News Room Odisha
BREAKING
Odia

ସନ୍ଦେଶଖାଲି ହିଂସା ମାମଲା: ଟିଏମସି ନେତା ଶାହାଜାହାନ ଶେଖ୍ ଗିରଫ

କୋଲକାତା: ସନ୍ଦେଶଖାଲି ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ତୃଣମୂଳ କଂଗ୍ରେସ (ଟିଏମସି)ର ବାହୁବଳୀ ନେତା ଶାହାଜାହାନ ଶେଖଙ୍କୁ ଶେଷରେ ଗିରଫ କରିଛି ପଶ୍ଚିମବଙ୍ଗ ପୋଲିସ । ଶାହାଜାହାନ ଶେଖଙ୍କୁ ବୁଧବାର ମଧ୍ୟରାତ୍ରିରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ମିନାଖାନ ଅଞ୍ଚଳରୁ ଗିରଫ କରାଯାଇଛି । ସେ ୫୭ ଦିନ ଧରି ଫେରାର ଥିଲେ । ଶାହାଜାହାନଙ୍କୁ ଆଜି ବଶିରହାଟ କୋର୍ଟରେ ହାଜର କରାଯିବ। ରାସନ ଦୁର୍ନୀତି ମାମଲାରେ ଜାନୁୟାରୀ ୫ରେ ସନ୍ଦେଶଖାଲି ସ୍ଥିତ ଶାହଜାହାନ ଶେଖଙ୍କ [...]

Admin•February 29, 2024
Share Article:

କୋଲକାତା: ସନ୍ଦେଶଖାଲି ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ତୃଣମୂଳ କଂଗ୍ରେସ (ଟିଏମସି)ର ବାହୁବଳୀ ନେତା ଶାହାଜାହାନ ଶେଖଙ୍କୁ ଶେଷରେ ଗିରଫ କରିଛି ପଶ୍ଚିମବଙ୍ଗ ପୋଲିସ । ଶାହାଜାହାନ ଶେଖଙ୍କୁ ବୁଧବାର ମଧ୍ୟରାତ୍ରିରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ମିନାଖାନ ଅଞ୍ଚଳରୁ ଗିରଫ କରାଯାଇଛି । ସେ ୫୭ ଦିନ ଧରି ଫେରାର ଥିଲେ । ଶାହାଜାହାନଙ୍କୁ ଆଜି ବଶିରହାଟ କୋର୍ଟରେ ହାଜର କରାଯିବ।

ରାସନ ଦୁର୍ନୀତି ମାମଲାରେ ଜାନୁୟାରୀ ୫ରେ ସନ୍ଦେଶଖାଲି ସ୍ଥିତ ଶାହଜାହାନ ଶେଖଙ୍କ ଘରେ ଚଢ଼ାଉ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଉପରେ ତାଙ୍କ ସମର୍ଥକମାନେ ଆକ୍ରମଣ କରିଥିଲେ। ଏହି ଘଟଣା ପରଠୁ ଶାହଜାହାନ ଫେରାର ହୋଇଯାଇଥିଲେ। ଶେଖ୍ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ଜମି ହଡ଼ପ ଓ ମହିଳାମାନଙ୍କୁ ଯୌନ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ହୋଇଥିଲା । ଶେଖଙ୍କ ଗିରଫ ଦାବିରେ ସନ୍ଦେଶଖାଲି ଅଞ୍ଚଳର ଲୋକମାନେ ଗତ ଦେଢ଼ ମାସରୁ ଅଧିକ ସମୟ ଧରି ବିରୋଧ ପ୍ରଦର୍ଶନ କରିଥିଲେ। ଏହି ମାମଲା ନେଇ ପଶ୍ଚିମବଙ୍ଗ ରାଜନୀତିରେ ମଧ୍ୟ ଝଡ଼ ସୃଷ୍ଟି ହୋଇଥିଲା ‌। ଶାହାଜାହାନଙ୍କୁ ଶାସକ ଟିଏମସି ଘଣ୍ଟ ଘୋଡାଉଛି ବୋଲି ଅଭିଯୋଗ କରିଥିଲେ ବିଜେପି ଓ କଂଗ୍ରେସ ।

#Odia#Odisha#News
Share Article:

Related Articles