News Room Odisha
BREAKING
Odia

ଉପମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତି ଅସାମ୍ବିଧାନିକ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କିଛି ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ଦାୟର ଜନସ୍ବାର୍ଥ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତି ଅସାମ୍ବିଧାନିକ ନୁହେଁ। ଏହି ପଦ ସମ୍ବିଧାନର କୌଣସି ଧାରାକୁ ଉଲ୍ଲଂଘନ କରୁନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାକୁ ଖାରଜ କରି ସୋମବାର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଅନେକ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତି କ୍ଷମତାସୀନ ଦଳ କିମ୍ବା ମେଣ୍ଟର ବରିଷ୍ଠ ନେତାମାନଙ୍କୁ ଊଣା ଅଧିକେ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ହୋଇଥାଏ । ତେଣୁ ଏହା ଅସାମ୍ବିଧାନିକ [...]

Admin•February 12, 2024
Share Article:

ନୂଆଦିଲ୍ଲୀ: କିଛି ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ଦାୟର ଜନସ୍ବାର୍ଥ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତି ଅସାମ୍ବିଧାନିକ ନୁହେଁ। ଏହି ପଦ ସମ୍ବିଧାନର କୌଣସି ଧାରାକୁ ଉଲ୍ଲଂଘନ କରୁନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

ଏହି ମାମଲାକୁ ଖାରଜ କରି ସୋମବାର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଅନେକ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତି କ୍ଷମତାସୀନ ଦଳ କିମ୍ବା ମେଣ୍ଟର ବରିଷ୍ଠ ନେତାମାନଙ୍କୁ ଊଣା ଅଧିକେ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ହୋଇଥାଏ । ତେଣୁ ଏହା ଅସାମ୍ବିଧାନିକ ନୁହେଁ।

ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ.ବି ପାରଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଖଣ୍ଡପୀଠ କହିଛନ୍ତିି, ସମ୍ବିଧାନ ଅନୁଯାୟୀ ଉପମୁଖ୍ୟମନ୍ତ୍ରୀ
ରାଜ୍ୟ ମନ୍ତ୍ରୀ ପରିଷଦର କେବଳ ଜଣେ ସଦସ୍ୟ, ଏହାଠାରୁ ସେ ଅଧିକ କିଛି ନୁହଁନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତି ସମ୍ବିଧାନର କୌଣସି ଧାରାକୁ ଉଲ୍ଲଂଘନ କରୁନାହିଁ ବୋଲି ଖଣ୍ଡପୀଠ କହିଥିଲେ ।

ଓକିଲ ମୋହନଲାଲ ଶର୍ମାଙ୍କ ଦ୍ବାରା ଦାୟର ଜନସ୍ୱାର୍ଥ ମାମଲାରେ ଯୁକ୍ତି କରାଯାଇଥିଲା ଯେ ଉପମୁଖ୍ୟମନ୍ତ୍ରୀ ପଦ ନେଇ ସମ୍ବିଧାନରେ କୌଣସି ବ୍ୟବସ୍ଥା ନଥିଲେ ମଧ୍ୟ ବିଭିନ୍ନ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଛନ୍ତି। ଏହା ସମ୍ବିଧାନର ଧାରା ୧୪ର ଉଲ୍ଲଂଘନ।

ଦେଶର ସମ୍ପ୍ରତି ୧୪ଟି ରାଜ୍ୟରେ ୨୬ ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ଜନସ୍ବାର୍ଥ ମାମଲାରେ କୁହାଯାଇଥିଲା ଯେ ଉପମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତି ସହ ରାଜ୍ୟର ନାଗରିକଙ୍କ ସହ କୌଣସି ସମ୍ପର୍କ ନାହିଁ କି ରାଜ୍ୟବାସୀ ଅତିରିକ୍ତ ଭାବେ ଉପକୃତ ହେବେ ନାହିଁ। ଉପମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତି ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଏଥିସହ ରାଜନୈତିକ ଦଳମାନେ କାଳ୍ପନିକ ବିଭାଗ ସୃଷ୍ଟି କରି ଭୁଲ ଏବଂ ବେଆଇନ ଉଦାହରଣ ସୃଷ୍ଟି କରୁଛନ୍ତି ।

#Odia#Odisha#News
Share Article:

Related Articles