News Room Odisha
BREAKING
Odia

ଏପ୍ରିଲ ୧୫ରେ କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଦ ଦୁର୍ନୀତିରେ ତାଙ୍କ ଗିରଫଦାରିକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନର ଉପରେ ସୁପ୍ରିମକୋର୍ଟ ଏପ୍ରିଲ ୧୫ରେ ଶୁଣାଣି କରିବେ। ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ କେଜ୍ରିୱାଲଙ୍କ ପିଟିସନର ଶୁଣାଣି କରିବେ। ଦିଲ୍ଲୀ ହାଇକୋର୍ଟରୁ କୌଣସି ଆଶ୍ବସ୍ତି ନ ମିଳିବା ପରେ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆପ୍ ଦାବି କରିଛି ଯେ ମଦ ଦୁର୍ନୀତି ଅଭିଯୋଗ କେଜ୍ରିୱାଲ ଏବଂ ତାଙ୍କ ଦଳକୁ ଶେଷ [...]

Admin•April 13, 2024
Share Article:

ନୂଆଦିଲ୍ଲୀ: ମଦ ଦୁର୍ନୀତିରେ ତାଙ୍କ ଗିରଫଦାରିକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନର ଉପରେ ସୁପ୍ରିମକୋର୍ଟ ଏପ୍ରିଲ ୧୫ରେ ଶୁଣାଣି କରିବେ। ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ କେଜ୍ରିୱାଲଙ୍କ ପିଟିସନର ଶୁଣାଣି କରିବେ। ଦିଲ୍ଲୀ ହାଇକୋର୍ଟରୁ କୌଣସି ଆଶ୍ବସ୍ତି ନ ମିଳିବା ପରେ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଆପ୍ ଦାବି କରିଛି ଯେ ମଦ ଦୁର୍ନୀତି ଅଭିଯୋଗ କେଜ୍ରିୱାଲ ଏବଂ ତାଙ୍କ ଦଳକୁ ଶେଷ କରିବା ପାଇଁ ବିଜେପିର ଏକ ବଡ଼ ରାଜନୈତିକ ଷଡ଼ଯନ୍ତ୍ର। ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ସୁପ୍ରିମକୋର୍ଟ ଯେଭଳି ଜାମିନ ପ୍ରଦାନ କରିଥିଲେ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଉଚ୍ଚତମ ନ୍ୟାୟାଳୟରୁ ଆଶ୍ବସ୍ତି ମିଳିବ ବୋଲି ହାଇକୋର୍ଟଙ୍କ ରାୟ ପରେ ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ ଆଶା ପ୍ରକାଶ କରିଥିଲେ।

ଦିଲ୍ଲୀ ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ସେ ସମ୍ପ୍ରତି ତିହାର ଜେଲରେ ଅଛନ୍ତି। ତାଙ୍କ ବିଚାର ବିଭାଗୀୟ ହାଜତ ମିଆଦ ଏପ୍ରିଲ ୧୫ରେ ଶେଷ ହେଉଛି।

#Odia#Odisha#News
Share Article:

Related Articles