News Room Odisha
BREAKING
Odia

ପତଞ୍ଜଳି ବିଜ୍ଞାପନ ମାମଲା: ଉତ୍ତରାଖଣ୍ଡ ରାଜ୍ୟ ଲାଇସେନ୍ସିଂ ପ୍ରାଧିକରଣକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ସହ ଜଡିତ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସୁପ୍ରିମକୋର୍ଟ ମଙ୍ଗଳବାର ଉତ୍ତରାଖଣ୍ଡ ରାଜ୍ୟ ଲାଇସେନ୍ସିଂ ପ୍ରାଧିକରଣକୁ ଭର୍ତ୍ସନା କରିଛନ୍ତି। ଜଷ୍ଟିସ୍ ହିମା କୋହଲି ଏବଂ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଏକ ଖଣ୍ଡପୀଠ ଉତ୍ତରାଖଣ୍ଡ ଲାଇସେନ୍ସିଂ ପ୍ରାଧିକରଣ ଦେଇଥିବା ଜବାବରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଖଣ୍ଡପୀଠ କହିଛନ୍ତି – କୋର୍ଟଙ୍କ ଏପ୍ରିଲ୍ ୧୦ର ଆଦେଶ ପାଇବା ପରେ ହିଁ ଲାଇସେନ୍ସ କର୍ତ୍ତୃପକ୍ଷ ପତଞ୍ଜଳି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ [...]

Admin•April 30, 2024
Share Article:

ନୂଆଦିଲ୍ଲୀ: ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ସହ ଜଡିତ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସୁପ୍ରିମକୋର୍ଟ ମଙ୍ଗଳବାର ଉତ୍ତରାଖଣ୍ଡ ରାଜ୍ୟ ଲାଇସେନ୍ସିଂ ପ୍ରାଧିକରଣକୁ ଭର୍ତ୍ସନା କରିଛନ୍ତି।

ଜଷ୍ଟିସ୍ ହିମା କୋହଲି ଏବଂ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଏକ ଖଣ୍ଡପୀଠ ଉତ୍ତରାଖଣ୍ଡ ଲାଇସେନ୍ସିଂ ପ୍ରାଧିକରଣ ଦେଇଥିବା ଜବାବରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଖଣ୍ଡପୀଠ କହିଛନ୍ତି – କୋର୍ଟଙ୍କ ଏପ୍ରିଲ୍ ୧୦ର ଆଦେଶ ପାଇବା ପରେ ହିଁ ଲାଇସେନ୍ସ କର୍ତ୍ତୃପକ୍ଷ ପତଞ୍ଜଳି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସକ୍ରିୟ ହୋଇ ଉଠିଥିଲେ।
ଯଦି ଆପଣ ସହାନୁଭୂତି ଏବଂ ଅନୁକମ୍ପା ଚାହୁଁଛନ୍ତି ତେବେ କୋର୍ଟଙ୍କ ପ୍ରତି ସଚ୍ଚୋଟ ହୁଅନ୍ତୁ।”

କୋର୍ଟ କହିଛନ୍ତି, ଆମର ମୁଖ୍ୟ ଚିନ୍ତା ହେଉଛି ଲାଇସେନ୍ସ କର୍ତ୍ତୃପକ୍ଷ ଏହି ମାମଲାରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କି ନାହିଁ ?

ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ମେ ୧୪କୁ ଦିନ ଧାର୍ଯ୍ୟ କରିଛନ୍ତିି ।

ଏପ୍ରିଲ ୧୦ରେ ଏହି ମାମଲାର ଶୁଣାଣି ବେଳେ କୋର୍ଟ ନିଷ୍କ୍ରିୟତା ପାଇଁ ଉତ୍ତରାଖଣ୍ଡ ରାଜ୍ୟ ଲାଇସେନ୍ସ ପ୍ରାଧିକରଣ ବିରୋଧରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଆମେ ଏହାକୁ ହାଲୁକାରେ ନେବୁ ନାହିଁ । କାରଣ ଲାଇସେନ୍ସ କର୍ତ୍ତୃପକ୍ଷ ଜାଣିଶୁଣି ଆଖି ବନ୍ଦ କରିଦେଇଛନ୍ତି ବୋଲି ସୁପ୍ରିମକୋର୍ଟ କହିଥିଲେ ।

#Odia#Odisha#News
Share Article:

Related Articles