ତେନ୍ଦୁଲକର ଡିପଫେକର ଶିକାର, ଟେକ୍ନୋଲୋଜିର ଅପବ୍ୟବହାର ନେଇ ଚିନ୍ତା ପ୍ରକଟ କଲେ
ନୂଆଦିଲ୍ଲୀ: କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ବି ଡିପଫେକର ଶିକାର ହୋଇଛନ୍ତି । ସୋମବାର ସେ ନିଜର ଏକ ନକଲି ଭିଡ଼ିଓ ସମ୍ପର୍କରେ ଖୁଲାସା କରିଛନ୍ତି, ଯେଉଁଥିରେ ତାଙ୍କୁ ଏକ ଗେମିଂ ଆପର ପ୍ରଚାର କରୁଥିବା ଦେଖିବାକୁ ମିଳୁଛି । ଏହି ଭିଡିଓରେ ତେନ୍ଦୁଲକରଙ୍କୁ ଏହି ଆପର ବୈଶିଷ୍ଟ୍ୟଗୁଡିକ ବର୍ଣ୍ଣନା କରୁଥିବା ଦେଖିବାକୁ ମିଳୁଛି | ଏଥିରେ ସେ କହୁଛନ୍ତି, ସେ ଜାଣି ନଥିଲେ ଯେ ଟଙ୍କା ରୋଜଗାର କରିବା ଏତେ ସହଜ। ତାଙ୍କ ଝିଅ ମଧ୍ୟ [...]
ନୂଆଦିଲ୍ଲୀ: କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ବି ଡିପଫେକର ଶିକାର ହୋଇଛନ୍ତି । ସୋମବାର ସେ ନିଜର ଏକ ନକଲି ଭିଡ଼ିଓ ସମ୍ପର୍କରେ ଖୁଲାସା କରିଛନ୍ତି, ଯେଉଁଥିରେ ତାଙ୍କୁ ଏକ ଗେମିଂ ଆପର ପ୍ରଚାର କରୁଥିବା ଦେଖିବାକୁ ମିଳୁଛି ।
ଏହି ଭିଡିଓରେ ତେନ୍ଦୁଲକରଙ୍କୁ ଏହି ଆପର ବୈଶିଷ୍ଟ୍ୟଗୁଡିକ ବର୍ଣ୍ଣନା କରୁଥିବା ଦେଖିବାକୁ ମିଳୁଛି | ଏଥିରେ ସେ କହୁଛନ୍ତି, ସେ ଜାଣି ନଥିଲେ ଯେ ଟଙ୍କା ରୋଜଗାର କରିବା ଏତେ ସହଜ। ତାଙ୍କ ଝିଅ ମଧ୍ୟ ଏହାକୁ ବ୍ୟବହାର କରୁଛନ୍ତି।ଏହି ଭିଡିଓରେ ବ୍ୟବହୃତ ସ୍ୱର ମଧ୍ୟ ତେନ୍ଦୁଲକରଙ୍କ ଭଳି।
ତାଙ୍କର ଏହି ନକଲି ଭିଡ଼ିଓ ସହ ତେନ୍ଦୁଲକର ଏକ ବାର୍ତ୍ତା ପୋଷ୍ଟ କରି ଟେକ୍ନୋଲୋଜିର ଏପରି ଅପବ୍ୟବହାର ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ତେନ୍ଦୁଲକର ଲେଖିଛନ୍ତି, “ଏହି ଭିଡ଼ିଓ ନକଲି। ଟେକ୍ନୋଲୋଜିର ଏହି ଅପବ୍ୟବହାର ବିଚଳିତ କରୁଛି | ସମସ୍ତଙ୍କୁ ଏହିପରି ଭିଡିଓ, ବିଜ୍ଞାପନ ଏବଂ ଆପ୍ ବହୁ ସଂଖ୍ୟାରେ ରିପୋର୍ଟ କରିବାକୁ ଅନୁରୋଧ । ”
ତେନ୍ଦୁଲକର ଆହୁରି ଲେଖିଛନ୍ତି, “ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ଅଭିଯୋଗ ପ୍ରତି ସତର୍କ ଏବଂ ପ୍ରତିକ୍ରିୟାଶୀଳ ହେବା ଜରୁରୀ। ଭୁଲ ତଥ୍ୟ ଏବଂ ଡିପଫେକ୍ ପ୍ରସାରକୁ ରୋକିବା ପାଇଁ ସେମାନଙ୍କ ତରଫରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଗୁରୁତ୍ୱପୂର୍ଣ୍ଣ। ”
ତେନ୍ଦୁଲକରଙ୍କ ଏହି ପୋଷ୍ଟ ପରେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ ଅନୁଯାୟୀ ସରକାର ଖୁବ୍ ଶୀଘ୍ର ଡିପଫେକକୁ ରୋକିବା ପାଇଁ କଡ଼ା ନିୟମ ଆଣିବେ।
ସେ ତେନ୍ଦୁଲକରଙ୍କୁ ‘ଏକ୍ସ’ ରେ ଟ୍ୟାଗ୍ କରି ଲେଖିଥିଲେ, ସଚିନଙ୍କୁ ଧନ୍ୟବାଦ। କୃତ୍ରିମ ବୁଦ୍ଧିମତା ବ୍ୟବହାର କରି ଡିପଫେକ୍ ଏବଂ ଭୁଲ ତଥ୍ୟ ଭାରତୀୟ ୟୁଜରଙ୍କ ସୁରକ୍ଷା ଏବଂ ବିଶ୍ୱାସ ପ୍ରତି ବିପଦ ସୃଷ୍ଟି କରିଛି | ଏହିପରି କ୍ଷତିକାରକ ତଥା ଆଇନ ଉଲ୍ଲଂଘନକାରୀ ବିଷୟବସ୍ତୁକୁ ରୋକିବା ଏବଂ ହଟାଇବା ପାଇଁ ପ୍ଲାଟଫର୍ମଗୁଡିକ ଉଦ୍ୟମ କରିବା ଉଚିତ୍। ”
ସେ କହିଛନ୍ତି, “ମନ୍ତ୍ରଣାଳୟ ଦ୍ବାରା ଜାରି ପରାମର୍ଶରେ ପ୍ଲାଟଫର୍ମଗୁଡିକୁ ଏହା ୧୦୦ ପ୍ରତିଶତ ପାଳନ କରିବାକୁ ପଡ଼ିବ। ପ୍ଲାଟଫର୍ମଗୁଡିକ ଦ୍ୱାରା ଅନୁପାଳନ ନିଶ୍ଚିତ କରିବାକୁ ଆମେ ଶୀଘ୍ର ଆଇଟି ଆଇନ ଅନୁଯାୟୀ କଡ଼ା ନିୟମ ଆଣିବୁ। ”
ନିକଟରେ ହଲିଉଡ୍ ଅଭିନେତା ଟମ ହ୍ୟାଙ୍କ୍ସ ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଧାନା ମଧ୍ୟ ଡିପଫେକର ଶିକାର ହୋଇଛନ୍ତି।
Elaborate Security Arrangements Made for Srimandir Parikrama Project Inauguration Ceremony
Next Articleରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଧୋନିଙ୍କୁ ନିମନ୍ତ୍ରଣ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
