News Room Odisha
BREAKING
Odia

ରାଜନୀତିରେ ପ୍ରବେଶ କରିବେ ତାମିଲ ସୁପରଷ୍ଟାର ବିଜୟ, ଗଠନ କଲେ ଦଳ

ଚେନ୍ନାଇ: ପ୍ରଖ୍ୟାତ ତାମିଲ ଅଭିନେତା ବିଜୟ ରାଜନୀତିରେ ପ୍ରବେଶ କରିବାକୁ ଘୋଷଣା କରିଛନ୍ତି। ସେ ନିଜର ଏକ ରାଜନୈତିକ ଦଳ ‘ତାମିଝାଗା ଭେଟ୍ରି କାଝାଗମ(ଟିଭିକେ)’ ଗଠନ କରିଛନ୍ତି । ବିଜୟ ତାଙ୍କର ଏହି ଦଳ ସହ ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ଲଢ଼ିବେ। ବିଜୟ ଏକ ବିବୃତ୍ତିରେ କହିଛନ୍ତି, ରାଜନୀତି ଏକ ପେସା ନୁହେଁ ବରଂ ଏକ ‘ପବିତ୍ର ଜନସେବା’। ‘ତାମିଝାଗା ଭେଟ୍ରି କାଝାଗମ’ ର ଅର୍ଥ ହେଉଛି ‘ତାମିଲନାଡୁ ବିଜୟ ପାର୍ଟି’ । ତାଙ୍କ ଘୋଷଣା [...]

Admin•February 2, 2024
Share Article:

ଚେନ୍ନାଇ: ପ୍ରଖ୍ୟାତ ତାମିଲ ଅଭିନେତା ବିଜୟ ରାଜନୀତିରେ ପ୍ରବେଶ କରିବାକୁ ଘୋଷଣା କରିଛନ୍ତି। ସେ ନିଜର ଏକ ରାଜନୈତିକ ଦଳ ‘ତାମିଝାଗା ଭେଟ୍ରି କାଝାଗମ(ଟିଭିକେ)’ ଗଠନ କରିଛନ୍ତି । ବିଜୟ ତାଙ୍କର ଏହି ଦଳ ସହ ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ଲଢ଼ିବେ। ବିଜୟ ଏକ ବିବୃତ୍ତିରେ କହିଛନ୍ତି, ରାଜନୀତି ଏକ ପେସା ନୁହେଁ ବରଂ ଏକ ‘ପବିତ୍ର ଜନସେବା’।

‘ତାମିଝାଗା ଭେଟ୍ରି କାଝାଗମ’ ର ଅର୍ଥ ହେଉଛି ‘ତାମିଲନାଡୁ ବିଜୟ ପାର୍ଟି’ । ତାଙ୍କ ଘୋଷଣା ପରେ ତାଙ୍କ ପ୍ରଶଂସକମାନେ ସେଲିବ୍ରସନ ଆରମ୍ଭ କରିଦେଇଛନ୍ତି। ବିଜୟଙ୍କ ରାଜନୀତିରେ ଏଣ୍ଟ୍ରି ନେଇ ଗତ କିଛି ସମୟ ଧରି ଚର୍ଚ୍ଚା ହେଉଥିଲା ।

ଅତୀତରେ ତାମିଲନାଡୁର ବହୁ ଅଭିନେତା ରାଜନୀତିରେ ପ୍ରବେଶ କରିଛନ୍ତି। ସେମାନଙ୍କ ମଧ୍ୟରେ ସବୁଠୁ ବଡ଼ ଚେହେରା ହେଉଛନ୍ତି ଏମଜି. ରାମଚନ୍ଦ୍ରନ୍ ଏବଂ ଜେ.ଜୟଲଳିତା । ଉଭୟ ବହୁ ବର୍ଷ ଧରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ରହିଥିଲେ।

ବିଜୟ କହିଛନ୍ତି ଯେ ତାଙ୍କ ଦଳ ଆଗାମୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ନାହିଁ କିମ୍ବା କାହାକୁ ସମର୍ଥନ କରିବ ନାହିଁ। ନିକଟରେ ଅନୁଷ୍ଠିତ ସାଧାରଣ ପରିଷଦ ଏବଂ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ସେ କହିଛନ୍ତି ମୁଁ ଦଳର କାମ ପ୍ରଭାବିତ ନକରି ଯେଉଁ ଫିଲ୍ମ ସାଇନ୍ କରିସାରିଛି ତାହା ସମ୍ପୂର୍ଣ୍ଣ କରିବାକୁ ନିଷ୍ପତ୍ତି ନେଇଛି। ବିଜୟ କହିଛନ୍ତି ଯେ ସେ ନିଜକୁ ଜନସେବା ରାଜନୀତିରେ ଉତ୍ସର୍ଗ କରିବେ। ସେ ତାମିଲନାଡୁବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

#Odia#Odisha#News
Share Article:

Related Articles