News Room Odisha
BREAKING
Odia

ଇଲେକ୍ଟୋରାଲ ବଣ୍ଡ୍ ଅସାମ୍ବିଧାନିକ, ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର କିଛି ମାସ ପୂର୍ବରୁ ସୁପ୍ରିମକୋର୍ଟ ଗୁରୁବାର ଇଲେକ୍ଟୋରାଲ ବଣ୍ଡ୍ ଉପରେ ବଡ଼ ରାୟ ଦେଇଛନ୍ତି । ଇଲେକ୍ଟୋରାଲ ବଣ୍ଡ୍ ଅସାମ୍ବିଧାନିକ ଓ ସୂଚନା ଅଧିକାରର ଉଲ୍ଲଂଘନ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏଥିସହ ସର୍ବୋଚ୍ଚ ନ୍ୟାୟାଳୟ ଏହି ସ୍କିମକୁ ତତ୍କାଳ ରଦ୍ଦ କରିଛନ୍ତିି। ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ ସର୍ବସମ୍ମତି କ୍ରମେ ଏହି ରାୟ ଶୁଣାଇଛନ୍ତି । ରାୟ ଶୁଣାଇ ପ୍ରଧାନ ବିଚାରପତି କହିଛନ୍ତି, ‘ରାଜନୈତିକ [...]

Admin•February 15, 2024
Share Article:

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର କିଛି ମାସ ପୂର୍ବରୁ ସୁପ୍ରିମକୋର୍ଟ ଗୁରୁବାର ଇଲେକ୍ଟୋରାଲ ବଣ୍ଡ୍ ଉପରେ ବଡ଼ ରାୟ ଦେଇଛନ୍ତି । ଇଲେକ୍ଟୋରାଲ ବଣ୍ଡ୍ ଅସାମ୍ବିଧାନିକ ଓ ସୂଚନା ଅଧିକାରର ଉଲ୍ଲଂଘନ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏଥିସହ ସର୍ବୋଚ୍ଚ ନ୍ୟାୟାଳୟ ଏହି ସ୍କିମକୁ ତତ୍କାଳ ରଦ୍ଦ କରିଛନ୍ତିି। ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ ସର୍ବସମ୍ମତି କ୍ରମେ ଏହି ରାୟ ଶୁଣାଇଛନ୍ତି ।

ରାୟ ଶୁଣାଇ ପ୍ରଧାନ ବିଚାରପତି କହିଛନ୍ତି, ‘ରାଜନୈତିକ ଦଳଗୁଡ଼ିକ ରାଜନୈତିକ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ୟୁନିଟ | ଭୋଟର ମାନଙ୍କୁ ରାଜନୈତିକ ପାଣ୍ଠି ସମ୍ବନ୍ଧୀୟ ସୂଚନା ଜାଣିବାର ଅଧିକାର ରହିଛି ।

ତିନି ଦିନ ଧରି ଲଗାତାର ଶୁଣାଣି ପରେ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ ଗତବର୍ଷ ନଭେମ୍ବର ୨ରେ ରାୟ ସଂରକ୍ଷିତ ରଖିଥିଲେ। ଇଲେକ୍ଟୋରାଲ ବଣ୍ଡ୍ ସ୍କିମର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ୨୦୧୯ରେ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲା ।

ସରକାର ୨ ଜାନୁୟାରୀ ୨୦୧୮ରେ ଇଲେକ୍ଟୋରାଲ ବଣ୍ଡ୍ ସ୍କିମର ପ୍ରଚଳନ ଆରମ୍ଭ କରିଥିଲେ। ରାଜନୈତିକ ଦଳମାନଙ୍କୁ ଅର୍ଥ ବା ଚାନ୍ଦା ଦେବା ପାଇଁ କୌଣସି ବ୍ୟକ୍ତିବିଶେଷ ଏବଂ କମ୍ପାନୀ ଇଲେକ୍ଟୋରାଲ୍ ବଣ୍ଡ୍ କିଣିପାରିବେ | ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ରାଜନୈତିକ ଦଳମାନଙ୍କୁ ମିଳୁଥିବା ଅର୍ଥର ଉତ୍ସ ତଥା ଦାତାଙ୍କ ପରିଚୟ ଗୋପନ ରଖାଯଏ । ଏହାକୁ ବହୁ ବୁଦ୍ଧିଜୀବୀ ସମାଲୋଚନା କରିଥିଲେ । ରାଜନୈତିକ ଦଳମାନେ ଏହି ବ୍ୟବସ୍ଥା ଦ୍ବାରା କ୍ଷମତାର ଅପବ୍ୟବହାର କରିବେ ଏବଂ ଏହା ଦୁର୍ନୀତିକୁ ପ୍ରୋତ୍ସାହିତ କରିବ ବୋଲି ସେମାନେ କହିଥିଲେ । ଏହାଛଡ଼ା ଇଲେକ୍ଟୋରାଲ୍ ବଣ୍ଡଗୁଡିକ ମନି ଲଣ୍ଡରିଂ ପାଇଁ ବ୍ୟବହାର ହେବା ସମ୍ଭାବନା ରହିଛି| ସମାଲୋଚକମାନେ ଯୁକ୍ତି କରନ୍ତି ଯେ ଇଲେକ୍ଟୋରାଲ୍ ବଣ୍ଡ୍ ରାଜନୈତିକ ପାଣ୍ଠିର ସ୍ୱଚ୍ଛତା ହ୍ରାସ କରିବ ଏବଂ ଧନୀ ଦାତାମାନଙ୍କୁ ଅନୁଚିତ ଲାଭରେ ରଖିବ ।

#Odia#Odisha#News
Share Article:

Related Articles