ସନାତନ ଧର୍ମ ସମ୍ପର୍କରେ ମନ୍ତବ୍ୟ ପାଇଁ ଉଦୟନିଧି ଷ୍ଟାଲିନଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: “ସନାତନ ଧର୍ମର ମୂଳପୋଛ” ମନ୍ତବ୍ୟ ନେଇ ସୁପ୍ରିମକୋର୍ଟ ସୋମବାର ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଭାଷଣ ଏବଂ ବାକ୍ ସ୍ୱାଧୀନତାର ଅଧିକାରର ଅପବ୍ୟବହାର କରିବା ପରେ ସେ କୋର୍ଟଙ୍କ ପାଖକୁ ଏକ ଆବେଦନ ସହିତ କାହିଁକି ଆସିଛନ୍ତି ବୋଲି ତାଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କ ଏକ ଖଣ୍ଡପୀଠ ଷ୍ଟାଲିନଙ୍କୁ କହିଛନ୍ତି, ସେ ଜଣେ ମନ୍ତ୍ରୀ । ମନ୍ତବ୍ୟ ଦେବା [...]
ନୂଆଦିଲ୍ଲୀ: “ସନାତନ ଧର୍ମର ମୂଳପୋଛ” ମନ୍ତବ୍ୟ ନେଇ ସୁପ୍ରିମକୋର୍ଟ ସୋମବାର ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଭାଷଣ ଏବଂ ବାକ୍ ସ୍ୱାଧୀନତାର ଅଧିକାରର ଅପବ୍ୟବହାର କରିବା ପରେ ସେ କୋର୍ଟଙ୍କ ପାଖକୁ ଏକ ଆବେଦନ ସହିତ କାହିଁକି ଆସିଛନ୍ତି ବୋଲି ତାଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ।
ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କ ଏକ ଖଣ୍ଡପୀଠ ଷ୍ଟାଲିନଙ୍କୁ କହିଛନ୍ତି, ସେ ଜଣେ ମନ୍ତ୍ରୀ । ମନ୍ତବ୍ୟ ଦେବା ପୂର୍ବରୁ ତା’ର ପରିଣାମ ସମ୍ପର୍କରେ ସେ ଜାଣିବା ଉଚିତ ।
ସୂଚନାଯୋଗ୍ୟ ଯେ, ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ନେଇ ତାଙ୍କ ବିରୋଧରେ ଦେଶର ବିଭିନ୍ନ କୋର୍ଟରେ ଦାୟର ମାମଲାର ଏକାଠି ଶୁଣାଣି ପାଇଁ ଷ୍ଟାଲିନ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।
ଖଣ୍ଡପୀଠ କହିଛନ୍ତି, “ଆପଣ ସମ୍ବିଧାନର ଧାରା ୧୯ (୧) (କ) ଅନୁଯାୟୀ ଆପଣଙ୍କର ଅଧିକାରର ଅପବ୍ୟବହାର କରିଛନ୍ତି। ଧାରା ୨୫ ଅଧୀନ ଅନୁଯାୟୀ ମଧ୍ୟ ନିଜ ଅଧିକାରର ଦୁରୁପଯୋଗ କରିଛନ୍ତିି । ପୁଣି ଏବେ ଧାରା ୩୨ (ସୁପ୍ରିମକୋର୍ଟରେ ଆବେଦନ କରିବା) ଅନୁଯାୟୀ ଆପଣ ନିଜ ଅଧିକାର ସାବ୍ୟସ୍ତ କରୁଛନ୍ତି ? ଆପଣ କ’ଣ ନିଜ ମନ୍ତବ୍ୟର ପରିଣାମ ଜାଣି ନଥିଲେ ? ଆପଣ ଜଣେ ସାଧାରଣ ମଣିଷ ନୁହଁନ୍ତି । ଆପଣ ଜଣେ ମନ୍ତ୍ରୀ। ଏପରି ମନ୍ତବ୍ୟର ପରିଣାମ କ’ଣ ହେବ ତାହା ଆପଣ ଜାଣିବା ଉଚିତ୍ ଥିଲା। ”
ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ।
ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟରେ ଶାସକ ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ସେପ୍ଟେମ୍ବର ୨୦୨୩ରେ ଏକ କାର୍ଯ୍ୟକ୍ରମରେ ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସନାତନ ଧର୍ମକୁ ଡେଙ୍ଗୁ ଓ ମ୍ୟାଲେରିଆ ସହ ତୁଳନା କରି ଉଦୟନିଧି କହିଥିଲେ ଯେ ଏହି ସାମାଜିକ ନ୍ୟାୟ ଏବଂ ସମାନତାର ବିରୁଦ୍ଧ । ସନାତନ ଧର୍ମର ମୂଳପୋଛ କରିବାକୁ ସେ ଆହ୍ବାନ କରିଥିଲେ ।
ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
Next Articleଅଭୟାରଣ୍ୟ, ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ମନା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
