News Room Odisha
BREAKING
Odia

ନୂଆ ୟୁଜରଙ୍କ ପାଇଁ ମାଗଣା ହେବନି ‘ଏକ୍ସ’, ଲାଇକ୍ କରିବା ପାଇଁ ବି ପଇସା ଲାଗିବ !

ନୂଆଦିଲ୍ଲୀ: ବୃଦ୍ଧି ପାଉଥିବା ନକଲି ଆକାଉଣ୍ଟ ସଂଖ୍ୟା ରୋକିବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ବର୍ତ୍ତମାନ ନୂଆ ୟୁଜରଙ୍କ ଠାରୁ ଶୁଳ୍କ ଆଦାୟ କରିବ। ପୋଷ୍ଟ ସେୟାର କରିବା ଅବା ପୋଷ୍ଟକୁ ଲାଇକ୍ କରିବା କିମ୍ବା ବୁକମାର୍କ ଏବଂ କୌଣସି ପୋଷ୍ଟରେ କମେଣ୍ଟ ଦେବା ପାଇଁ ଏବେ ନୂଆ ୟୁଜରଙ୍କ ଠାରୁ ସାମାନ୍ୟ ଧରଣର ଶୁଳ୍କ ଆଦାୟ କରାଯିବ। କମ୍ପାନୀ କହିଛି ଯେ, ଅନ୍ୟ ୟୁଜରମାନେ ଏହି ପ୍ଲାଟଫର୍ମକୁ ମାଗଣାରେ ବ୍ୟବହାର କରିପାରିବେ ଓ ଅନ୍ୟ [...]

Admin•April 17, 2024
Share Article:

ନୂଆଦିଲ୍ଲୀ: ବୃଦ୍ଧି ପାଉଥିବା ନକଲି ଆକାଉଣ୍ଟ ସଂଖ୍ୟା ରୋକିବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ବର୍ତ୍ତମାନ ନୂଆ ୟୁଜରଙ୍କ ଠାରୁ ଶୁଳ୍କ ଆଦାୟ କରିବ। ପୋଷ୍ଟ ସେୟାର କରିବା ଅବା ପୋଷ୍ଟକୁ ଲାଇକ୍ କରିବା କିମ୍ବା ବୁକମାର୍କ ଏବଂ କୌଣସି ପୋଷ୍ଟରେ କମେଣ୍ଟ ଦେବା ପାଇଁ ଏବେ ନୂଆ ୟୁଜରଙ୍କ ଠାରୁ ସାମାନ୍ୟ ଧରଣର ଶୁଳ୍କ ଆଦାୟ କରାଯିବ। କମ୍ପାନୀ କହିଛି ଯେ, ଅନ୍ୟ ୟୁଜରମାନେ ଏହି ପ୍ଲାଟଫର୍ମକୁ ମାଗଣାରେ ବ୍ୟବହାର କରିପାରିବେ ଓ ଅନ୍ୟ ଆକାଉଣ୍ଟକୁ ‘ଫଲୋ’ କରିପାରିବେ।

ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମର ୱେବସାଇଟରେ ‘ଅପଗ୍ରେଡ୍’ ପରେ ସୂଚନା ଦିଆଯାଇଛି ଯେ ପୋଷ୍ଟ, ଲାଇକ୍, ବୁକମାର୍କ ଏବଂ କମେଣ୍ଟ ଦେବା ପାଇଁ ନୂଆ ଆକାଉଣ୍ଟ ଗୁଡ଼ିକୁ ମାମୁଲି ବାର୍ଷିକ ଶୁଳ୍କ ଦେବାକୁ ପଡ଼ିବ। କମ୍ପାନୀ କହିଛି, ଅବାଞ୍ଛିତ ଇମେଲ୍ ଗୁଡ଼ିକ (ସ୍ପାମ୍) ସଂଖ୍ୟା ହ୍ରାସ କରିବା ଏବଂ ସମସ୍ତଙ୍କୁ ଏକ ଉତ୍ତମ ଅନୁଭୂତି ପ୍ରଦାନ କରିବା ଏହାର ଉଦ୍ଦେଶ୍ୟ।

‘ଏକ୍ସ’ର ମାଲିକ ତଥା ଶିଳ୍ପପତି ଏଲନ୍ ମସ୍କ ପ୍ଲାଟଫର୍ମରେ ଲେଖିଛନ୍ତି, ଦୁର୍ଭାଗ୍ୟବଶତଃ ନୂଆ ୟୁଜରଙ୍କୁ କିଛି ଲେଖିବା ପାଇଁ ସ୍ୱଳ୍ପ ଶୁକ୍ଳ ଦେବାକୁ ପଡ଼ିବ, ନକଲି ଆକାଉଣ୍ଟ ଗୁଡ଼ିକୁ ବନ୍ଦ କରିବା ପାଇଁ ଏହା ହେଉଛି ଏକମାତ୍ର ଉପାୟ …।” ତେବେ ‘ଏକ୍ସ’ର। ଏଭଳି ନିଷ୍ପତ୍ତି ନେଇ ଇଣ୍ଟରନେଟ୍ ୟୁଜରଙ୍କ ଠାରୁ ମିଶ୍ର ପ୍ରତିକ୍ରିୟା ମିଳିଛି। ଇଣ୍ଟରନେଟ୍ ଏବଂ ଏଆଇର ଅପବ୍ୟବହାର ରୋକିବାକୁ ଏହି ପଦକ୍ଷେପକୁ କେହି କେହି ସ୍ୱାଗତ କରିଥିବାବେଳେ ଅନ୍ୟମାନେ ଏହାକୁ ଅଭିବ୍ୟକ୍ତିର ସ୍ୱାଧୀନତାର ଉଲ୍ଲଂଘନ ବୋଲି କହିଛନ୍ତି।

#Odia#Odisha#News
Share Article:

Related Articles