ବିରୋଧୀଙ୍କ ହଙ୍ଗାମା ମଧ୍ୟରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ଲୋକସଭାରେ ପାରିତ | News Room Odisha

ବିରୋଧୀଙ୍କ ହଙ୍ଗାମା ମଧ୍ୟରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ଲୋକସଭାରେ ପାରିତ

ନୂଆଦିଲ୍ଲୀ: ବିରୋଧୀଙ୍କ ହଙ୍ଗାମା ମଧ୍ୟରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ଲୋକସଭାରେ ପାରିତ ହୋଇଛି | କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଲୋକସଭାରେ ବିରୋଧୀ ସାଂସଦଙ୍କ ସ୍ଲୋଗାନ ମଧ୍ୟରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ୨୦୧୧ ଉପସ୍ଥାପନ କରିଥିଲେ। କୃଷି ଆଇନ ପ୍ରତ୍ୟାହାର ବିଲ୍ ପାରିତ ହେବା ପରେ ଲୋକସଭାର ପ୍ରକ୍ରିୟା ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଲୋକସଭାରେ କଂଗ୍ରେସ ନେତା ଆଧୀର ରଂଜନ ଚୌଧୁରୀ ଏହି ବିଲ୍ ଉପରେ ଆଲୋଚନା କରିବାକୁ ଦାବି କରିଥିଲେ।

ଆଜି ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭରୁ ଲୋକସଭାରେ ବିଭିନ୍ନ ପ୍ରସଙ୍ଗ ଯୋଗୁଁ ବିରୋଧୀ ଦଳର ହୋହଲ୍ଲା ଯୋଗୁଁ ଗୃହକୁ ପ୍ରଥମେ ମଧ୍ୟାହ୍ନ ୧୨ଟା ଯାଏଁ ସ୍ଥଗିତ ରଖାଯାଇଥିଲା ।

Farm Law RepealLok Sabha