News Room Odisha
BREAKING
Odia

ବ୍ରିଜ ଭୂଷଣଙ୍କ ପୁଅଙ୍କ କନଭୟରେ ଯାଉଥିବା ଏସୟୁଭି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ

ଗୋଣ୍ଡା: ବିଜେପି ସାଂସଦ ବ୍ରିଜ ଭୂଷଣ ସିଂହଙ୍କ ପୁଅ କରଣ ଭୂଷଣଙ୍କ କନଭୟରେ ଯାଉଥିବା ଏକ ଏସୟୁଭି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି।‌ ଉତ୍ତର ପ୍ରଦେଶର ଗୋଣ୍ଡାରେ ଏହି ଘଟଣା ଘଟିଛି। ପୋଲିସ ସୂଚନା ମୁତାବକ ଆଜି (ମଇ ୨୯) ସକାଳ ପ୍ରାୟ ୯ଟାରେ ହୁଜୁରପୁର ରୋଡ୍ର କ୍ରସିଂ ନିକଟରେ ଏହି ‌ଦୁର୍ଘଟଣା ଘଟିଥିଲା। ଏସୟୁଭି ଧକ୍କାରେ ରେହାନ ଏବଂ ଶହଜାଦା ନାମକ ଦୁଇଜଣ ବ୍ୟକ୍ତି ଆହତ ହୋଇଥିଲେ। ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ [...]

Admin•May 29, 2024
Share Article:

ଗୋଣ୍ଡା: ବିଜେପି ସାଂସଦ ବ୍ରିଜ ଭୂଷଣ ସିଂହଙ୍କ ପୁଅ କରଣ ଭୂଷଣଙ୍କ କନଭୟରେ ଯାଉଥିବା ଏକ ଏସୟୁଭି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି।‌ ଉତ୍ତର ପ୍ରଦେଶର ଗୋଣ୍ଡାରେ ଏହି ଘଟଣା ଘଟିଛି। ପୋଲିସ ସୂଚନା ମୁତାବକ ଆଜି (ମଇ ୨୯) ସକାଳ ପ୍ରାୟ ୯ଟାରେ ହୁଜୁରପୁର ରୋଡ୍ର କ୍ରସିଂ ନିକଟରେ ଏହି ‌ଦୁର୍ଘଟଣା ଘଟିଥିଲା।

ଏସୟୁଭି ଧକ୍କାରେ ରେହାନ ଏବଂ ଶହଜାଦା ନାମକ ଦୁଇଜଣ ବ୍ୟକ୍ତି ଆହତ ହୋଇଥିଲେ। ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ କର୍ଣ୍ଣେଲଗଞ୍ଜରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଉଭୟଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇଥିବା ଫର୍ଚ୍ୟୁନର୍ କାରକୁ ଜବତ କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ବୋଲି ଗୋଣ୍ଡା ଏସପି ରାଧେ ଶ୍ୟାମ ରାୟ କହିଛନ୍ତି ‌।

ଦୁର୍ଘଟଣା ଘଟାଇଥିବା କରଣ ଭୂଷଣ ସିଂହଙ୍କ କନଭୟର ଫର୍ଚ୍ୟୁନର୍ କାର୍ ବ୍ରିଜ ଭୂଷଣ ଶରଣ ସିଂହଙ୍କ କଲେଜ ନନ୍ଦିନୀ ଏଜୁକେସନ ଇନଷ୍ନାଟିଚ୍ୟୁଟ୍ ନାମରେ ପଞ୍ଜିକୃତ ହୋଇଛି।

ଏଥର ବିଜେପି ଗୋଣ୍ଡାରୁ ବ୍ରିଜ ଭୂଷଣ ସିଂଙ୍କ ଟିକେଟ୍ କାଟି ତାଙ୍କ ସ୍ଥାନରେ ବ୍ରିଜ ଭୂଷଣଙ୍କ ପୁଅ କରଣ ଭୂଷଣ ପ୍ରାର୍ଥୀ କରିଥିଲା। ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ କିଛି ମହିଳା କୁସ୍ତି ଖେଳାଳି ଯୌନ ନିର୍ଯାତନା ଅଭିଯୋଗ କରିଛନ୍ତି। ଏହି ମାମଲାରେ ନିକଟରେ ଦିଲ୍ଲୀର ଏକ କୋର୍ଟ ତାଙ୍କ ବିରୋଧରେ ଚାର୍ଜଫ୍ରେମ୍ କରିଥିଲେ।

#Odia#Odisha#News
Share Article:

Related Articles