News Room Odisha
BREAKING
Odia

ବିଭ୍ରାନ୍ତିକର ବିଜ୍ଞାପନ ନେଇ ରାମଦେବଙ୍କ ପତଞ୍ଜଳିକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ଅଦାଲତ ଅବମାନନା ନୋଟିସ୍ ଜାରି

ନୂଆଦିଲ୍ଲୀ: ବିଭ୍ରାନ୍ତିକର ବିଜ୍ଞାପନ ନେଇ ସୁପ୍ରିମକୋର୍ଟ ଯୋଗ ଗୁରୁ ରାମଦେବଙ୍କ କମ୍ପାନୀ ପତଞ୍ଜଳି ଆୟୁର୍ବେଦକୁ ଭର୍ତ୍ସନା କରିଛନ୍ତିି। ଏଭଳି ବିଜ୍ଞାପନ ପ୍ରକାଶ ନ କରିବା ପାଇଁ କୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ ମଧ୍ୟ ପତଞ୍ଜଳି ଏପରି କରୁଛି । ଏହା କୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ଦର୍ଶାଇ ସୁପ୍ରିମକୋର୍ଟ ପତଞ୍ଜଳି ଆୟୁର୍ବେଦକୁ ଅଦାଲତ ଅବମାନନା ନୋଟିସ୍ ଜାରି କରିଛନ୍ତିି । ଜଷ୍ଟିସ୍ ହିମା କୋହଲି ଓ ଜଷ୍ଟିସ୍ ଏ ଅମାନୁଲ୍ଲାଙ୍କ ଏକ ଖଣ୍ଡପୀଠ ପତଞ୍ଜଳି ଆୟୁର୍ବେଦ ଏବଂ ଏହାର [...]

Admin•February 27, 2024
Share Article:

ନୂଆଦିଲ୍ଲୀ: ବିଭ୍ରାନ୍ତିକର ବିଜ୍ଞାପନ ନେଇ ସୁପ୍ରିମକୋର୍ଟ ଯୋଗ ଗୁରୁ ରାମଦେବଙ୍କ କମ୍ପାନୀ ପତଞ୍ଜଳି ଆୟୁର୍ବେଦକୁ ଭର୍ତ୍ସନା କରିଛନ୍ତିି। ଏଭଳି ବିଜ୍ଞାପନ ପ୍ରକାଶ ନ କରିବା ପାଇଁ କୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ ମଧ୍ୟ ପତଞ୍ଜଳି ଏପରି କରୁଛି । ଏହା କୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ଦର୍ଶାଇ ସୁପ୍ରିମକୋର୍ଟ ପତଞ୍ଜଳି ଆୟୁର୍ବେଦକୁ ଅଦାଲତ ଅବମାନନା ନୋଟିସ୍ ଜାରି କରିଛନ୍ତିି ।

ଜଷ୍ଟିସ୍ ହିମା କୋହଲି ଓ ଜଷ୍ଟିସ୍ ଏ ଅମାନୁଲ୍ଲାଙ୍କ ଏକ ଖଣ୍ଡପୀଠ ପତଞ୍ଜଳି ଆୟୁର୍ବେଦ ଏବଂ ଏହାର ପରିଚାଳନା ନିର୍ଦ୍ଦେଶକଙ୍କୁ ନୋଟିସ୍ ଜାରି କରିଛନ୍ତିି । ଗଣମାଧ୍ୟମରେ ଆଧୁନିକ ଔଷଧ ବିରୋଧରେ କୌଣସି ପ୍ରକାର ବୟାନ ନ ଦେବାକୁ ପତଞ୍ଜଳି ଆୟୁର୍ବେଦ ଏବଂ ଏହାର ଅଧିକାରୀମାନଙ୍କୁ ଚେତାବନୀ ଦେଇଛନ୍ତି କୋର୍ଟ ।

ଟିକାକରଣ ଏବଂ ଆଧୁନିକ ଔଷଧ ବିରୋଧରେ ଅପପ୍ରଚାର କରୁଥିବା ଅଭିଯୋଗ କରି ପତଞ୍ଜଳି ବିରୋଧରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲା। ଏହାପରେ ଗତବର୍ଷ ନଭେମ୍ବର ୨୧ରେ ପତଞ୍ଜଳି ସର୍ବୋଚ୍ଚ ନ୍ୟାୟାଳୟରେ ଏକ ସତ୍ୟପାଠ ଦାଖଲ କରିଥିଲା । ପତଞ୍ଜଳି ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଆଶ୍ବାସନା ଦେଇ କହିଥିଲା – କମ୍ପାନୀ ବିଜ୍ଞାପନ କିମ୍ବା ନିଜ ଉତ୍ପାଦ ଗୁଡ଼ିକର ବ୍ରାଣ୍ଡିଂ ନେଇ କୌଣସି ପ୍ରକାର ଆଇନ ଉଲ୍ଲଂଘନ କରିବ ନାହିଁ। ଏହାଛଡ଼ା ପତଞ୍ଜଳି ନିଜର ଉତ୍ପାଦ ଗୁଡ଼ିକର ଔଷଧୀୟ ପ୍ରଭାବ ନେଇ କୌଣସି ବୟାନ ଦେବ ନାହିଁ କିମ୍ବା କୌଣସି ଚିକିତ୍ସା ପଦ୍ଧତି ବିରୁଦ୍ଧରେ ବିନା ତଥ୍ୟରେ ଗଣମାଧ୍ୟମରେ କୌଣସି ବୟାନ ଦିଆଯିବ ନାହିଁ।

ବିଭିନ୍ନ ରୋଗର ଚିକିତ୍ସା ପାଇଁ ଏହାର ଔଷଧ ସମ୍ପର୍କରେ ବିଜ୍ଞାପନରେ ‘ମିଥ୍ୟା’ ଏବଂ ‘ବିଭ୍ରାନ୍ତକାରୀ’ ଦାବି ନ‌ କରିବାକୁ ସୁପ୍ରିମକୋର୍ଟ କମ୍ପାନୀକୁ ଚେତାବନୀ ଦେଇଥିଲେ।

#Odia#Odisha#News
Share Article:

Related Articles