News Room Odisha
BREAKING
Odia

ଗୁଗୁଲ୍ ମ୍ୟାପକୁ ଭରସା କରି କେନାଲରେ ପଶିଲା ପର୍ଯ୍ୟଟକଙ୍କ କାର୍

କୋଟାୟାମ (କେରଳ): ଗୁଗୁଲ୍ ମ୍ୟାପକୁ ବିଶ୍ବାସ କରି ପାଣିରେ ବୁଡ଼ିଗଲା କାର୍। କେରଳରେ ଘଟିଛି ଏଭଳି ଏକ ଘଟଣା। ହାଇଦ୍ରାବାଦରୁ ଆସିଥିବା ଏକ ପର୍ଯ୍ୟଟକ ଗୋଷ୍ଠୀ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାତ୍ରା କରିବା ପାଇଁ ଗୁଗୁଲ୍ ମ୍ୟାପ୍ ବ୍ୟବହାର କରିଥିଲେ । ହେଲେ ଗୁଗୁଲ୍ ମ୍ୟାପ୍ ଦେଖାଇଥିବା ରାସ୍ତାରେ ଯାଇ ସେମାନଙ୍କ କାର୍ ଦକ୍ଷିଣ କେରଳ ଜିଲ୍ଲାର କୁରୁପନ୍ତରାଛ ନିକଟରେ ଏକ ଗଭୀର କେନାଲ୍ ଭିତରକୁ ପଶିଯାଇଥିଲା। ସୌଭାଗ୍ୟ ବଶତଃ ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ [...]

Admin•May 25, 2024
Share Article:

କୋଟାୟାମ (କେରଳ): ଗୁଗୁଲ୍ ମ୍ୟାପକୁ ବିଶ୍ବାସ କରି ପାଣିରେ ବୁଡ଼ିଗଲା କାର୍। କେରଳରେ ଘଟିଛି ଏଭଳି ଏକ ଘଟଣା। ହାଇଦ୍ରାବାଦରୁ ଆସିଥିବା ଏକ ପର୍ଯ୍ୟଟକ ଗୋଷ୍ଠୀ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାତ୍ରା କରିବା ପାଇଁ ଗୁଗୁଲ୍ ମ୍ୟାପ୍ ବ୍ୟବହାର କରିଥିଲେ । ହେଲେ ଗୁଗୁଲ୍ ମ୍ୟାପ୍ ଦେଖାଇଥିବା ରାସ୍ତାରେ ଯାଇ ସେମାନଙ୍କ କାର୍ ଦକ୍ଷିଣ କେରଳ ଜିଲ୍ଲାର କୁରୁପନ୍ତରାଛ ନିକଟରେ ଏକ ଗଭୀର କେନାଲ୍ ଭିତରକୁ ପଶିଯାଇଥିଲା। ସୌଭାଗ୍ୟ ବଶତଃ ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ହେଲେ ସେମାନଙ୍କ ଗାଡ଼ି ବୁଡ଼ି ଯାଇଛି ବୋଲି ପୋଲିସ ଶନିବାର କହିଛି।

ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା, ଯେତେବେଳେ ଜଣେ ମହିଳାଙ୍କ ସହ ଚାରି ଜଣିଆ ପର୍ଯ୍ୟଟକ ଦଳ ଆଲାପୁଜା ଅଭିମୁଖେ ଯାଉଥିଲେ। ଯେଉଁ ରାସ୍ତାରେ ସେମାନେ ଯାତ୍ରା କରୁଥିଲେ ସେହି ରାସ୍ତା ପ୍ରବଳ ବର୍ଷା କାରଣରୁ ଜଳମଗ୍ନ ହୋଇଯାଇଥିଲା । ପର୍ଯ୍ୟଟକମାନେ ଏହି ଅଞ୍ଚଳ ସହ ଅପରିଚିତ ଥିବାରୁ ସେମାନେ ଗୁଗୁଲ୍ ମ୍ୟାପ୍ ବ୍ୟବହାର କରିଥିଲେ । ହେଲେ ଯାତ୍ରା ସମୟରେ ନିଜ ଗାଡ଼ି ସହ ଏକ କେନାଳର ଗଭୀର ପାଣିରେ ପଶି ଯାଇଥିଲେ ପର୍ଯ୍ୟଟକ ।

ନିକଟସ୍ଥ ପୋଲିସ ପାଟ୍ରୋଲିଂ ୟୁନିଟ୍ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଉଦ୍ୟମ ଯୋଗୁଁ ସମସ୍ତ ଚାରି ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ତେବେ ସେମାନଙ୍କ ଗାଡ଼ି ପାଣିରେ ବୁଡ଼ି ଯାଇଛି। ଏହାକୁ (ଗାଡି) ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି କହିଛି ପୋଲିସ ।

କେରଳରେ ଏହା ପ୍ରଥମ ଘଟଣା ନୁହେଁ। ଗତ ବର୍ଷ ଅକ୍ଟୋବରରେ ଅନୁରୂପ ଏକ ଦୁର୍ଘଟଣାରେ ଦୁଇଜଣ ଯୁବ ଡାକ୍ତରଙ୍କର ମୃତ୍ୟୁ ହୋଇଥିଲା। ବର୍ଷା ରାତିରେ ଗୁଗୁଲ୍ ମ୍ୟାପ୍ ବ୍ୟବହାର କରି ଯାତ୍ରା କରୁଥିବା ବେଳେ ସେମାନଙ୍କ କାର୍ ଏକ ନଦୀରେ ପଶିଯାଇଥିଲା।‌

#Odia#Odisha#News
Share Article:

Related Articles