News Room Odisha
BREAKING
Odia

ପୁଣେ କାର୍ ଦୁର୍ଘଟଣା: ରକ୍ତ ନମୁନାରେ ହେରଫେର୍ ଓ ପ୍ରମାଣ ନଷ୍ଟ ଅଭିଯୋଗରେ ଦୁଇ ଡ଼ାକ୍ତର ଗିରଫ

ପୁଣେ: ରକ୍ତ ନମୁନାରେ ହେରଫେର୍ କରିବା ଏବଂ ପୋର୍ସ କାର୍ ଦୁର୍ଘଟଣା ମାମଲାର ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ପୁଣେ ପୋଲିସ ସ୍ଥାନୀୟ ସସୁନ୍ ସର୍ବୋପଚାର ହସ୍ପିଟାଲର ଦୁଇଜଣ ଡାକ୍ତରଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ହସ୍ପିଟାଲର ଫରେନସିକ୍ ବିଭାଗର ମୁଖ୍ୟ ମଧ୍ୟ ଅଛନ୍ତି ବୋଲି ପୋଲିସ କହିଛି। କ୍ରାଇମ ବ୍ରାଞ୍ଚ ପୁଣେ ପୋର୍ସ କାର୍ ଦୁର୍ଘଟଣାର ତଦନ୍ତ କରୁଛି। ମେ ୧୯ ତାରିଖ ରାତିରେ ପୁଣେର କଲ୍ୟାଣନଗର ଅଞ୍ଚଳରେ ଜଣେ ୧୭ ବର୍ଷୀୟ ବାଳକ [...]

Admin•May 27, 2024
Share Article:

ପୁଣେ: ରକ୍ତ ନମୁନାରେ ହେରଫେର୍ କରିବା ଏବଂ ପୋର୍ସ କାର୍ ଦୁର୍ଘଟଣା ମାମଲାର ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ପୁଣେ ପୋଲିସ ସ୍ଥାନୀୟ ସସୁନ୍ ସର୍ବୋପଚାର ହସ୍ପିଟାଲର ଦୁଇଜଣ ଡାକ୍ତରଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ହସ୍ପିଟାଲର ଫରେନସିକ୍ ବିଭାଗର ମୁଖ୍ୟ ମଧ୍ୟ ଅଛନ୍ତି ବୋଲି ପୋଲିସ କହିଛି।

କ୍ରାଇମ ବ୍ରାଞ୍ଚ ପୁଣେ ପୋର୍ସ କାର୍ ଦୁର୍ଘଟଣାର ତଦନ୍ତ କରୁଛି। ମେ ୧୯ ତାରିଖ ରାତିରେ ପୁଣେର କଲ୍ୟାଣନଗର ଅଞ୍ଚଳରେ ଜଣେ ୧୭ ବର୍ଷୀୟ ବାଳକ ଦ୍ରୁତ ଗତିରେ ପୋର୍ସ କାର ଚଳାଇ ଯାଉଥିବା ବେଳେ ଦୁଇଜଣ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ମୃତକ ଦୁହେଁ ଆଇଟି ପ୍ରଫେସନାଲ ଥିଲେ। ନାବାଳକ ମଦ ପିଇ ଡ୍ରାଇଭିଂ କରିଥିବା ଅଭିଯୋଗ ହୋଇଥିଲା।

ଜୁଭେନାଇଲ ଜଷ୍ଟିସ ବୋର୍ଡ ଦୁର୍ଘଟଣାର ମାତ୍ର ୧୫ ଘଣ୍ଟା ଭିତରେ ନାବାଳକ ଅଭିଯୁକ୍ତକୁ ଜାମିନ ପ୍ରଦାନ କରିଥିଲେ ।​ ସଡ଼କ ଦୁର୍ଘଟଣା ସମ୍ପର୍କରେ ଏକ ପ୍ରବନ୍ଧ ଲେଖିବା ସର୍ତ୍ତରେ ନାବାଳକକୁ ଜାମିନ ଦେଇଥିଲେ କୋର୍ଟ। ତେବେ କୋର୍ଟଙ୍କ ରାୟ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ପୋଲିସ ପୁନର୍ବିଚାର ଆବେଦନ ଦାୟର କରିଥିଲା । ଏହାପରେ ନାବାଳକ ଅଭିଯୁକ୍ତର ଜାମିନ ରଦ୍ଦ କରି କୋର୍ଟ ତାକୁ ଜୁନ୍ ୫ ଯାଏଁ ବାଳ ସୁଧାର ଗୃହକୁ ପଠାଇ ଦେଇଥିଲେ।

ଏହି ମାମଲାରେ ନାବାଳକର ବାପା ଓ ତାଙ୍କ ଜେଜେଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ନାବାଳକ ଅଭିଯୁକ୍ତର ବାପା ଜଣେ ରିଏଲ୍ ଇଷ୍ଟେଟ୍ ବ୍ୟବସାୟୀ |

#Odia#Odisha#News
Share Article:

Related Articles