News Room Odisha
BREAKING
Odia

ପ୍ରାର୍ଥୀଙ୍କ ଅପେକ୍ଷା ‘ନୋଟା’ ସପକ୍ଷରେ ଅଧିକ ଭୋଟ୍ ପଡ଼ିଲେ କ’ଣ ହେବ ?

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଆଜି (ଏପ୍ରିଲ ୧୯) ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨୧ଟି ରାଜ୍ୟର ୧୦୨ ଆସନରେ ଜାରି ରହିଛି ମତଦାନ। ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କ ସହ ଭୋଟିଂ ମେସିନରେ ‘ନୋଟା’ (ନନ୍ ଅଫ୍ ଦି ଏବୋବ୍ ବା ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ କେହି ନୁହଁ)’ ବୋଲି ଏକ ବିକଳ୍ପ ଦିଆ ଯାଇଥାଏ। ମତଦାତାଙ୍କୁ କୌଣସି ବି ପ୍ରାର୍ଥୀ ପସନ୍ଦ ନ‌ ଆସିଲେ, ସେମାନେ ନୋଟା ବଟନ୍ ଦବାଇ ପାରିବେ [...]

Admin•April 19, 2024
Share Article:

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଆଜି (ଏପ୍ରିଲ ୧୯) ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨୧ଟି ରାଜ୍ୟର ୧୦୨ ଆସନରେ ଜାରି ରହିଛି ମତଦାନ। ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କ ସହ ଭୋଟିଂ ମେସିନରେ ‘ନୋଟା’ (ନନ୍ ଅଫ୍ ଦି ଏବୋବ୍ ବା ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ କେହି ନୁହଁ)’ ବୋଲି ଏକ ବିକଳ୍ପ ଦିଆ ଯାଇଥାଏ। ମତଦାତାଙ୍କୁ କୌଣସି ବି ପ୍ରାର୍ଥୀ ପସନ୍ଦ ନ‌ ଆସିଲେ, ସେମାନେ ନୋଟା ବଟନ୍ ଦବାଇ ପାରିବେ । କୌଣସି ଆସନରେ ଭୋଟ୍ ଗଣତି ପରେ ଯଦି ସର୍ବାଧିକ ଭୋଟ୍ ‘ନୋଟା’କୁ ମିଳିଥାଏ ତେବେ କ’ଣ ହେବ ? ଏପରି ସ୍ଥିତିରେ ନିର୍ବାଚନ କମିଶନଙ୍କ ନିୟମ କ’ଣ କହୁଛି ଆସନ୍ତୁ ଜାଣିବା।

ଯଦି ମତଦାତା କୌଣସି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେବାକୁ ଚାହୁଁ ନାହାଁନ୍ତି, ତେବେ ସେ ‘ନୋଟା’ ବିକଳ୍ପ ଚୟନ କରିପାରିବେ।

ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି ଯେ ଯଦି ନିର୍ବାଚନରେ ପ୍ରାର୍ଥୀଙ୍କୁ ମିଳିଥିବା ଭୋଟ୍ ଠାରୁ ‘ନୋଟା’ ଭୋଟ୍ ଅଧିକ ଥାଏ, ତେବେ ନିୟମ ୬୪ ଅନୁଯାୟୀ ନୋଟା ପରେ ଦ୍ବିତୀୟ ସର୍ବାଧିକ ଭୋଟ୍ ପାଇଥିବା ପ୍ରାର୍ଥୀ ନିର୍ବାଚିତ ଘୋଷିତ ହେବେ। ୨୦୧୩ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନ କମିଶନଙ୍କ ଦ୍ୱାରା ଭୋଟିଂ ମେସିନରେ ‘ନୋଟା’ ବିକଳ୍ପ ଦିଆଯାଇଛି ।

ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ନାଁ ଓ ଚିହ୍ନ ପରେ ‘ନୋଟା’ ବଟନ୍ ଶେଷରେ ଥାଏ | ଯଦି ଜଣେ ଭୋଟର କୌଣସି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେବାକୁ ଚାହୁଁ ନାହାଁନ୍ତି ଅବା ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କୁ ନେଇ ସନ୍ତୁଷ୍ଟ ନୁହଁନ୍ତି, ତା’ହେଲେ‌ ସେ ‘ନୋଟା’ ବଟନ୍ ଦବାଇ ସେମାନଙ୍କ ପ୍ରତି ନିଜ ଅସ୍ବୀକାର ଜଣାଇ ପାରିବେ। ଏହି ବଟନ୍ ବ୍ୟବହାର କରୁଥିବା ଭୋଟରଙ୍କ ଗୋପନୀୟତା ଉଲ୍ଲଂଘନ ହେବ ନାହିଁ ।

#Odia#Odisha#News
Share Article:

Related Articles