ଇପିଏଫଓ ସୁଧ ହାର : ୨୦୧୯-୨୦ ବର୍ଷ ପାଇଁ ସୁଧ ହାର ରହିବ ୮ ଦଶମିକ ୫ ପ୍ରତିଶତ

ନୂଆଦିଲ୍ଲୀ – କର୍ମଚାରୀ ପ୍ରୋଭିଡେଂଟ୍ ଫଣ୍ଡ୍ ସଂଗଠନର ବୈଠକରେ ୨୦୧୯-୨୦ ବର୍ଷ ପାଇଁ ସୁଧହାର ୮ ଦଶମିକ ୫ ପ୍ରତିଶତ ରଖିବା ପାଇଁ ସ୍ଥିର ହୋଇଛି । କିନ୍ତୁ ବର୍ତମାନ ଇପିଏଫଓ ଦ୍ୱାରା କେବଳ ୮ ଦଶମିକ ୧୫ ପ୍ରତିଶତ ସୁଧ ଦିଆଯିବ । ବାକି ଶୂନ ଦଶମିକ ୩୫ ପ୍ରତିଶତ ସୁଧ ଡିସେମ୍ବରରେ ପ୍ରଦାନ କରାଯିବ ।

ଇପିଏଫଓର ଟ୍ରଷ୍ଟି ବୋର୍ଡ ମାର୍ଚ୍ଚ ୫ ତାରିଖରେ ୨୦୧୯-୨୦ ପାଇଁ ଇପିଏଫ ଉପରେ ସୁଧ ହାର କୁ ୮ ଦଶମିକ ୫୦ ପ୍ରତିଶତରେ ସୀମିତ ରଖିବାକୁ ପରାମର୍ଶ ଦେଇଥିଲା । ଯାହା ପୂର୍ବ ହାର ଅପେକ୍ଷା ୦ ଦଶମିକ ୧୫ ପ୍ରତିଶତ କମ୍ । ଇପିଏଫର ଏହି ପ୍ରସ୍ତାବିତ ହାର ସାତ ବର୍ଷରେ ସର୍ବନିମ୍ନ ହେବ । କିନ୍ତୁ ଅର୍ଥ ମନ୍ତ୍ରାଳୟ ଏହାକୁ ଅନୁମୋଦନ କରିନାହିଁ ।

Comments are closed.