News Room Odisha
BREAKING
Odia

କୁସ୍ତି ବିବାଦରେ ନୂଆ ମୋଡ଼: ବିନେଶ, ସାକ୍ଷୀ ଓ ବଜରଙ୍ଗ ପୁନିଆଙ୍କ ବିରୋଧରେ ଯୁବ ଖେଳାଳିଙ୍କ ବିକ୍ଷୋଭ

ନୂଆଦିଲ୍ଲୀ: ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଲାଗି ରହିଥିବା କୁସ୍ତି ବିବାଦ ଏବେ ନୂଆ ମୋଡ଼ ନେଇଛି। ଜାତୀୟ କୁସ୍ତି ସଂଘର ପୂର୍ବତନ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନର ନେତୃତ୍ଵ ନେଇଥିବା ତିନି ଷ୍ଟାର କୁସ୍ତି ଖେଳାଳି ବିନେଶ ଫୋଗାଟ, ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆ ଏବେ ବିରୋଧର ସମ୍ମୁଖୀନ ହୋଇଛନ୍ତି । ଏହି ତିନି ଷ୍ଟାର ରେସଲରଙ୍କ ବିରୋଧରେ ଯୁବ କୁସ୍ତି ଖେଳାଳିମାନେ ବୁଧବାର ଜନ୍ତର ମନ୍ତରଠାରେ ବିକ୍ଷୋଭ [...]

Admin•January 3, 2024
Share Article:

ନୂଆଦିଲ୍ଲୀ: ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଲାଗି ରହିଥିବା କୁସ୍ତି ବିବାଦ ଏବେ ନୂଆ ମୋଡ଼ ନେଇଛି। ଜାତୀୟ କୁସ୍ତି ସଂଘର ପୂର୍ବତନ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନର ନେତୃତ୍ଵ ନେଇଥିବା ତିନି ଷ୍ଟାର କୁସ୍ତି ଖେଳାଳି ବିନେଶ ଫୋଗାଟ, ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆ ଏବେ ବିରୋଧର ସମ୍ମୁଖୀନ ହୋଇଛନ୍ତି । ଏହି ତିନି ଷ୍ଟାର ରେସଲରଙ୍କ ବିରୋଧରେ ଯୁବ କୁସ୍ତି ଖେଳାଳିମାନେ ବୁଧବାର ଜନ୍ତର ମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତିି ଯେ ବିନେଶ, ସାକ୍ଷୀ ଓ ପୁନିଆ ଦେଶରେ କୁସ୍ତି ଖେଳର କ୍ଷତି ଘଟାଉଛନ୍ତି ।

ଶତାଧିକ ଯୁବ କୁସ୍ତିଯୋଦ୍ଧା ଜନ୍ତର ମନ୍ତରରେ ଏକାଠି ହୋଇ ଏହି ତିନି ଭେଟେରାନ ରେସଲରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ବିକ୍ଷୋଭକାରୀ କୁସ୍ତି ଖେଳାଳିମାନେ ହାତରେ ଧରିଥିବା ପ୍ଲାକାର୍ଡରେ ଲେଖା ହେଇଥିଲା – ବଜରଙ୍ଗ, ବିନେଶ ଏବଂ ସାକ୍ଷୀ ଦେଶରେ କୁସ୍ତି ଖେଳର ସ୍ଥିତି ଖରାପ କରିଛନ୍ତି।

ନିଧି ନାମକ ଜଣେ ଯୁବ କୁସ୍ତି ଖେଳାଳି କହିଛନ୍ତି, ଏହି ଲୋକମାନେ (ବଜରଙ୍ଗ, ସାକ୍ଷୀ ଏବଂ ବିନେଶ) ଚାହୁଁଛନ୍ତି କୁସ୍ତି ସଂଘ ସେମାନଙ୍କ ଇଛା ଅନୁଯାୟୀ ଚାଲୁ । ନିର୍ବାଚନ ହୋଇସାରିଥିଲା । ବ୍ରିଜ ଭୂଷଣ ସିଂହ କହି ସାରିଛନ୍ତି, ତାଙ୍କ ପରିବାରରୁ କେହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ସଭାପତି ନିର୍ବାଚନରେ ଜଣେ ପୁରୁଷ ଓ ମହିଳା ଲଢ଼ିଥିଲେ।

ଯୁବ କୁସ୍ତିଯୋଦ୍ଧାମାନେ ଅଭିଯୋଗ କରିଛନ୍ତି, ତିନି ଭେଟେରାନ ରେସଲର ଚାହୁଁଛନ୍ତି ପୁଣିଥରେ ନିର୍ବାଚନ ହେଉ, କାରଣ ନିକଟରେ ବିଜେତା ପ୍ରାର୍ଥୀ ବ୍ରିଜ ଭୂଷଣ ସିଂଙ୍କ ସହଯୋଗୀ ବୋଲି ସେମାନେ ଭାବୁଛନ୍ତି । ସେମାନେ ଯୁବ ଖେଳାଳି ଏବଂ ଆମର ଭବିଷ୍ୟତ ନଷ୍ଟ କରିଛନ୍ତି | ଦେଶରେ କୁସ୍ତି ଖେଳ ଓ ବିଭିନ୍ନ ଟୁର୍ଣ୍ଣାମେଣ୍ଟ ପାଇଁ ଟ୍ରାଏଲ ଶୀଘ୍ର ଆରମ୍ଭ ହେଉ ବୋଲି ସେମାନେ ଦାବି କରିଛନ୍ତି ।

ପ୍ରକାଶଯୋଗ୍ୟ, ସୋମବାର ନିଲମ୍ବିତ କୁସ୍ତି ସଂଘ ଚଳାଇବା ପାଇଁ ଗଠିତ କମିଟି ଆଗାମୀ ଏସୀୟ ଅଲିମ୍ପିକ୍ ଯୋଗ୍ୟତା ଏବଂ ବିଶ୍ୱ ଯୋଗ୍ୟତା ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ପାଇଁ ବରିଷ୍ଠ କୁସ୍ତି ଖେଳାଳିଙ୍କ ପାଇଁ ଜାତୀୟ କୋଚିଂ କ୍ୟାମ୍ପ ଆୟୋଜନ ନେଇ ଘୋଷଣା କରିଥିଲା ।

#Odia#Odisha#News
Share Article:

Related Articles