News Room Odisha
BREAKING
Odia

କେନ୍ଦ୍ର ମନ୍ତ୍ରୀଙ୍କ ଦାବି, ଆସନ୍ତା ସପ୍ତାହରୁ ଦେଶରେ ଲାଗୁ ହେବ ସିଏଏ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରୁ ସାରା ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ ହେବ । କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର ଏପରି ଦାବି କରିଛନ୍ତି । ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର କାକଦ୍ବୀପ ଠାରେ ଏକ ସଭାରେ ସେ କହିଛନ୍ତି, ମୁଁ ଏହି ମଞ୍ଚରୁ ଗ୍ୟାରେଣ୍ଟି ଦେଉଛି ଆସନ୍ତା ୭ ଦିନ ମଧ୍ୟରେ କେବଳ ବେଙ୍ଗଲ୍ ନୁହେଁ ବରଂ ସମଗ୍ର ଦେଶରେ ସିଏଏ ଲାଗୁ ହେବ। ଏହି ଆଇନ ଅନୁଯାୟୀ, ୩୧ ଡିସେମ୍ବର ୨୦୧୪ ସୁଦ୍ଧା [...]

Admin•January 29, 2024
Share Article:

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରୁ ସାରା ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ ହେବ । କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର ଏପରି ଦାବି କରିଛନ୍ତି । ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର କାକଦ୍ବୀପ ଠାରେ ଏକ ସଭାରେ ସେ କହିଛନ୍ତି, ମୁଁ ଏହି ମଞ୍ଚରୁ ଗ୍ୟାରେଣ୍ଟି ଦେଉଛି ଆସନ୍ତା ୭ ଦିନ ମଧ୍ୟରେ କେବଳ ବେଙ୍ଗଲ୍ ନୁହେଁ ବରଂ ସମଗ୍ର ଦେଶରେ ସିଏଏ ଲାଗୁ ହେବ।

ଏହି ଆଇନ ଅନୁଯାୟୀ, ୩୧ ଡିସେମ୍ବର ୨୦୧୪ ସୁଦ୍ଧା ଭାରତକୁ ଆସିଥିବା ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନର ଅଣମୁସଲିମ (ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାରସୀ ଏବଂ ଖ୍ରୀଷ୍ଟିଆନ) ଲୋକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିଯିବ। ଡିସେମ୍ବର ୨୦୧୯ରେ ସଂସଦରେ ପାରିତ ହୋଇଥିଲା ସିଏଏ । ଏହି ଆଇନକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଦେଶର ଅନେକ ସ୍ଥାନରେ ଏହା ବିରୋଧରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା।

ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଜାଣିଶୁଣି ଏହି ଆଇନରୁ ବାଦ୍ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ବିବାଦ ଯୋଗୁଁ ମୋଦୀ ସରକାର ଏହି ଆଇନକୁ ଲାଗୁ କରିନାହାଁନ୍ତି । ତେବେ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଏହାକୁ ଲାଗୁ କରାଯିବ ବୋଲି ଚର୍ଚ୍ଚା ହେଉଛି ।

ପଶ୍ଚିମବଙ୍ଗର ବିଜେପି ସାଂସଦ ଶାନ୍ତନୁ ଠାକୁର ‘ସିଏଏ’ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନକୁ ଦୋହରାଇଛନ୍ତି । ଗତ ବର୍ଷ ଡିସେମ୍ବରରେ ଅମିତ ଶାହା କୋଲକାତାରେ ଏକ ରାଲିରେ କହିଥିଲେ ଯେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ନିଶ୍ଚିତ ଭାବେ ସିଏଏ ଲାଗୁ କରିବେ । ଏହାକୁ କେହି ରୋକି ପାରିବେ ନାହିଁ। ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ଶାହ କହିଥିଲେ ‘ସିଏଏ’ ପ୍ରସଙ୍ଗରେ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି।

#Odia#Odisha#News
Share Article:

Related Articles