News Room Odisha
BREAKING
Odia

କଂଗ୍ରେସ ଛାଡ଼ି ବିଜେପିରେ ମିଶିଲେ ବକ୍ସର ବିଜେନ୍ଦର ସିଂ

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ଝଟକା ଲାଗିଛି। ବକ୍ସିଂରେ ଭାରତର ପ୍ରଥମ ଅଲିମ୍ପିକ୍ ପଦକ ବିଜେତା ବିଜେନ୍ଦର ସିଂ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ବିଜେନ୍ଦର ସିଂ ୨୦୧୯ ଲୋକସଭା ନିର୍ବାଚନରେ ଦକ୍ଷିଣ ଦିଲ୍ଲୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ତେବେ ସେ ହାରି ଯାଇଥିଲେ। ଚଳିତ ଥର ବିଜେନ୍ଦର ଉତ୍ତର ପ୍ରଦେଶର ମଥୁରାରୁ ବିଜେପି ସାଂସଦ ତଥା ଅଭିନେତ୍ରୀ ହେମାମାଳିନୀଙ୍କ ବିରୋଧରେ ଲଢ଼ିବେ ବୋଲି ଚର୍ଚ୍ଚା [...]

Admin•April 3, 2024
Share Article:

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ଝଟକା ଲାଗିଛି। ବକ୍ସିଂରେ ଭାରତର ପ୍ରଥମ ଅଲିମ୍ପିକ୍ ପଦକ ବିଜେତା ବିଜେନ୍ଦର ସିଂ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି।

ବିଜେନ୍ଦର ସିଂ ୨୦୧୯ ଲୋକସଭା ନିର୍ବାଚନରେ ଦକ୍ଷିଣ ଦିଲ୍ଲୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ତେବେ ସେ ହାରି ଯାଇଥିଲେ। ଚଳିତ ଥର ବିଜେନ୍ଦର ଉତ୍ତର ପ୍ରଦେଶର ମଥୁରାରୁ ବିଜେପି ସାଂସଦ ତଥା ଅଭିନେତ୍ରୀ ହେମାମାଳିନୀଙ୍କ ବିରୋଧରେ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା।

ବିଜେନ୍ଦର ଜାଟ୍ ସମ୍ପ୍ରଦାୟରୁ ଆସିଛନ୍ତି । ବିଜେନ୍ଦରଙ୍କ ନିଜ ରାଜ୍ୟ ହରିୟାଣା ସହ ପଶ୍ଚିମ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ରାଜନୀତିରେ ଏହି ସମ୍ପ୍ରଦାୟର ବେଶ୍ ପ୍ରଭାବ ରହିଛି।

#Odia#Odisha#News
Share Article:

Related Articles