News Room Odisha
BREAKING
Odia

ଏଣିକି ଫୋନ୍ ସ୍କ୍ରିନରେ ଦେଖାଯିବ କଲ୍ କରୁଥିବା ବ୍ୟକ୍ତିଙ୍କ ନାମ, ସୁପାରିସ କଲା ଟ୍ରାଇ

ନୂଆଦିଲ୍ଲୀ: ଏଣିକି କଲ୍ କରୁଥିବା ବ୍ୟକ୍ତିଙ୍କ ନାମ ଫୋନ୍ ସ୍କ୍ରିନରେ ଦେଖାଯିବ । ଏହି ସେବା ଆରମ୍ଭ କରିବାକୁ ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ) ସୁପାରିସ କରିଛି । ଟ୍ରାଇ ଏହାର ସୁପାରିସରେ କହିଛି, ମୋବାଇଲ୍ ଫୋନ୍ ସ୍କ୍ରିନରେ କଲରଙ୍କ ନାମ ପ୍ରଦର୍ଶନ କରିବା ବ୍ୟବସ୍ଥା ‘କଲିଂ ନେମ୍ ପ୍ରେଜେଣ୍ଟେସନ୍’ (ସିଏନ୍ଏପି) ସପ୍ଲିମେଣ୍ଟାରି ସେବା ଅଧୀନରେ ଆରମ୍ଭ କରାଯିବ। ତେବେ ଟେଲିକମ୍ କମ୍ପାନୀ କେବଳ ଗ୍ରାହକଙ୍କ ଅନୁରୋଧ କ୍ରମେ ଏହି ସୁବିଧା ପ୍ରଦାନ କରିବେ। ଏହି [...]

Admin•February 24, 2024
Share Article:

ନୂଆଦିଲ୍ଲୀ: ଏଣିକି କଲ୍ କରୁଥିବା ବ୍ୟକ୍ତିଙ୍କ ନାମ ଫୋନ୍ ସ୍କ୍ରିନରେ ଦେଖାଯିବ । ଏହି ସେବା ଆରମ୍ଭ କରିବାକୁ ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ) ସୁପାରିସ କରିଛି ।

ଟ୍ରାଇ ଏହାର ସୁପାରିସରେ କହିଛି, ମୋବାଇଲ୍ ଫୋନ୍ ସ୍କ୍ରିନରେ କଲରଙ୍କ ନାମ ପ୍ରଦର୍ଶନ କରିବା ବ୍ୟବସ୍ଥା ‘କଲିଂ ନେମ୍ ପ୍ରେଜେଣ୍ଟେସନ୍’ (ସିଏନ୍ଏପି) ସପ୍ଲିମେଣ୍ଟାରି ସେବା ଅଧୀନରେ ଆରମ୍ଭ କରାଯିବ। ତେବେ ଟେଲିକମ୍ କମ୍ପାନୀ କେବଳ ଗ୍ରାହକଙ୍କ ଅନୁରୋଧ କ୍ରମେ ଏହି ସୁବିଧା ପ୍ରଦାନ କରିବେ।

ଏହି ସୁବିଧା ବାରମ୍ବାର ଅବାଞ୍ଛିତ କଲରୁ ମୁକ୍ତି ପାଇବାରେ ବେଶ୍ ସହାୟକ ହେବ । ସିଏନ୍ଏପି ସୁବିଧା ଚାଲୁ ହେଲେ ଗ୍ରାହକ ନିଜ ଫୋନ୍ ସ୍କ୍ରିନରେ କଲରଙ୍କ ନାମ ଦେଖିପାରିବେ।

ଏକ ନିର୍ଦ୍ଦିଷ୍ଟ ତାରିଖ ପରେ ଭାରତରେ ବିକ୍ରି ହେଉଥିବା ସମସ୍ତ ଫୋନରେ ସିଏନ୍ଏପି ସୁବିଧା ଉପଲବ୍ଧ କରାଇବା ପାଇଁ ଟେଲିକମ୍ କମ୍ପାନୀମାନଙ୍କୁ ସରକାର ଉପଯୁକ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଟ୍ରାଇ କହିଛି ।

ମୋବାଇଲ୍ ଫୋନ୍ କନେକ୍ସନ ନେବା ସମୟରେ ଗ୍ରାହକ ଆବେଦନ ଫର୍ମ (ସିଏଏଫ୍)ରେ ପ୍ରଦତ୍ତ ନାମ ଓ ପରିଚୟ ବିବରଣୀ ସିଏନ୍ଏପି ସେବା ପାଇଁ ବ୍ୟବହାର କରାଯାଇପାରିବ ।

ପୂର୍ବରୁ ଟ୍ରୁକଲର୍ ଏବଂ ଭରତ କଲର୍ ଭଳି ଆପ୍ କଲର୍ ନାମ ଓ ସ୍ପାମ୍ ଚିହ୍ନଟ ସେବା ପ୍ରଦାନ କରୁଛନ୍ତି । କିନ୍ତୁ ଏହି ସେବା ଲୋକଙ୍କଠାରୁ ସଂଗୃହିତ ତଥ୍ୟ ଉପରେ ଆଧାରିତ ହୋଇଥିବାରୁ ଏହା ସର୍ବଦା ବିଶ୍ୱାସଯୋଗ୍ୟ ନୁହେଁ ।

ଟେଲିଫୋନ୍ ଗ୍ରାହକଙ୍କୁ ସିଏନ୍ଏପି ସେବା ପ୍ରଦାନ ନେଇ ଟ୍ରାଇ ନଭେମ୍ବର ୨୦୨୨ରେ ହିତାଧିକାରୀ, ଜନସାଧାରଣ ଏବଂ ଶିଳ୍ପ ଜଗତରୁ ମତାମତ ଲୋଡ଼ି ପରାମର୍ଶ ପତ୍ର ଜାରି କରିଥିଲା ​​।

#Odia#Odisha#News
Share Article:

Related Articles