News Room Odisha
BREAKING
Odia

ମାର୍ଚ୍ଚ ୧୫ ସୁଦ୍ଧା ହୋଇପାରେ ଦୁଇ ନିର୍ବାଚନ କମିଶନରଙ୍କ ନିଯୁକ୍ତି

ନୂଆଦିଲ୍ଲୀ: ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ ଅବସର ଏବଂ ଅରୁଣ ଗୋଏଲଙ୍କ ଅଚାନକ ଇସ୍ତଫା ପରେ ଖାଲି ପଡ଼ିଥିବା ପଦରେ ମାର୍ଚ୍ଚ ୧୫ ସୁଦ୍ଧା ଦୁଇଜଣ ନିର୍ବାଚନ କମିଶନରଙ୍କୁ ନିଯୁକ୍ତି ଦିଆଯିବା ସମ୍ଭାବନା ରହିଛି। ଲୋକସଭା ନିର୍ବାଚନ ତାରିଖ ଘୋଷଣାର କିଛି ଦିନ ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋଏଲ ଶୁକ୍ରବାର ସକାଳେ ନିଜ ପଦରୁ ଇସ୍ତଫା ଦେଇଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ତାଙ୍କ ଇସ୍ତଫା ଗ୍ରହଣ କରିଥିଲେ । ଆଇନ ମନ୍ତ୍ରଣାଳୟ [...]

Admin•March 10, 2024
Share Article:

ନୂଆଦିଲ୍ଲୀ: ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ ଅବସର ଏବଂ ଅରୁଣ ଗୋଏଲଙ୍କ ଅଚାନକ ଇସ୍ତଫା ପରେ ଖାଲି ପଡ଼ିଥିବା ପଦରେ ମାର୍ଚ୍ଚ ୧୫ ସୁଦ୍ଧା ଦୁଇଜଣ ନିର୍ବାଚନ କମିଶନରଙ୍କୁ ନିଯୁକ୍ତି ଦିଆଯିବା ସମ୍ଭାବନା ରହିଛି।

ଲୋକସଭା ନିର୍ବାଚନ ତାରିଖ ଘୋଷଣାର କିଛି ଦିନ ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋଏଲ ଶୁକ୍ରବାର ସକାଳେ ନିଜ ପଦରୁ ଇସ୍ତଫା ଦେଇଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ତାଙ୍କ ଇସ୍ତଫା ଗ୍ରହଣ କରିଥିଲେ । ଆଇନ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜରିଆରେ ଶନିବାର ରାତିରେ ଏହି ଘୋଷଣା କରିଥିଲା ।

ଗୋଏଲଙ୍କ ଇସ୍ତଫା ପରେ ତିନି ଜଣିଆ ନିର୍ବାଚନ କମିଶନ କମିଟିରେ ଏବେ କେବଳ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ହିଁ ଏକମାତ୍ର ସଦସ୍ୟ ରହିଛନ୍ତି। ଅନ୍ୟଜଣେ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ଫେବୃଆରୀ ୧୪ରେ ଅବସର ନେଇଥିଲେ।

ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଅଧ୍ୟକ୍ଷତାରେ ଏକ କମିଟି ପ୍ରଥମେ ଦୁଇ ନିର୍ବାଚନ କମିଶନର ପଦ ପାଇଁ ପାଞ୍ଚଟି ନାମର ଦୁଇଟି ପୃଥକ ପ୍ୟାନେଲ ପ୍ରସ୍ତୁତ କରିବ। ଏହି କମିଟିରେ ଗୃହ ସଚିବ ଏବଂ କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ସଚିବ (ଡିଓପିଟି) ସାମିଲ ହେବେ।

ଏହା ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ ଚୟନ କମିଟି ନୂଆ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ ନାମ ଚୂଡ଼ାନ୍ତ କରିବେ । ଏହି ଚୟନ କମିଟିରେ ଅନ୍ୟ ଦୁଇ ସଦସ୍ୟ ଭାବେ ପ୍ରଧାନମନ୍ତ୍ରୀଙ୍କ ମନୋନୀତ ଜଣେ କେନ୍ଦ୍ରମନ୍ତ୍ରୀ ଓ ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ରହିବେ । ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ନୂଆ ନିର୍ବାଚନ କମିଶନର୍ ନିଯୁକ୍ତ ହେବେ।

ମାର୍ଚ୍ଚ ୧୩ କିମ୍ବା ୧୪ରେ ଚୟନ କମିଟିର ବୈଠକ ବସିପାରେ ଏବଂ ମାର୍ଚ୍ଚ ୧୫ ସୁଦ୍ଧା ନିର୍ବାଚନ କମିଶନର ନିଯୁକ୍ତି ହେବେ ବୋଲି ସୂତ୍ରରୁ ପ୍ରକାଶ।

ଲୋକସଭା ନିର୍ବାଚନ ପୂର୍ବରୁ ଅରୁଣ ଗୋଏଲ ଅଚାନକ କାହିଁକି ଇସ୍ତଫା ଦେଲେ ତାହା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ସେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି । ଗୋଏଲ ଓ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ମଧ୍ୟରେ ମତଭେଦ ଗୁଜବକୁ ଖଣ୍ଡନ କରିଛନ୍ତି ଜଣେ ଅଧିକାରୀ ।

ଶୁକ୍ରବାର ସକାଳେ ଇସ୍ତଫା ଦେଇଥିବା‌ ଅରୁଣ ଗୋଏଲ ଆଗାମୀ ଲୋକସଭା ନିର୍ବାଚନ ନିମନ୍ତେ ସୁରକ୍ଷା କର୍ମୀଙ୍କ ମୁତୟନ ଓ ସେମାନଙ୍କ ଯାତାୟତ ବ୍ୟବସ୍ଥା ପାଇଁ ନିର୍ବାଚନ କମିଶନ, ଗୃହ ମନ୍ତ୍ରଣାଳୟ ଏବଂ ରେଳବାଇର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ମଧ୍ୟ ସାମିଲ ହୋଇନଥିଲେ ।

ଅବସରପ୍ରାପ୍ତ ଅମଲାତନ୍ତ୍ରୀ ଗୋଏଲ ପଞ୍ଜାବ କ୍ୟାଡରର ୧୯୮୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ | ନଭେମ୍ବର ୨୦୨୨ରେ ସେ ନିର୍ବାଚନ କମିଶନର ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ । ତେବେ ତାଙ୍କ ନିଯୁକ୍ତି ପ୍ରକ୍ରିୟାକୁ ଏକ ଏନଜିଓ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ତରଫରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ।

ଏହା ପୂର୍ବରୁ ଅଗଷ୍ଟ ୨୦୨୦ରେ ତତ୍କାଳୀନ ନିର୍ବାଚନ କମିଶନର ଅଶୋକ ଲଭାସା ମଧ୍ୟ ଅଚାନକ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ଆଚରଣ ବିଧି ଉଲ୍ଲଂଘନ ନେଇ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଉପରେ ସେ ଆପତ୍ତି ପ୍ରକାଶ କରିଥିଲେ।

#Odia#Odisha#News
Share Article:

Related Articles