ବିବାଦ ପରେ କୋଟା ଉଚ୍ଛେଦ ନେଇ ଡ୍ରାଫ୍ଟ ଗାଇଡଲାଇନ୍ ଓ୍ବେବସାଇଟରୁ ହଟାଇଲା ୟୁଜିସି
ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ମଙ୍ଗଳବାର ଏହାର ୱେବସାଇଟରୁ ‘ସଂରକ୍ଷିତ ପଦ ଗୁଡ଼ିକୁ ଅଣ ସଂରକ୍ଷିତ’ ଘୋଷଣା କରିବା ସମ୍ବନ୍ଧୀୟ ଡ୍ରାଫ୍ଟ ଗାଇଡଲାଇନକୁ ହଟାଇ ଦେଇଛି । ଏସସି, ଏସଟି ଓ ଓବିସି ବର୍ଗର ଯଥେଷ୍ଟ ପ୍ରାର୍ଥୀ ଉପଲବ୍ଧ ନ ହେଲେ ସଂରକ୍ଷିତ ପଦବୀ ଗୁଡ଼ିକୁ ଉଚ୍ଛେଦ କରିବା ପାଇଁ ନିକଟରେ ୟୁଜିସି ଡ୍ରାଫ୍ଟ ଗାଇଡଲାଇନ୍ ଜାରି କରିବା ପରେ ବିବାଦ ସୃଷ୍ଟି ହୋଇଥିଲା । ୟୁଜିସି ଅଧ୍ୟକ୍ଷ ଏମ୍ ଜଗଦୀଶ କୁମାର କହିଛନ୍ତି ଯେ [...]
ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ମଙ୍ଗଳବାର ଏହାର ୱେବସାଇଟରୁ ‘ସଂରକ୍ଷିତ ପଦ ଗୁଡ଼ିକୁ ଅଣ ସଂରକ୍ଷିତ’ ଘୋଷଣା କରିବା ସମ୍ବନ୍ଧୀୟ ଡ୍ରାଫ୍ଟ ଗାଇଡଲାଇନକୁ ହଟାଇ ଦେଇଛି । ଏସସି, ଏସଟି ଓ ଓବିସି ବର୍ଗର ଯଥେଷ୍ଟ ପ୍ରାର୍ଥୀ ଉପଲବ୍ଧ ନ ହେଲେ ସଂରକ୍ଷିତ ପଦବୀ ଗୁଡ଼ିକୁ ଉଚ୍ଛେଦ କରିବା ପାଇଁ ନିକଟରେ ୟୁଜିସି ଡ୍ରାଫ୍ଟ ଗାଇଡଲାଇନ୍ ଜାରି କରିବା ପରେ ବିବାଦ ସୃଷ୍ଟି ହୋଇଥିଲା । ୟୁଜିସି ଅଧ୍ୟକ୍ଷ ଏମ୍ ଜଗଦୀଶ କୁମାର କହିଛନ୍ତି ଯେ ମତାମତ ଦାଖଲ ସମୟ ଶେଷ ହୋଇଥିବାରୁ ୟୁଜିସି ୱେବସାଇଟରୁ ଏହି ଡ୍ରାଫ୍ଟ ଗାଇଡଲାଇନ୍ ହଟାଇ ଦିଆଯାଇଛି।
ୟୁଜିସିର ଡ୍ରାଫ୍ଟ ଗାଇଡଲାଇନକୁ ନେଇ ରବିବାର ବିବାଦ ଉଠିଥିଲା । ଏଥିରେ କୁହାଯାଇଥିଲା ଏସସି, ଏସଟି ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଯେକୌଣସି ପଦକୁ ଅଣ ସଂରକ୍ଷିତ ଘୋଷଣା କରାଯିବ ଯଦି ଏହି ବର୍ଗର ପର୍ଯ୍ୟାପ୍ତ ପ୍ରାର୍ଥୀ ଉପଲବ୍ଧ ନ ହୁଅନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିଥିଲେ । ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ କୋଟା ରଦ୍ଦ କରିବାକୁ ଏହା କେନ୍ଦ୍ରର ଏକ ଷଡ଼ଯନ୍ତ୍ର ବୋଲି ସେ ଅଭିଯୋଗ କରିଥିଲେ ।
ବିବାଦ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡ଼ିଥିଲା। ସଂରକ୍ଷିତ ପଦ ଉଚ୍ଛେଦ କରିବାକୁ କୌଣସି ଯୋଜନା ନାହିଁ । କେନ୍ଦ୍ରୀୟ ଶିକ୍ଷା ଅନୁଷ୍ଠାନ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଆଇନ, ୨୦୧୯ ଲାଗୁ ହେବା ପରେ ସଂରକ୍ଷଣ ନେଇ କୌଣସି ଅସ୍ପଷ୍ଟତାର ଅବକାଶ ନାହିଁ ବୋଲି ସେ କହିଥିଲେ ।
ୟୁଜିସିର ଏହି ଡ୍ରାଫ୍ଟ ଗାଇଡଲାଇନ୍ ଅନେକ ମହଲରୁ ସମାଲୋଚିତ ହୋଇଥିଲା । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ ବିଜେପି କେବଳ ଯୁବପୀଢ଼ିଙ୍କ ଚାକିରୀ ଛଡ଼ାଇବାରେ ବ୍ୟସ୍ତ । ସୋମବାର ଜେଏନୟୁ ଛାତ୍ର ସଂଗଠନ (ଜେଏନଏସୟୁ) ମଧ୍ୟ ୟୁଜିସି ଅଧ୍ୟକ୍ଷଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ।
ଛତିଶଗଡ଼: ନକ୍ସଲ ଆକ୍ରମଣରେ ୩ ସିଆରପିଏଫ୍ ଯବାନ ସହିଦ୍, ୧୪ ଆହତ
Next Articleଭୁବନେଶ୍ୱର ପଳାଶପଲ୍ଲୀରେ ଲିଙ୍ଗରାଜ କୁଷ୍ଠ କଲୋନୀ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
