ସିବିଆଇ କୋଠାରେ ନିଆଁ, ସବୁ ଅଧିକାରୀ ଓ କର୍ମଚାରୀ ସୁରକ୍ଷିତ

ନୂଆଦିଲ୍ଲୀ: ଲୋଧି ରୋଡ୍ ସିଜିଓ କମ୍ପ୍ଲେକ୍ସ ସ୍ଥିତ ସିବିଆଇ କୋଠାରେ ନିଆଁ ଲାଗିଯାଇଛି। କୋଠାର ତଳ ମହଲାରେ ନିଆଁ ଲାଗିଥିବା କୁହାଯାଇଛି । ବର୍ତ୍ତମାନ କୋଠାରୁ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଆଠଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ଉପସ୍ଥିତ ଥିବା ବେଳେ ନିଆଁକୁ ଆୟତ୍ତ କରିବା ଉଦ୍ୟମ ଜାରି ରହିଛି।

ଅଗ୍ନିଶମ ବିଭାଗ ରାତି ପ୍ରାୟ ୧:୩୦ରେ ସିବିଆଇ ବିଲ୍ଡିଂରେ ନିଆଁ ଲାଗିଥିବା ସମ୍ପର୍କରେ ସୂଚନା ପାଇଥିଲା। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ। ତେବେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

ସିବିଆଇର ମୁଖ୍ୟାଳୟରେ ସମସ୍ତ ପ୍ରକାରର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଗୋପନୀୟ ଦସ୍ତାବିଜ ଥାଏ | ଏଭଳି ସ୍ଥିତିରେ ଏଠାରେ ନିଆଁ ଲାଗିବା ଚିନ୍ତାଜନକ ।

Comments are closed.