News Room Odisha
BREAKING
Odia

ଶମ୍ଭୁ ସୀମାରେ ଚାଷୀଙ୍କ ଉପରେ ପୁଣି ଲୁହବୁହା ଗ୍ୟାସ୍ ମାଡ଼

ଚଣ୍ଡିଗଡ଼: ବିଭିନ୍ନ ଦାବି ନେଇ ‘ଦିଲ୍ଲୀ ଚଲୋ’ ପଦଯାତ୍ରା ପାଇଁ କୃଷକମାନେ ବୁଧବାର ସକାଳେ ପୁଣି ଅମ୍ବାଲା ନିକଟ ଶମ୍ଭୁ ସୀମାରେ ଏକାଠି ହୋଇଛନ୍ତି । ବ୍ୟାରିକେଡ୍ ହଟାଇବାକୁ ଉଦ୍ୟମ କଲାବେଳେ ହରିୟାଣା ପୋଲିସ ବିକ୍ଷୋଭକାରୀ କୃଷକଙ୍କ ଉପରେ ପୁଣି ଲୁହବୁହା ଗ୍ୟାସ୍ ମାଡ଼ କରିଛି। ବିକ୍ଷୋଭକାରୀମାନେ ଦାବି କରିଛନ୍ତି ଯେ ଯେତେବେଳେ କିଛି କୃଷକ ଶମ୍ଭୁ ସୀମାରେ ବ୍ୟାରିକେଡ୍ ନିକଟରେ ଏକାଠି ହୋଇଥିଲେ, ବୁଧବାର ସକାଳ ପ୍ରାୟ ୮ଟା ସମୟରେ ହରିୟାଣା ପୋଲିସ ସେମାନଙ୍କ ଉପରେ [...]

Admin•February 14, 2024
Share Article:

ଚଣ୍ଡିଗଡ଼: ବିଭିନ୍ନ ଦାବି ନେଇ ‘ଦିଲ୍ଲୀ ଚଲୋ’ ପଦଯାତ୍ରା ପାଇଁ କୃଷକମାନେ ବୁଧବାର ସକାଳେ ପୁଣି ଅମ୍ବାଲା ନିକଟ ଶମ୍ଭୁ ସୀମାରେ ଏକାଠି ହୋଇଛନ୍ତି । ବ୍ୟାରିକେଡ୍ ହଟାଇବାକୁ ଉଦ୍ୟମ କଲାବେଳେ ହରିୟାଣା ପୋଲିସ ବିକ୍ଷୋଭକାରୀ କୃଷକଙ୍କ ଉପରେ ପୁଣି ଲୁହବୁହା ଗ୍ୟାସ୍ ମାଡ଼ କରିଛି।

ବିକ୍ଷୋଭକାରୀମାନେ ଦାବି କରିଛନ୍ତି ଯେ ଯେତେବେଳେ କିଛି କୃଷକ ଶମ୍ଭୁ ସୀମାରେ ବ୍ୟାରିକେଡ୍ ନିକଟରେ ଏକାଠି ହୋଇଥିଲେ, ବୁଧବାର ସକାଳ ପ୍ରାୟ ୮ଟା ସମୟରେ ହରିୟାଣା ପୋଲିସ ସେମାନଙ୍କ ଉପରେ ବହୁଥର ଲୁହବୁହା ଗ୍ୟାସ୍ ମାଡ଼ କରିଥିଲା।

ମଙ୍ଗଳବାର ମଧ୍ୟ ପଞ୍ଜାବ-ହରିୟାଣା ସୀମାର ଦୁଇଟି ସ୍ଥାନରେ ହରିୟାଣା ପୋଲିସ ଓ ଚାଷୀ ମୁହାଁମୁହିଁ ହୋଇଥିଲେ। ଚାଷୀଙ୍କୁ ଘଉଡାଇବା ପାଇଁ ପୋଲିସ ଲୁହବୁହା ଗ୍ୟାସ ସେଲ୍ ଛାଡ଼ି ପାଣିମାଡ଼ କରିଥିଲା। ବିକ୍ଷୋଭକାରୀମାନେ ପୋଲିସ ଉପରକୁ ପଥର ଫିଙ୍ଗିଥିବାରୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା ବୋଲି ହରିୟାଣା ପୋଲିସ କହିଥିଲା।

#Odia#Odisha#News
Share Article:

Related Articles