଣିବା ପାଇଁ ସୁପ୍ରିମକୋର୍ଟ ଜଣେ ନ୍ୟାୟିକ ଅଧିକାରୀ ନିଯୁକ୍ତ କରିବାକୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଫେବୃଆରୀ ୫ରେ ହୋଇଥିବା ଶୁଣାଣି [...]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ସୋମବାର ଚଣ୍ଡିଗଡ଼ ମେୟର ନିର୍ବାଚନ ଜାଲିଆତି ମାମଲାର ଶୁଣାଣି ହୋଇଛି । ଚଣ୍ଡିଗଡ଼ ମେୟର ନିର୍ବାଚନର ବାଲଟ୍ ପେପର ଓ ଭୋଟ୍ ଗଣତି ଦିନର ପୂରା ଭିଡିଓ ରେକର୍ଡିଂ ମଙ୍ଗଳବାର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ରେକର୍ଡଗୁଡିକ ସୁରକ୍ଷିତ ଭାବେ ଦିଲ୍ଲୀକୁ ଆଣିବା ପାଇଁ ସୁପ୍ରିମକୋର୍ଟ ଜଣେ ନ୍ୟାୟିକ ଅଧିକାରୀ ନିଯୁକ୍ତ କରିବାକୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଫେବୃଆରୀ ୫ରେ ହୋଇଥିବା ଶୁଣାଣି ସମୟରେ ମେୟର ନିର୍ବାଚନ ପରିଚାଳନା କରିଥିବା ରିଟର୍ଣ୍ଣିଂ ଅଫିସର ଅନିଲ ମସିହଙ୍କୁ ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ। ରିଟର୍ଣ୍ଣିଂ ଅଫିସର ବାଲଟ୍ ପେପରକୁ ବିକୃତ କରିଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ଜଣାପଡ଼ୁଛି। କୋର୍ଟ ଏହାକୁ ଗଣତନ୍ତ୍ରର ହତ୍ୟା ଓ ଉପହାସ ବୋଲି କହିଥିଲେ। ତାଙ୍କ ବିରୋଧରେ ମାମଲା ଚାଲିବା ଉଚିତ ବୋଲି କହିଥିଲେ ସୁପ୍ରିମକୋର୍ଟ ।
ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜେବି ପାରଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ଏକ ଖଣ୍ଡପୀଠ ସୋମବାର ଚଣ୍ଡିଗଡ଼ ପ୍ରଶାସନକୁ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ନ୍ୟାୟିକ ଅଧିକାରୀଙ୍କୁ ସୁରକ୍ଷା ଦେବା ସହ ରେକର୍ଡ ଗୁଡ଼ିକର ନିରାପତ୍ତା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ଆମେ ମଙ୍ଗଳବାର ଅପରାହ୍ନ ୨ଟାରେ ରେକର୍ଡ ଦେଖିବୁ। ଏହାପରେ ଚଣ୍ଡିଗଡ଼ ମେୟର ନିର୍ବାଚନ ପୁଣି କରାଯିବ କି ନାହିଁ ନିଷ୍ପତ୍ତି ନିଆଯିବ ।
ମଙ୍ଗଳବାର ପରିବର୍ତ୍ତେ ଅନ୍ୟ କେଉଁ ଦିନ ମେୟର ନିର୍ବାଚନ ମାମଲାର ଶୁଣାଣି କରିବା ପାଇଁ ଆବେଦନକୁ ଖାରଜ କରି ପ୍ରଧାନ ବିଚାରପତି କହିଥିଲେ ‘ଘୋଡା ବେପାର’ ଚାଲିଛି । ‘ଘୋଡା ବେପାର’ ଏକ ଗମ୍ଭୀର ମାମଲା ବୋଲି କହିଥିଲେ ପ୍ରଧାନ ବିଚାରପତି ।
ଆଜି ଶୁଣାଣି ବେଳେ ରିଟର୍ଣ୍ଣିଂ ଅଫିସର ମସିହ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ କ୍ରମେ ଖଣ୍ଡପୀଠ ସମ୍ମୁଖରେ ହାଜର ହୋଇଥିଲେ । କିଛି ବାଲଟ୍ ପେପର ଟାମ୍ପରିଂ ଅଭିଯୋଗରେ ବିଚାରପତିମାନେ ତାଙ୍କୁ ପଚରାଉଚରା କରିଥିଲେ। ବିଚାରପତିଙ୍କ ପ୍ରଶ୍ନର ଉତ୍ତରରେ ମସିହ ମାନିଥିଲେ ଯେ ସେ ୮ଟି “ଅବୈଧ” ବାଲଟ୍ ପେପରରେ ଛକି (X) ଚିହ୍ନ ପକାଇଥିଲେ। ସେ କାହିଁକି ସିସିଟିଭି କ୍ୟାମେରାକୁ ଚାହୁଁଥିଲେ ବୋଲି ପ୍ରଶ୍ନ କରିବାରୁ ମସିହ କହିଥିଲେ ଆମ୍ ଆଦମୀ ପାର୍ଟି (ଆପ୍) କର୍ପୋରେଟର ହୋହଲ୍ଲା କରି ବାଲଟ୍ ପେପର ଛଡ଼ାଇବାକୁ ଚେଷ୍ଟା କରିଥିଲେ । ଏହି କାରଣରୁ ସେ ଗଣନା କେନ୍ଦ୍ରରେ ଲାଗିଥିବା ସିସିଟିଭି କ୍ୟାମେରା ଦେଖୁଥିଲେ ।
ଚଣ୍ଡିଗଡ଼ର ମେୟର ନିର୍ବାଚନ ପୁଣି ଥରେ କରିବାକୁ ଦଳର ଆବେଦନକୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଖାରଜ କରିବା ପରେ ଏହାକୁ ଚ୍ୟାଲେଞ୍ଜ କରି ଆପ୍ କର୍ପୋରେଟର କୁଲଦୀପ କୁମାର ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ।
ଜାନୁଆରୀ ୩୦ରେ ହୋଇଥିବା ଚଣ୍ଡିଗଡ଼ ମେୟର ନିର୍ବାଚନରେ କଂଗ୍ରେସ-ଆପ୍ ମେଣ୍ଟ ବିରୋଧରେ ବିଜେପି ବିଜୟ ହାସଲ କରିଥିଲା । ମେୟର ପଦ ନିର୍ବାଚନରେ ବିଜେପିର ମନୋଜ ସୋନକର ଆପ୍ ର କୁଲଦୀପ କୁମାରଙ୍କୁ ହରାଇଥିଲେ । ବିଜେପି ପ୍ରାର୍ଥୀଙ୍କୁ ୧୬ ଭୋଟ୍ ମିଳିଥିଲା। ଆପ୍ ପ୍ରାର୍ଥୀଙ୍କ ସପକ୍ଷରେ ୧୨ ଖଣ୍ଡ ଭୋଟ୍ ପଡ଼ିଥିଲା। ୮ଟି ଭୋଟ୍ ଅବୈଧ ଘୋଷଣା କରାଯାଇଥିଲା।
ଆଜି ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ବିଜେପି ନେତା ମନୋଜ ସୋନକର ଚଣ୍ଡିଗଡ଼ ମେୟର ପଦରୁ ଇସ୍ତଫା ଦେଇଥିଲେ । ଏହାଛଡ଼ା ତିନି ଜଣ ଆପ୍ କର୍ପୋରେଟର ବିଜେପିରେ ସାମିଲ ହୋଇଥିଲେ ।
Odisha Significantly Reduces Response Time of Emergency Medical Ambulance Service
Next Article‘Nua Odisha Global Summit on Growth and Employment’ Will Be Trend Setter in Charting Out Course for Making Youth Future Ready: CM
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
