News Room Odisha
BREAKING
Odia

ଗୁଜରାଟ ସରକାରଙ୍କୁ ଝଟକା ଦେଲେ ସୁପ୍ରିମକୋର୍ଟ, ବିଲକିସ୍ ବାନୋ ଗଣବଳାତ୍କାର ମାମଲାର ୧୧ ଦୋଷୀଙ୍କୁ ମୁକ୍ତ ନିଷ୍ପତ୍ତି ରଦ୍ଦ, ସରେଣ୍ଡର୍ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଲମ୍ବା ଆଇନଗତ ଲଢ଼େଇ ପରେ ବିଲକିସ୍ ବାନୋଙ୍କୁ ଶେଷରେ ନ୍ୟାୟ ମିଳିଛି । ବିଲକିସ୍ ବାନୋ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟା ମାମଲାରେ ୧୧ ଦୋଷୀଙ୍କୁ ଜେଲରୁ ଆଗୁଆ ମୁକ୍ତ କରିବା ନେଇ ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି । ଜଷ୍ଟିସ ବି.ଭି ନାଗରତ୍ନା ଏବଂ ଜଷ୍ଟିସ ଉଜ୍ଜଲ ଭୁୟାଁଙ୍କ ଖଣ୍ଡପୀଠ ସୋମବାର ବିଲକିସ୍ ବାନୋଙ୍କ ସପକ୍ଷରେ ଏହି ବଡ଼ ରାୟ ଶୁଣାଇଛନ୍ତି । କୋର୍ଟଙ୍କ ଏହି ରାୟ [...]

Admin•January 8, 2024
Share Article:

ନୂଆଦିଲ୍ଲୀ: ଲମ୍ବା ଆଇନଗତ ଲଢ଼େଇ ପରେ ବିଲକିସ୍ ବାନୋଙ୍କୁ ଶେଷରେ ନ୍ୟାୟ ମିଳିଛି । ବିଲକିସ୍ ବାନୋ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟା ମାମଲାରେ ୧୧ ଦୋଷୀଙ୍କୁ ଜେଲରୁ ଆଗୁଆ ମୁକ୍ତ କରିବା ନେଇ ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି । ଜଷ୍ଟିସ ବି.ଭି ନାଗରତ୍ନା ଏବଂ ଜଷ୍ଟିସ ଉଜ୍ଜଲ ଭୁୟାଁଙ୍କ ଖଣ୍ଡପୀଠ ସୋମବାର ବିଲକିସ୍ ବାନୋଙ୍କ ସପକ୍ଷରେ ଏହି ବଡ଼ ରାୟ ଶୁଣାଇଛନ୍ତି । କୋର୍ଟଙ୍କ ଏହି ରାୟ ପରେ ୧୧ ଦୋଷୀ ପୁଣି ଜେଲ୍ ଫେରିବେ । କର୍ତ୍ତୃପକ୍ଷଙ୍କ ନିକଟରେ ଦୁଇ ସପ୍ତାହ ମଧ୍ୟରେ ସରେଣ୍ଡର୍ କରିବାକୁ ସୁପ୍ରିମକୋର୍ଟ ୧୧ ଦୋଷୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଜଷ୍ଟିସ ବି.ଭି ନାଗରତ୍ନା ଏବଂ ଜଷ୍ଟିସ ଉଜ୍ଜଲ ଭୁୟାଁଙ୍କ ଖଣ୍ଡପୀଠ ଏହି ମାମଲାରେ ରାୟ ଶୁଣାଇବା ସହ କହିଛନ୍ତି, ଦୋଷୀଙ୍କୁ ଜେଲରୁ ମୁକ୍ତ କରିବାକୁ ଗୁଜରାଟ ସରକାରଙ୍କ କୌଣସି ଅଧିକାର ନାହିଁ। ଏପରି ନିଷ୍ପତ୍ତି ନେଇ ଗୁଜରାଟ ସରକାର ନିଜ କ୍ଷମତାର ଦୁରୁପଯୋଗ କରିଛନ୍ତି। ଗୁଜରାଟ ସରକାର କିପରି ଦୋଷୀମାନଙ୍କୁ କ୍ଷମା କରିପାରିବେ? ମହାରାଷ୍ଟ୍ରରେ ଏହି ମାମଲାର ଶୁଣାଣି ହୋଇଥିଲା । ତେଣୁ ଦୋଷୀଙ୍କୁ ମୁକ୍ତ କରିବା ନିଷ୍ପତ୍ତି କେବଳ ସେହି ରାଜ୍ୟର ସରକାର ହିଁ ନେଇପାରିବେ ।

ଗୁଜରାଟରେ ୨୦୦୨ରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗା ସମୟରେ ବିଲକିସ୍ ବାନୋଙ୍କୁ ଗଣବଳାତ୍କାର କରାଯାଇଥିଲା । ସେତେବେଳେ ସେ ଗର୍ଭବତୀ ଥିଲେ । ଏପରିକି ଦଙ୍ଗାକାରୀମାନେ ବିଲକିସ୍ ବାନୋଙ୍କ ତିନି ବର୍ଷର ଝିଅ ସହ ୭ ପରିବାର ସଦସ୍ୟଙ୍କୁ ହତ୍ୟା କରିଥିଲେ । ଏହି ମାମଲାରେ ୧୧ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା ।

ତେବେ ଗୁଜରାଟ ସରକାର ଅଗଷ୍ଟ ୨୦୨୨ରେ ସମସ୍ତ ୧୧ ଦୋଷୀଙ୍କ ଦଣ୍ତ କୋହଳ କରି ସେମାନଙ୍କୁ ଜେଲରୁ ମୁକ୍ତ କରିଥିଲେ । ଜେଲରୁ ମୁକୁଳିବା ପରେ ଦୋଷୀ ମାନଙ୍କୁ ଫୁଲମାଳ ପକାଇ ଓ ମିଠା ବାଣ୍ଟି ସ୍ଵାଗତ କରାଯାଇଥିଲା । ଗୁଜରାଟ ସରକାରଙ୍କ ଏହି ନିଷ୍ପତ୍ତି ଚାରିଆଡୁ ସମାଲୋଚନା ହୋଇଥିଲା । ତାଙ୍କ ଗଣବଳାତ୍କାର ଦୋଷୀଙ୍କୁ ମୁକ୍ତ ବିରୋଧରେ ବିଲକିସ୍ ବାନୋ ସୁପ୍ରିମକୋର୍ଟ ଦ୍ବାରସ୍ଥ ହୋଇଥିଲେ ।

#Odia#Odisha#News
Share Article:

Related Articles