ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ ‘ବେଲ୍ ବଟମ୍’କୁ ଚାଷୀଙ୍କ ବିରୋଧ

ଚଣ୍ଡିଗଡ଼: ବଲିଉଡ ଷ୍ଟାର୍ ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ ‘ବେଲ୍ ବଟମ୍’କୁ ବିରୋଧ କରି ସୋମବାର କୃଷକ ମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୋମବାର ଫୱାରା ଚୌକ ସ୍ଥିତ ସିନେମା ହଲରେ ଏହି ଫିଲ୍ମର ସ୍କ୍ରିନିଂ କରାଯାଇଥିଲ । ‘କିଷାନ ମଜଦୁର ଏକତା ସଂଗଠନ’ ନାମକ କୃଷକ ସଂଘ କହିଛି ଯେ କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ପ୍ରସଙ୍ଗରେ ଅକ୍ଷୟ କୁମାର ବର୍ତ୍ତମାନ ପର୍ଯ୍ୟନ୍ତ ପଞ୍ଜାବ ସପକ୍ଷରେ କୌଣସି ମନ୍ତବ୍ୟ ଦେଇ ନାହାନ୍ତି । ତେଣୁ ଏହି ଅଭିନେତାଙ୍କର କୌଣସି ଫିଲ୍ମକୁ ପଞ୍ଜାବରେ ପ୍ରଦର୍ଶିତ ହେବାକୁ ଦିଆଯିବ ନାହିଁ ବୋଲି ସେମାନେ କହିଛନ୍ତି ।

ଫୱାରା ଚୌକ ଠାରେ ସିନେମା ହଲ୍ ର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେବା ପରେ କୃଷକମାନେ ଫିଲ୍ମ ଦେଖି ଫେରିଥିବା ଦର୍ଶକଙ୍କୁ ବିରୋଧ କରି କଳା ବ୍ୟାଜ୍ ଦେଖାଇଥିଲେ ଏବଂ ହଲ୍ ମ୍ୟାନେଜରଙ୍କୁ ମଧ୍ୟ ଏକ ଦାବିପତ୍ର ଦେଇଥିଲେ। କୃଷକମାନେ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଫିଲ୍ମଟି ଶନିବାର ସୁଦ୍ଧା ହଲରୁ ନ ହଟାଯାଏ, ତେବେ ସେମାନେ ହଲ୍ ବାହାରେ ପିକେଟିଂ କରିବେ। ଦୀର୍ଘ ସମୟ ପରେ ସିନେମା ହଲ୍ ରେ ଏକ ଫିଲ୍ମ ରିଲିଜ୍ ହୋଇଛି । ଅକ୍ଷୟଙ୍କ ନୂଆ ଫିଲ୍ମ ‘ବେଲ୍ ବଟମ୍’ ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରୁଛି । ବକ୍ସ ଅଫିସ୍ ଇଣ୍ଡିଆର ଆକଳନ ଅନୁଯାୟୀ ଅକ୍ଷୟଙ୍କ ଫିଲ୍ମ ଚତୁର୍ଥ ଦିନରେ ପ୍ରାୟ ୪.୨୦ କୋଟି ଟଙ୍କା ଆୟ କରିଛି।

Comments are closed.