News Room Odisha
BREAKING
Odia

ସଂସଦରୁ ମହୁଆ ମୈତ୍ରଙ୍କ ବହିଷ୍କାର ମାମଲାରେ ଲୋକସଭା ମହାସଚିବଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ସଂସଦରୁ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କୁ ବହିଷ୍କାର ନେଇ ସୁପ୍ରିମକୋର୍ଟ ବୁଧବାର ଲୋକସଭା ସଚିବଙ୍କଠାରୁ ଜବାବ ମାଗିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କୋର୍ଟ କହିଛନ୍ତି। ତେବେ ଲୋକସଭା ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ତାଙ୍କ ଆବେଦନ ଉପରେ କୌଣସି ଆଦେଶ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରିଦେଇଛନ୍ତି । ଲୋକସଭା ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ହାଜର ହୋଇ କୋର୍ଟଙ୍କୁ ଏହି ମାମଲାରେ ଆନୁଷ୍ଠାନିକ ଆଦେଶ [...]

Admin•January 3, 2024
Share Article:

ନୂଆଦିଲ୍ଲୀ: ସଂସଦରୁ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କୁ ବହିଷ୍କାର ନେଇ ସୁପ୍ରିମକୋର୍ଟ ବୁଧବାର ଲୋକସଭା ସଚିବଙ୍କଠାରୁ ଜବାବ ମାଗିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କୋର୍ଟ କହିଛନ୍ତି। ତେବେ ଲୋକସଭା ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ତାଙ୍କ ଆବେଦନ ଉପରେ କୌଣସି ଆଦେଶ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରିଦେଇଛନ୍ତି ।

ଲୋକସଭା ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ହାଜର ହୋଇ କୋର୍ଟଙ୍କୁ ଏହି ମାମଲାରେ ଆନୁଷ୍ଠାନିକ ଆଦେଶ ଜାରି ନକରିବାକୁ ଅନୁରୋଧ କରିଥିଲେ । ମୈତ୍ରଙ୍କ ପିଟିସନ ଉପରେ ଜବାବ ଦାଖଲ କରାଯିବ ବୋଲି ସେ କୋର୍ଟଙ୍କୁ କହିଥିଲେ । ମେହେଟ୍ଟା କହିଛନ୍ତି, ସଂସଦର ଆଭ୍ୟନ୍ତରୀଣ ଶୃଙ୍ଖଳାଗତ ମାମଲାରେ କୋର୍ଟ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ। ଏହା ପରେ ଖଣ୍ଡପୀଠ ମାର୍ଚ୍ଚରେ ବିସ୍ତୃତ ଶୁଣାଣି କରିବାକୁ ରାଜି ହୋଇଥିଲେ।

ସୂଚନାଯୋଗ୍ୟ ଯେ ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ୮ ଡିସେମ୍ବର ୨୦୨୩ରେ ମୈତ୍ରଙ୍କୁ ସଂସଦରୁ ବହିଷ୍କାର କରାଯାଇଥିଲା । ମୈତ୍ର ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

#Odia#Odisha#News
Share Article:

Related Articles