News Room Odisha
BREAKING
Odia

କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ବଡ଼ ଆଶ୍ବସ୍ତି, ମନି ଲଣ୍ଡରିଂ ମାମଲା ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମିଳିଛି ବଡ଼ ଆଶ୍ବସ୍ତି । ଶିବକୁମାରଙ୍କ ନେତାଙ୍କ ବିରୋଧରେ ୨୦୧୮ ମନି ଲଣ୍ଡରିଂ ମାମଲାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାରେ ଶିବକୁମାରଙ୍କୁ ସେପ୍ଟେମ୍ବର ୨୦୧୯ରେ ଗିରଫ କରିଥିଲା ଇଡି। ତେବେ ପରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ତାଙ୍କ ବିରୋଧରେ ମାମଲା ବିଜେପିର ଷଡ଼ଯନ୍ତ୍ର ବୋଲି ଦାବି କରିଥିଲେ ଶିବକୁମାର । ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। କିନ୍ତୁ ନ୍ୟାୟପାଳିକା ଉପରେ ତାଙ୍କର [...]

Admin•March 5, 2024
Share Article:

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମିଳିଛି ବଡ଼ ଆଶ୍ବସ୍ତି । ଶିବକୁମାରଙ୍କ ନେତାଙ୍କ ବିରୋଧରେ ୨୦୧୮ ମନି ଲଣ୍ଡରିଂ ମାମଲାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାରେ ଶିବକୁମାରଙ୍କୁ ସେପ୍ଟେମ୍ବର ୨୦୧୯ରେ ଗିରଫ କରିଥିଲା ଇଡି। ତେବେ ପରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ।

ତାଙ୍କ ବିରୋଧରେ ମାମଲା ବିଜେପିର ଷଡ଼ଯନ୍ତ୍ର ବୋଲି ଦାବି କରିଥିଲେ ଶିବକୁମାର । ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। କିନ୍ତୁ ନ୍ୟାୟପାଳିକା ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି । ସେ ନିର୍ଦୋଷ ସାବ୍ୟସ୍ତ ହେବେ ବୋଲି କହିଥିଲେ ଏହି କଂଗ୍ରେସ ନେତା ।

ଶିବକୁମାର ଏବଂ ତାଙ୍କ ସହଯୋଗୀଙ୍କ ଠିକଣାରେ ଆୟକର ବିଭାଗର ଚଢ଼ାଉ ପରେ ଏହି ମାମଲାରେ ଇଡିର ପ୍ରବେଶ ହୋଇଥିଲା। ଚଢ଼ାଉରେ ପ୍ରାୟ ୩୦୦ କୋଟି ନଗଦ ଜବତ କରାଯାଇଥିବା ଦାବି କରିଥିଲେ ଆୟକର ଅଧିକାରୀ। ଏହାପରେ ଇଡି ମନି ଲଣ୍ଡରିଂ ଆଇନ ଅନୁଯାୟୀ ଶିବକୁମାରଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା ଓ ତାଙ୍କୁ ଗିରଫ ବି କରିଥିଲା ।

#Odia#Odisha#News
Share Article:

Related Articles