ଫେସବୁକ୍ ଲାଇଭ୍ ବେଳେ ଉଦ୍ଧବ ଠାକରେ ଗୋଷ୍ଠୀର ନେତାଙ୍କୁ ଗୁଳିକରି ହତ୍ୟା
ମୁମ୍ବାଇ: ଫେସବୁକ୍ ଲାଇଭ୍ ବେଳେ ଶିବସେନା (ଉଦ୍ଧବ) ନେତା ଅଭିଷେକ ଘୋଷାଲକରଙ୍କୁ ହତ୍ୟା । ମୁମ୍ବାଇର ସାମାଜିକ କର୍ମୀ ମୌରିସ ନୋରୋନା ଫେସବୁକ୍ ଲାଇଭ୍ ବେଳେ ଘୋଷାଲକରଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ପରେ ସେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଗୁରୁବାର ରାତିରେ ଏହି ଘଟଣା ଘଟିଛି। ଗୁଳିମାଡ଼ ପରେ ଉଦ୍ଧବ ଗୋଷ୍ଠୀର ନେତା ତଥା ପୂର୍ବତନ କାଉନସିଲର ଘୋଷାଲକରଙ୍କୁ ଗୁରୁତର ଅବସ୍ଥାରେ ଉତ୍ତର ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର [...]
ମୁମ୍ବାଇ: ଫେସବୁକ୍ ଲାଇଭ୍ ବେଳେ ଶିବସେନା (ଉଦ୍ଧବ) ନେତା ଅଭିଷେକ ଘୋଷାଲକରଙ୍କୁ ହତ୍ୟା । ମୁମ୍ବାଇର ସାମାଜିକ କର୍ମୀ ମୌରିସ ନୋରୋନା ଫେସବୁକ୍ ଲାଇଭ୍ ବେଳେ ଘୋଷାଲକରଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ପରେ ସେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଗୁରୁବାର ରାତିରେ ଏହି ଘଟଣା ଘଟିଛି।
ଗୁଳିମାଡ଼ ପରେ ଉଦ୍ଧବ ଗୋଷ୍ଠୀର ନେତା ତଥା ପୂର୍ବତନ କାଉନସିଲର ଘୋଷାଲକରଙ୍କୁ ଗୁରୁତର ଅବସ୍ଥାରେ ଉତ୍ତର ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି।
ଏହି ଘଟଣାର ଫେସବୁକ୍ ଲାଇଭ୍ ଭିଡିଓ ସୋସିଆଲ ମିଡିଆରେ ହୋଇଛି । ଏଥିରେ ଅଭିଷେକଙ୍କ ପେଟ ଓ କାନ୍ଧରେ ଗୁଳିମାଡ଼ ହେଉଥିବା ଦେଖିବାକୁ ମିଳୁଛି। ଜଣେ ଅଧିକାରୀ କହିଛନ୍ତି, ଘୋଷାଲକର ଓ ନୋରୋନାଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା। ପାରସ୍ପରିକ ବିବାଦ ଶେଷ କରି ବୋରିଭଲିରେ ଆଇସି କଲୋନୀ ଅଞ୍ଚଳର ଉନ୍ନତି ପାଇଁ ସେମାନେ ଏକାଠି ହୋଇଛନ୍ତି ବୋଲି ସନ୍ଦେଶ ଦେବାକୁ ଉଭୟ ଫେସବୁକ୍ ଲାଇଭ୍ କରିଥିଲେ । ଅଭିଷେକ ଉଦ୍ଧବ ଠାକରେ ନେତୃତ୍ୱାଧୀନ ଦଳର ଜଣେ ବରିଷ୍ଠ ନେତା ବିନୋଦ ଘୋଷାଲକରଙ୍କ ପୁତ୍ର ଥିଲେ।
ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଅନ୍ୟପକ୍ଷରେ ଶିବସେନା (ଉଦ୍ଧବ) ସାଂସଦ ସଞ୍ଜୟ ରାଉତ ଏକ ପୋଷ୍ଟରେ ‘ଏକ୍ସ’ରେ ଏକ ପୋଷ୍ଟରେ ଅଭିଯୋଗ କରିଛନ୍ତି ଯେ ଚାରି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ସିନ୍ଦେ ତାଙ୍କ ସରକାରୀ ବାସଭବନ ‘ବର୍ଷା’ରେ ନୋରୋନାଙ୍କୁ ଭେଟିଥିଲେ ଏବଂ ତାଙ୍କୁ ତାଙ୍କ (ସିନ୍ଦେ) ନେତୃତ୍ୱାଧୀନ ଶିବସେନାରେ ସାମିଲ ହେବାକୁ ଆମନ୍ତ୍ରଣ କରିଥିଲେ। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ମଧ୍ୟ ଇସ୍ତଫା ଦିଅନ୍ତୁ ବୋଲି ରାଉତ ଦାବି କରିଛନ୍ତି।
ବିଧାନସଭାରେ ଆଜି ବଜେଟ ଉପରେ ଆଲୋଚନା, ଗୃହୀତ ହେବ ବ୍ୟୟ ମଞ୍ଜୁରୀ ବିଲ୍
Next Articleବଦଳିବ ପାଗ : ଆସନ୍ତା ୧୧ ଓ ୧୨ ତାରିଖରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
