News Room Odisha
BREAKING
Odia

ସାଢ଼େ ୭ ବର୍ଷ ପରେ ମିଳିଲା ନିଖୋଜ ଭାରତୀୟ ବାୟୁସେନା ବିମାନର ଭଗ୍ନାବଶେଷ

ନୂଆଦିଲ୍ଲୀ: ପ୍ରାୟ ସାଢେ଼ ୭ ବର୍ଷ ପରେ ମିଳିଛି ଭାରତୀୟ ବାୟୁସେନାର ଏକ ନିଖୋଜ ବିମାନର ଭଗ୍ନାବଶେଷ । ବଙ୍ଗୋପସାଗରରେ ପ୍ରାୟ ୩.୪ କିଲୋମିଟର ଗଭୀରତାରେ ବିମାନର ଭଗ୍ନାବଶେଷ ମିଳିଛି। ନିଖୋଜ ବିମାନରେ ୨୯ ଜଣ କର୍ମଚାରୀ ଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ନିକଟରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସନ୍ ଟେକ୍ନୋଲୋଜିର ଏକ ସ୍ୱୟଂଚାଳିତ ଅଣ୍ଡର ୱାଟର ଭେଇକିଲ (ଏୟୁଭି) ଦ୍ୱାରା ଉତ୍ତୋଳିତ ଫଟୋ ଗୁଡ଼ିକର ଯାଞ୍ଚରୁ ଚେନ୍ନାଇ ଉପକୂଳଠାରୁ ୩୧୦ କିଲୋମିଟର ଦୂର ସମୁଦ୍ରରେ ମିଳିଥିବା [...]

Admin•January 12, 2024
Share Article:

ନୂଆଦିଲ୍ଲୀ: ପ୍ରାୟ ସାଢେ଼ ୭ ବର୍ଷ ପରେ ମିଳିଛି ଭାରତୀୟ ବାୟୁସେନାର ଏକ ନିଖୋଜ ବିମାନର ଭଗ୍ନାବଶେଷ । ବଙ୍ଗୋପସାଗରରେ ପ୍ରାୟ ୩.୪ କିଲୋମିଟର ଗଭୀରତାରେ ବିମାନର ଭଗ୍ନାବଶେଷ ମିଳିଛି। ନିଖୋଜ ବିମାନରେ ୨୯ ଜଣ କର୍ମଚାରୀ ଥିଲେ।

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ନିକଟରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସନ୍ ଟେକ୍ନୋଲୋଜିର ଏକ ସ୍ୱୟଂଚାଳିତ ଅଣ୍ଡର ୱାଟର ଭେଇକିଲ (ଏୟୁଭି) ଦ୍ୱାରା ଉତ୍ତୋଳିତ ଫଟୋ ଗୁଡ଼ିକର ଯାଞ୍ଚରୁ ଚେନ୍ନାଇ ଉପକୂଳଠାରୁ ୩୧୦ କିଲୋମିଟର ଦୂର ସମୁଦ୍ରରେ ମିଳିଥିବା ଭଗ୍ନାବଶେଷ ବାୟୁସେନାର ନିଖୋଜ ଏଏନ୍-୩୨ ବିମାନର ବୋଲି ଜଣାପଡ଼ିଛି ।

ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, “ଫଟୋଗୁଡ଼ିକର ଯାଞ୍ଚ୍ ପରେ ମିଳିଥିବା ଭଗ୍ନାବଶେଷ ଏଏନ୍-୩୨ ବିମାନ ସହ ମେଳ ଖାଉଥିବା ଜଣାପଡିଥିଲା | ସମ୍ଭାବ୍ୟ ଦୁର୍ଘଟଣା ସ୍ଥଳରେ ଏହି ଅଞ୍ଚଳର ଅନ୍ୟ କୌଣସି ବିମାନ ନିଖୋଜ ହେବାର କୌଣସି ଖବର ନ ଥିବାରୁ ଏହି ଭଗ୍ନାବଶେଷ ସମ୍ଭବତଃ ଦୁର୍ଘଟଣାଗ୍ରସ୍ତ ଭାରତୀୟ ବାୟୁସେନା ଏଏନ୍-୩୨ ବିମାନର ବୋଲି ଜଣାପଡ଼ୁଛି।

କେ-୨୭୪୩ ପଞ୍ଜୀକରଣ ନମ୍ବର ଥିବା ଭାରତୀୟ ବାୟୁସେନା ଏଏନ୍-୩୨ ବିମାନ ୨୨ ଜୁଲାଇ ୨୦୧୬ରେ ଏକ ମିଶନ ସମୟରେ ବଙ୍ଗୋପସାଗର ଉପରେ ନିଖୋଜ ହୋଇଯାଇଥିଲା। ବିମାନରେ ୨୯ ଜଣ କର୍ମଚାରୀ ଥିଲେ।

ସେହି ବିମାନକୁ ଖୋଜିବା ପାଇଁ ବଡ଼ ଅପରେସନ୍ ଆରମ୍ଭ କରାଯାଇଥିଲା, ଯେଉଁଥିରେ ଅନେକ ବିମାନ ଓ ଜାହାଜ ନିୟୋଜିତ ହୋଇଥିଲେ । ତଥାପି ନିଖୋଜ ବିମାନ ଓ ସେଥିରେ ଥିବା କର୍ମଚାରୀମାନଙ୍କ ପତ୍ତା ମିଳିନଥିଲା ।

ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓସିନ୍ ଟେକ୍ନୋଲୋଜି ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ କାମ କରେ | ଏହା ନିକଟରେ ନିଖୋଜ ଏଏନ୍-୩୨ ବିମାନର ଶେଷ ଲୋକେସନ ନିକଟ ଗଭୀର ସମୁଦ୍ରରେ ଅନ୍ବେଷଣ କ୍ଷମତା ଥିବା ଏକ ଏୟୁଭି ନିୟୋଜିତ କରିଥିଲା |

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ମଲ୍ଟି ବିମ୍ ସୋନାର (ସାଉଣ୍ଡ ନେଭିଗେସନ୍ ଆଣ୍ଡ୍ ରେଞ୍ଜ୍), ସିନ୍ଥେଟିକ୍ ଆପେର୍ଚର ସୋନାର ଏବଂ ହାଇ ରିଜୋଲ୍ୟୁସନ୍ ଫଟୋଗ୍ରାଫି ସହିତ ଏକାଧିକ ଯନ୍ତ୍ର ବ୍ୟବହାର କରି ୩,୪୦୦ ମିଟର ଗଭୀରତାରେ ଏହି ଭଗ୍ନାବଶେଷ ଠାବ କରାଯାଇଛି।

#Odia#Odisha#News
Share Article:

Related Articles