News Room Odisha
BREAKING
Odia

ଭିଭିପାଟ୍ ମାମଲାରେ ଆଜି ଆସିବ ସୁପ୍ରିମକୋର୍ଟ ରାୟ

ନୂଆଦିଲ୍ଲୀ:ଇଭିଏମ୍ ଭୋଟ୍ ସହ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପାଟ୍) ସ୍ଲିପର ୧୦୦% ମେଳ ଦାବି କରି ଆଗତ ଏକାଧିକ ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ରାୟ ପ୍ରକାଶ କରିବେ। ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ଏପ୍ରିଲ ୨୪ରେ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ। ଖଣ୍ଡପୀଠ କହିଥିଲେ ଯେ ନିର୍ବାଚନକୁ ଆମେ ନିୟନ୍ତ୍ରଣ କରିପାରିବୁ ନାହିଁ । ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଓକିଲ ପ୍ରଶାନ୍ତ ଭୂଷଣ, ଗୋପାଳ [...]

Admin•April 26, 2024
Share Article:

ନୂଆଦିଲ୍ଲୀ:ଇଭିଏମ୍ ଭୋଟ୍ ସହ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପାଟ୍) ସ୍ଲିପର ୧୦୦% ମେଳ ଦାବି କରି ଆଗତ ଏକାଧିକ ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ରାୟ ପ୍ରକାଶ କରିବେ।

ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ଏପ୍ରିଲ ୨୪ରେ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ। ଖଣ୍ଡପୀଠ କହିଥିଲେ ଯେ ନିର୍ବାଚନକୁ ଆମେ ନିୟନ୍ତ୍ରଣ କରିପାରିବୁ ନାହିଁ ।

ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଓକିଲ ପ୍ରଶାନ୍ତ ଭୂଷଣ, ଗୋପାଳ ଶଙ୍କରନାରାୟଣ ଏବଂ ସଞ୍ଜୟ ହେଗଡେ ହାଜର ହୋଇଥିଲେ। ପ୍ରଶାନ୍ତ ଆସୋସିଏସନ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ । ଅନ୍ୟପକ୍ଷରେ ନିର୍ବାଚନ କମିଶନଙ୍କ ତରଫରୁ ଓକିଲ ମନିନ୍ଦର ସିଂହ ହାଜର ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା କୋର୍ଟରେ ଉପସ୍ଥିତ ଥିଲେ।

ଗତି କିଛି ନିର୍ବାଚନରେ ଭିଭପାଟ୍ ଗଣନା ଏବଂ ଇଭିଏମ୍ ଫଳାଫଳ ମଧ୍ୟରେ ଅସଙ୍ଗତି ରହିଥିବା ଅଭିଯୋଗ ହୋଇଥିଲା । ଅତଏବ ଭିଭିପାଟ୍ ସ୍ଲିପ ଗୁଡ଼ିକର ଶତ ପ୍ରତିଶତ ଗଣନା କରାଯାଇ ଭୋଟରଙ୍କୁ ତାଙ୍କ ଭୋଟ୍ ସଠିକ୍ ପ୍ରାର୍ଥୀଙ୍କୁ ଯାଇଛି କି ନାହିଁ ନିଶ୍ଚିତ କରିବାକୁ ସୁଯୋଗ ଦିଆଯିବା ଉଚିତ | ଏଥିପାଇଁ ଭୋଟରମାନଙ୍କୁ ଭିଭିପାଟ୍ ସ୍ଲିପକୁ ନିଜେ ବକ୍ସରେ ରଖିବାକୁ ଅନୁମତି ଦିଆଯାଉ ବୋଲି ଆବେଦନକାରୀ ଦାବି କରିଛନ୍ତିି ।

ଭିଭିପାଟ୍ ମେସିନରେ ସ୍ୱଚ୍ଛ ବଦଳରେ ଅସ୍ପଷ୍ଟ କାଚ ଲଗାଇବା ନେଇ ନିର୍ବାଚନ କମିଶନଙ୍କ ୨୦୧୭ର ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ମଧ୍ୟ ଆବେଦନକାରୀ ମାନେ ଦାବି କରିଛନ୍ତି ।

ଭିଭିପାଟ୍ ମେସିନ୍ ଜରିଆରେ ଜଣେ ଭୋଟର ତାଙ୍କ ଭୋଟ ସଠିକ୍ ପ୍ରାର୍ଥୀଙ୍କୁ ଯାଇଛି କି ନାହିଁ ତାହା ମେସିନରୁ ୭ ସେକେଣ୍ଡ ପାଇଁ ବାହାରୁଥିବା ସ୍ଲିପ ଦେଖି ନିଶ୍ଚିତ କରିପାରିବେ। ସମ୍ପ୍ରତି ଭିଭିପାଟ୍ ସ୍ଲିପ୍ ମାଧ୍ୟମରେ କେବଳ ୫ଟି ମନୋନୀତ ଇଭିଏମ୍ (ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍)କୁ ମେଳ କରାଯାଉଛି ।

ଏହାପୂର୍ବରୁ ଏପ୍ରିଲ ୧୮ରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ୫ ଘଣ୍ଟା ଧରି ଆବେଦନକାରୀ ଓ ନିର୍ବାଚନ କମିଶନଙ୍କ ଯୁକ୍ତି ଶୁଣିଥିଲେ। ଗତ ଶୁଣାଣିରେ କୋର୍ଟ ନିର୍ବାଚନ କମିଶନଙ୍କୁ ପଚାରିଥିଲେ ଯେ ଭୋଟ୍ ଦେବା ପରେ ଭୋଟରଙ୍କୁ ଭିଭିପିଏଟ୍ ସ୍ଲିପ୍ ଦିଆଯାଇପାରିବ କି ନାହିଁ । ନିର୍ବାଚନ କମିଶନ କହିଥିଲେ – ଭୋଟରଙ୍କୁ ଭିଭିପିଏଟ୍ ସ୍ଲିପ୍ ଦେବାରେ ବହୁତ ରିସ୍କ ରହିଛି। ଏହା ଯୋଗୁଁ ଭୋଟରଙ୍କ ଗୋପନୀୟତା ଉଲ୍ଲଂଘନ ହୋଇପାରେ ଏବଂ ବୁଥ ବାହାରେ ଏହାର ଅପବ୍ୟବହାର ହୋଇପାରେ |

#Odia#Odisha#News
Share Article:

Related Articles