News Room Odisha
BREAKING
Odia

‘ନ୍ୟୁଜକ୍ଲିକ୍’ ପ୍ରତିଷ୍ଠାତାଙ୍କ ଗିରଫଦାରିକୁ ବେଆଇନ କହିଲେ ସୁପ୍ରିମକୋର୍ଟ, ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବେଆଇନ ଗତିବିଧି ନିବାରଣ ଆଇନ (ୟୁଏପିଏ) ଅଧୀନରେ ‘ନ୍ୟୁଜକ୍ଲିକ୍’ ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥଙ୍କ ଗିରଫଦାରିକୁ ସୁପ୍ରିମକୋର୍ଟ ବେଆଇନ ବୋଲି କହିଛନ୍ତିି। ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍ ବିଆର୍ ଗାଭାଇ ଏବଂ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କ ଏକ ଖଣ୍ଡପୀଠ ବୁଧବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ନ୍ୟୁଜ୍ ପୋର୍ଟାଲ ବିରୋଧରେ ଦାଖଲ ଏଫ୍ଆଇଆର୍ ମୁତାବକ, ଭାରତର ସାର୍ବଭୌମତ୍ୱକୁ କ୍ଷୁର୍ଣ୍ଣ କରିବା ଓ ଦେଶ ପ୍ରତି ଅସନ୍ତୋଷ ସୃଷ୍ଟି କରିବା ପାଇଁ ‘ନ୍ୟୁଜକ୍ଲିକ୍’ [...]

Admin•May 15, 2024
Share Article:

ନୂଆଦିଲ୍ଲୀ: ବେଆଇନ ଗତିବିଧି ନିବାରଣ ଆଇନ (ୟୁଏପିଏ) ଅଧୀନରେ ‘ନ୍ୟୁଜକ୍ଲିକ୍’ ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥଙ୍କ ଗିରଫଦାରିକୁ ସୁପ୍ରିମକୋର୍ଟ ବେଆଇନ ବୋଲି କହିଛନ୍ତିି। ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ଜଷ୍ଟିସ୍ ବିଆର୍ ଗାଭାଇ ଏବଂ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କ ଏକ ଖଣ୍ଡପୀଠ ବୁଧବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ନ୍ୟୁଜ୍ ପୋର୍ଟାଲ ବିରୋଧରେ ଦାଖଲ ଏଫ୍ଆଇଆର୍ ମୁତାବକ, ଭାରତର ସାର୍ବଭୌମତ୍ୱକୁ କ୍ଷୁର୍ଣ୍ଣ କରିବା ଓ ଦେଶ ପ୍ରତି ଅସନ୍ତୋଷ ସୃଷ୍ଟି କରିବା ପାଇଁ ‘ନ୍ୟୁଜକ୍ଲିକ୍’ ଚୀନ୍ ଠାରୁ ଅର୍ଥ ଗ୍ରହଣ କରିଥିଲା।

୨୦୧୯ ଲୋକସଭା ନିର୍ବାଚନ ସମୟରେ ନିର୍ବାଚନ ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି କରିବା ପାଇଁ ପୁରକାୟସ୍ଛ ‘ପିପୁଲ୍ସ ଆଲାଇନ୍ସ ଫର୍ ଡେମୋକ୍ରାସି ଆଣ୍ଡ ସେକ୍ୟୁଲରିଜିମ୍’ (ପିଏଡିଏସ୍) ନାମକ ଏକ ଗୋଷ୍ଠୀ ସହ ଷଡ଼ଯନ୍ତ୍ର କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା ।

#Odia#Odisha#News
Share Article:

Related Articles