News Room Odisha
BREAKING
Odia

ସ୍ଥଗିତ ହେବନି ସିଏ ପରୀକ୍ଷା, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଯୋଗୁଁ ମେ’ ମାସରେ ହେବାକୁ ଥିବା ଚାର୍ଟାର୍ଡ ଆକାଉଣ୍ଟାସି (ସିଏ) ପରୀକ୍ଷା ସ୍ଥଗିତ ରଖିବାକୁ ଆଗତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପରୀକ୍ଷା ତାରିଖ ପରିବର୍ତ୍ତନ କରିବାକୁ ଆବେଦନକାରୀ ଦାବି କରିଥିଲେ। ଆବେଦନକାରୀ ଯୁକ୍ତି କରିଥିଲେ ଯେ ନିର୍ବାଚନ ଦିନ ହେଉଥିବା ପରୀକ୍ଷା ଯୋଗୁଁ ଛାତ୍ରଛାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପରୀକ୍ଷା ପାଇଁ ଯାତାୟାତରେ ବି ଅସୁବିଧାର ହୋଇପାରେ | ଏପରି ପରିସ୍ଥିତିରେ ପରୀକ୍ଷା [...]

Admin•April 29, 2024
Share Article:

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଯୋଗୁଁ ମେ’ ମାସରେ ହେବାକୁ ଥିବା ଚାର୍ଟାର୍ଡ ଆକାଉଣ୍ଟାସି (ସିଏ) ପରୀକ୍ଷା ସ୍ଥଗିତ ରଖିବାକୁ ଆଗତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପରୀକ୍ଷା ତାରିଖ ପରିବର୍ତ୍ତନ କରିବାକୁ ଆବେଦନକାରୀ ଦାବି କରିଥିଲେ।

ଆବେଦନକାରୀ ଯୁକ୍ତି କରିଥିଲେ ଯେ ନିର୍ବାଚନ ଦିନ ହେଉଥିବା ପରୀକ୍ଷା ଯୋଗୁଁ ଛାତ୍ରଛାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପରୀକ୍ଷା ପାଇଁ ଯାତାୟାତରେ ବି ଅସୁବିଧାର ହୋଇପାରେ | ଏପରି ପରିସ୍ଥିତିରେ ପରୀକ୍ଷା ତାରିଖ ପରିବର୍ତ୍ତନ କରାଯିବା ଉଚିତ। ତେବେ ଆବେଦନକାରୀଙ୍କ ଏହି ଯୁକ୍ତିକୁ କୋର୍ଟ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ପରୀକ୍ଷା ଏବଂ ନିର୍ବାଚନ ସମାନ ତାରିଖରେ ନାହିଁ । ଅତଏବ ସିଏ ପରୀକ୍ଷା ତାରିଖ ବଦଳାଇବା ପାଇଁ କୌଣସି କାରଣ ନାହିଁ ।

ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠ କହିଛନ୍ତି, ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ) ନିର୍ବାଚନ ଥିବା ମେ ୭ ଏବଂ ୧୩ ତାରିଖରେ କୌଣସି ପରୀକ୍ଷା ରଖି ନାହିଁ। ଛାତ୍ରଛାତ୍ରୀମାନେ ପରୀକ୍ଷା ସୂଚୀ ଅନୁଯାୟୀ ସେମାନଙ୍କର ମତଦାନ ଯୋଜନା କରିବା ଉଚିତ। ପରୀକ୍ଷା ତାରିଖ ବଦଳାଇବା ଦ୍ୱାରା ପରୀକ୍ଷା ପରିଚାଳନା ପାଇଁ ପୂର୍ବରୁ କରାଯାଇଥିବା ବ୍ୟାପକ ବ୍ୟବସ୍ଥା ବାଧାପ୍ରାପ୍ତ ହେବ। ଯାହାର ପରିଣାମ କେତେକ ଛାତ୍ରଙ୍କ ପାଇଁ ଗମ୍ଭୀର ହୋଇପାରେ |

ଉଲ୍ଲେଖଯୋଗ୍ୟ ଯେ ଚାର୍ଟାର୍ଡ ଆକାଉଣ୍ଟାସି (ସିଏ) ପରୀକ୍ଷା ମେ ୨ରୁ ଆରମ୍ଭ ହୋଇ ମେ ୧୭ ପର୍ଯ୍ୟନ୍ତ ଚାଲିବ | ମେ ୮ ଏବଂ ମେ ୧୪ରେ ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଇବାକୁ ଦାବି କରାଯାଇଥିଲା ‌ କାରଣ ମେ ୭ ଏବଂ ୧୩ରେ କେତେକ ରାଜ୍ୟରେ ମତଦାନ ହେବ।

#Odia#Odisha#News
Share Article:

Related Articles