ସମାନ ନାଗରିକ ସଂହିତା ବିଲ୍ ଉତ୍ତରାଖଣ୍ଡ ବିଧାନସଭାରେ ଉପସ୍ଥାପିତ
ଡେରାଡୁନ୍: ବହୁ ପ୍ରତୀକ୍ଷିତ ସମାନ ନାଗରିକ ସଂହିତା ତଥା ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ବିଲ୍ ମଙ୍ଗଳବାର ଉତ୍ତରାଖଣ୍ଡ ବିଧାନସଭାରେ ଉପସ୍ଥାପିତ ହୋଇଛି। ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ବିଲ୍ ଉପସ୍ଥାପନ କରିଛନ୍ତିି। ମୁଖ୍ୟମନ୍ତ୍ରୀ ଏହି ବିଲ୍ ଉପସ୍ଥାପନ କରିବା ସମୟରେ ଶାସକ ଦଳର ବିଧାୟକମାନେ “ଭାରତ ମାତା କି ଜୟ, ବନ୍ଦେ ମାତରଂ ଓ ଜୟ ଶ୍ରୀରାମ” ସ୍ଲୋଗାନ ଦେଇଥିଲେ। ରବିବାର ରାଜ୍ୟ କ୍ୟାବିନେଟ୍ ୟୁସିସି ଡ୍ରାଫ୍ଟ [...]
ଡେରାଡୁନ୍: ବହୁ ପ୍ରତୀକ୍ଷିତ ସମାନ ନାଗରିକ ସଂହିତା ତଥା ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ବିଲ୍ ମଙ୍ଗଳବାର ଉତ୍ତରାଖଣ୍ଡ ବିଧାନସଭାରେ ଉପସ୍ଥାପିତ ହୋଇଛି। ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ବିଲ୍ ଉପସ୍ଥାପନ କରିଛନ୍ତିି।
ମୁଖ୍ୟମନ୍ତ୍ରୀ ଏହି ବିଲ୍ ଉପସ୍ଥାପନ କରିବା ସମୟରେ ଶାସକ ଦଳର ବିଧାୟକମାନେ “ଭାରତ ମାତା କି ଜୟ, ବନ୍ଦେ ମାତରଂ ଓ ଜୟ ଶ୍ରୀରାମ” ସ୍ଲୋଗାନ ଦେଇଥିଲେ। ରବିବାର ରାଜ୍ୟ କ୍ୟାବିନେଟ୍ ୟୁସିସି ଡ୍ରାଫ୍ଟ ବିଲକୁ ବିଧାନସଭାରେ ଆଗତ କରିବାକୁ ଅନୁମୋଦନ କରିଥିଲା।
ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ରଂଜନ ପ୍ରକାଶ ଦେଶାଇଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ କମିଟି ଚାରି ଖଣ୍ଡ ଏବଂ ୭୪୦ ପୃଷ୍ଠାର ଏହି ଡ୍ରାଫ୍ଟକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରିଥିଲା।
ୟୁସିସି ଉପରେ ଆଇନ ଆଣିବା ଓ ଏହାକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ୨୦୨୨ ବିଧାନସଭା ନିର୍ବାଚନ ସମୟରେ ଲୋକଙ୍କୁ ବିଜେପିର ଅନ୍ୟତମ ପ୍ରମୁଖ ପ୍ରତିଶ୍ରୁତି ଥିଲା। ୨୦୦୦ ମସିହାରେ ଅଲଗା ରାଜ୍ୟର ମାନ୍ୟତା ପାଇଥିବା ଉତ୍ତରାଖଣ୍ଡରେ କ୍ରମାଗତ ଦ୍ୱିତୀୟ ଥର ବିଜୟ ହାସଲ ସହ ଇତିହାସ ରଚିଥିବା ବିଜେପି ମାର୍ଚ୍ଚ ୨୦୨୨ରେ ସରକାର ଗଢ଼ିବା ପରେ କ୍ୟାବିନେଟର ପ୍ରଥମ ବୈଠକରେ ୟୁସିସି ଖସଡ଼ା ପ୍ରସ୍ତୁତ କରିବା ପାଇଁ ବିଶେଷଜ୍ଞ କମିଟି ଗଠନକୁ ଅନୁମୋଦନ କରିଥିଲା।
ସମାନ ନାଗରିକ ସଂହିତା ଲାଗୁ ହେଲେ ଉତ୍ତରାଖଣ୍ଡ ସ୍ବାଧୀନ ଭାରତର ପ୍ରଥମ ରାଜ୍ୟ ହେବ। ସ୍ବାଧୀନତା ପୂର୍ବରୁ ଗୋଆରେ ପର୍ତ୍ତୁଗୀଜ୍ ଶାସନ କାଳରେ ଏକ ୟୁସିସି ଆଇନ ଲାଗୁ ହୋଇଥିଲା, ଯାହା ଏବେ ବି ବଳବତ୍ତର ରହିଛି।
ୟୁସିସି ଅନୁସାରେ, ବିବାହ, ଛାଡ଼ପତ୍ର, ଭରଣ ପୋଷଣ, ଜମି, ସମ୍ପତ୍ତି ଏବଂ ଉତ୍ତରାଧିକାର ଆଦି କ୍ଷେତ୍ରରେ ସବୁ ଧର୍ମ ପାଇଁ ସମାନ ନିୟମ ଲାଗୁ ହେବ ।
ବୌଦ୍ଧ ପୋଲିସ ଆଗରେ ଦୁଇ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
Next ArticleJustice Chakradhari Sharan Singh to Be Sworn in as Chief Justice of Orissa HC Tomorrow
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
